ନାବାଳିକାକୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ! ଗର୍ଭବତୀ ଥିବା ଜାଣି ଧରା ଛୁଆଁ ଦେଉନଥିଲା ପ୍ରେମିକ

ଭୁବନେଶ୍ୱର (କେନ୍ୟୁଜ୍): ନାବାଳିକାକୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ! ଏଭଳି ଏକ ଘଟଣା ଘଟିଛି ଭୁବନେଶ୍ୱର ଉପକଣ୍ଠରେ। ନାବାଳିକା ଜଣକୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ଆସିଛି । ତେବେ ଏହି ଅଭିଯୋଗ ଆସିବା ପରେ  ଅଭିଯୁକ୍ତ ଦୀପକ ଜାନୀକୁ ଗିରଫ କରିଛି ଚନ୍ଦକା ଥାନା ପୋଲିସ୍। ପ୍ରେମ ଜାଲରେ ଫସାଇ ନାବାଳିକାଙ୍କୁ ଗର୍ଭବତୀ କରିଥିଲେ। ଗର୍ଭବତୀ ଥିବା ଜାଣିବା ପରେ ପ୍ରେମିକ ଧରା ଛୁଆଁ ଦେଇ ନଥିଲା। ତେବେ ଚନ୍ଦକା ଥାନାରେ ଅଭିଯୋଗ ପରେ ପୋଲିସ ଏହି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଛି ।

ପୋଲିସ ସୂଚନା ଅନୁସାରେ ଚନ୍ଦକା ଥାନା କଣ୍ଟାବାଡ ଅଂଚଳରେ ଏକ ଷ୍ଟୁଡିଓରେ ଡ୍ରାଇଭର ଭାବେ କାମ କରୁଥିଲା ଦୀପକ ଜାନୀ। ଗତ ବର୍ଷ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇଥିଲା । ବିବାହ ପ୍ରତିଶ୍ରୁତି ଦେବା ସହିତ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଜୋର‌ ଜବରଦସ୍ତି ଦୁଷ୍କର୍ମ କରିଥିଲା । ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ପରେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ ।

ନାବାଳିକା ଗର୍ଭବତୀ ହେବା ପରେ ଦୀପକ ତାଙ୍କ ସହିତ ଆଉ କୈାଣସି ସମ୍ପର୍କ ରଖି ନଥିଲା ଓ ଗର୍ଭନଷ୍ଟ କରିବାକୁ ବାଧ୍ୟ କରିଥିଲା ଦୀପକ । ତେବେ ଦୁଇ ଦିନ ପୂର୍ବେ ନାବାଳିକା ଜଣକ ଦୀପକକୁ ଯୋଗାଯୋଗ କରିବାରୁ ସେ ତାଙ୍କୁ ଫୋନ କରିବାକୁ ବାରଣ କରିବା ସହିତ ଜୀବନରେ ମାରିଦେବାକୁ ଧମକ ଦେଇଥିଲା । ଏ ନେଇ ଚନ୍ଦକା ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି ।‌ ଗତକାଲି କଣ୍ଟାବାଡ ଅଞ୍ଚଳରେ ଚଢାଉ କରି ଅଭିଯୁକ୍ତକୁ ଥାନାକୁ ଉଠାଇ ଆଣି ପଚରାଉଚରା କରିବା ସହିତ ଘଟଣାର ତଦନ୍ତ କରୁଛି । ଆଜି ଦୀପକକୁ କୋର୍ଟ ଚାଲାଣ କରିବ ପୋଲିସ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.