ଚାଷ କରିବା ବେଳେ ଟ୍ରାକ୍ଟର ଓଲଟି କୃଷି ଉଦ୍ୟୋଗୀଙ୍କ ମୃତ୍ୟୁ

କନ୍ଧମାଳ (କେନ୍ୟୁଜ): ନିଜ ଫାର୍ମ ହାଉସ୍‌ରେ ଚାଷ କରୁଥିବା ସମୟରେ ଟ୍ରାକ୍ଟରଟି ଭାରସମ୍ୟ ହରାଇ ଓଲଟି ପଡିବାରୁ ବ୍ୟକ୍ତିଙ୍କ ମୃତ୍ୟୁ । ଏହିଭଳି ଏକ ଅଭାନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅନ୍ତର୍ଗତ ଖଲିବେରଣା ଗ୍ରାମରେ । ପରେ ମୃତ ବ୍ୟକ୍ତଙ୍କ ପୋଷ୍ଟମର୍ଟମ ପାଇଁ ଫୁଲବାଣୀ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ମୃତକ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଫୁଲବାଣୀର ଶସାଙ୍କ ଶେଖର ସାହୁ ।

ତେବେ ଚାଷ ଜମିରେ ଟ୍ରାକ୍ଟର ସହାୟତାରେ ଚାଷ କଲାବେଳେ ଟ୍ରାକ୍ଟରଟି ଓଲଟି ପଡିଥିଲା ଓ ଟ୍ରାକ୍ଟର ତଳେ କାଦୁଅରେ ଚାପି ହୋଇଯାଇଥିଲେ ସେ। ଗାଁ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲ୍ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ସେଠି ମୃତ ଘୋଷଣା କରିଥିଲେ। ପରେ ଖଜୁରୀପଡ଼ା ପୁଲିସ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରିଛି। ଫୁଲବାଣୀ ଜିଲ୍ଲା ମେଡିକାଲରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଛି। ଖବର ପାଇଁ ଭୁବନେଶ୍ୱରରୁ ତାଙ୍କ ବାପା ଓ ଅନ୍ୟମାନେ ଫୁଲବାଣୀ ଆସୁଛନ୍ତି। ସ୍ବର୍ଗତ ଶଶାଙ୍କଙ୍କ ମୃତ୍ୟୁରେ ଜିଲ୍ଲା ସ୍ବେଚ୍ଛାସେବୀ ମହାସଂଘ ସମେତ ବହୁ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଗଭୀର ଶୋକ ପ୍ରକାଶ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.