ଉତ୍ତର ପ୍ରଦେଶ: ହିନ୍ଦୁ ଦେବଦେବୀଙ୍କ ଫଟୋ ଥିବା ଖବରକାଗଜରେ ଚିକେନ୍‌ ବିକୁଥିଲେ ବ୍ୟକ୍ତି, ପୋଲିସ କଲା ଗିରଫ

ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ଏବଂ ପୋଲିସ ଉପରେ ଆକ୍ରମଣ କରିବା ଅଭିଯୋଗରେ ଉତ୍ତର ପ୍ରଦେଶରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ବ୍ୟକ୍ତି ଜଣକ ହିନ୍ଦୁ ଦେବଦେବୀଙ୍କ ଫଟୋ ଥିବା ଖବରକାଗଜରେ ଚିକେନ୍‌ ବିକିଥିବା ନେଇ ଅଭିଯୋଗ ହୋଇଥିଲା। କିଛି ଲୋକଙ୍କଠାରୁ ଏଭଳି ଅଭିଯୋଗ ପାଇ ପୋଲିସ ଯେତେବେଳେ ବ୍ୟକ୍ତିଙ୍କ ଦୋକାନରେ ପହଞ୍ଚିଥିଲା, ତ ବ୍ୟକ୍ତି ଜଣକ ପୋଲିସ ଟିମ୍‌କୁ ଛୁରୀରେ ଆକ୍ରମଣ କରିଥିଲେ।

ଗିରଫ ବ୍ୟକ୍ତିଙ୍କ ନାମ ତାଲିବ୍‌ ହୁସେନ୍‌ ବୋଲି ଜଣାପଡ଼ିଛି। ପୋଲିସ ତାଲିବ୍‌ଙ୍କ ବିରୋଧରେ ଆଇପିସି ଧାରା ୧୫୩ ଏ, ୨୯୫ ଏ, ୩୫୩ ଏବଂ ୩୦୭ ଅଧୀନରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି। ଏଥିସହ ଆକ୍ରମଣରେ ବ୍ୟବହୃତ ଛୁରୀକୁ ମଧ୍ୟ ପୋଲିସ ଜବତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.