ଆଜି ଖେଳାଯିବ ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ, ପ୍ରତିଶୋଧ ନେବା ଲକ୍ଷରେ ଟିମ ଇଣ୍ଡିଆ

ଆଜିଠୁ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ଆରମ୍ଭ  ହେବ । ଭାରତ-ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ତିନି ଟିକିଆ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଆଜି ହାମ୍ପସାୟାରର ଏଜେସ୍‌ ବାେଓ୍ଵଲଠାରେ ଖେଳାଯିବ। ଏହି ମ୍ୟାଚରେ ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମା ଭାରତୀୟ ଦଳର ନେତୃତ୍ୱ ନେବେ । ସୂଚନା ଦେବା ଉଚିତ ହେବକି କରୋନାରେ ସଂକ୍ରମିତ ହେବା ପରେ ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ ଖେଳିପାରିନଥିଲେ । ଏବେ କିନ୍ତୁ କରୋନା ମୁକ୍ତ ହୋଇ ଦଳର ନେତୃତ୍ୱ ସେ ନେବାକୁ ପ୍ରସ୍ତୁତ ଅଛନ୍ତି । ଟେଷ୍ଟ ଠାରୁ ଏକ ଭିନ୍ନ ଦଳ ଟି-୨୦ ଖେଳିବ ।

କେଏଲ ରାହୁଲଙ୍କ ଅନୁପସ୍ଥିତିରେ ଇଶାନ କିଶନ ପୁଣି ଥରେ ପାଳି ଆରମ୍ଭ କରିବେ ବୋଲି ଜଣାଯାଇଛି । ବିରାଟ କୋହଲି ନଥିବାରୁ ଦୀପକ ହୁଡା ତୃତୀୟ ଓ ସୂର୍ଯ୍ୟକୁମାର ଯାଦବ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବେ । ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବା ପରେ ଅଭିଜ୍ଞ ଦୀନେଶ କାର୍ତ୍ତିକ ଷଷ୍ଠ ସ୍ଥାନରେ ଆସିବେ । ଅଲରାଉଣ୍ଡର ଅକ୍ଷର ପଟେଲ ବି ଚୂଡାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି । ଆସନ୍ତା ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଖେଳାଯିବ ଟି-୨୦ ବିଶ୍ୱକପ । ଏହାପୂର୍ବରୁ ଇଂଲଣ୍ଡ ବିପକ୍ଷ ଏହି ସିରିଜ ଅନେକ ଗୁରୁତ୍ୱ ରଖୁଛି ।

ଭାରତୀୟ ଦଳ: ରୋହିତ ଶର୍ମା (କ୍ୟାପଟେନ), ଇଶାନ କିଷନ, ଋତୁରାଜ ଗାଏକୱାଡ୍‌, ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ଼ା, ରାହୁଲ ତ୍ରିପାଠୀ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଭେଙ୍କଟେଶ ଆୟର, ୟୁଝବେନ୍ଦ୍ର ଚହଲ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅଭେଶ ଖାନ, ଅର୍ଶଦୀପ ସିଂହ, ଉମ୍ରାନ ମଲିକ ।

ଇଂଲଣ୍ଡ ଦଳ: ଜୋସ ବଟଲର (କ୍ୟାପଟେନ), ମୋଇନ ଅଲି, ହ୍ୟାରୀ ବ୍ରୁକ, ସାମ କୁରାନ, ରିଚାର୍ଡ ଗ୍ଲିସନ, ଲାଏମ ଲିଭିଙ୍ଗଷ୍ଟୋନ, ଦାୱିଦ ମଲାନ, ତିମାଲ ମିଲ୍ସ, ମାଥ୍ୟୁ ପାର୍କିନସନ, ଜାସନ ରୟ, ଫିଲ ସଲ୍ଟ, ରିସ ଟପଲି, ଡେଭିଡ୍‌ ୱିଲି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.