BTS ବ୍ୟାଣ୍ଡ ଉପରେ ନିର୍ମାଣ ହେବ ଡକ୍ୟୁମେଣ୍ଟାରୀ, ଡିଜନୀ ପ୍ଲସ ହଟଷ୍ଟାରରେ ହେବ ଷ୍ଟ୍ରିମିଂ

ସାଉଥ କୋରିଆରର ଚର୍ଚ୍ଚିତ ବିଟିଏସ ବ୍ୟାଣ୍ଡ ଉପରେ ଡକ୍ୟୁମେଣ୍ଟାରୀ ସିରିଜ ଏବଂ ମ୍ୟୁଜିକ ଶୋ କରାଯିବ। ଯାହାକୁ ଡିଜନୀ ପ୍ଲସ ହଟଷ୍ଟାରର ରିଲିଜ କରାଯିବ ବୋଲି ଓ୍ଵାଲଟ୍‌ ଡିଜନୀ କମ୍ପାନୀ ଘୋଷଣା କରିଛି। ଏହି ଡକ୍ୟୁମେଣ୍ଟାରୀ ଆସନ୍ତାବର୍ଷ ଆରମ୍ଭ କରାଯିବ। ଯେଉଁଥିରେ ସାଉଥ କୋରିଆ ଗ୍ରୁପର ୯ ବର୍ଷ ଗୀତ ଏବଂ ଫୁଟେଜକୁ ସାମିଲ କରାଯିବ। ଏହାର ନାମ ବିଟିଏମ ମନ୍ୟୁମେଣ୍ଟସ ବିୟୋଣ୍ଡ ଦ ଷ୍ଟାର ରଖଯାଇଛି।

ଡିଜନୀ କମ୍ପାନୀ ନିଜର ଏକ ବୟାନ ଜାରି କରି ଏହା ଘୋଷଣା କରିଛି। ଏହି ଡକ୍ୟୁମେଣ୍ଟାରୀରେ ଗ୍ରୁପ ମେମ୍ବରର୍ସ ଦୈନନ୍ଦିନ ଜୀବନ ଏବଂ ବିଚାର ଏବଂ ପ୍ଲାନିଂକୁ ପ୍ରଦର୍ଶିତ କରାଯିବ।

ସୂଚନାଯୋଗ୍ୟ, ବିଟିଏସ୍‌ ବ୍ୟାଣ୍ଡ ଦକ୍ଷିଣ କୋରିଆର ଲୋକପ୍ରିୟ ବ୍ୟାଣ୍ଡ। ଏମାନଙ୍କର ଲକ୍ଷ ଲକ୍ଷ ଫ୍ୟାନ ଫଲୋଇଂ ରହିଛନ୍ତି। ଏହି ବ୍ୟାଣ୍ଡ ବ୍ରେକ୍‌ ନେବା ପାଇଁ ଗତମାସରେ ଘୋଷଣା କରିଥିଲେ। ୭ ଜଣ ସଦସ୍ୟ ଥିବା ଏହି ବ୍ୟାଣ୍ଡ୍‌ ଏବେ ଏକୁଟିଆ ପରଫର୍ମ କରିବେ।

ଏହି ଡକ୍ୟୁମେଣ୍ଟାରୀ ବିଶ୍ୱସ୍ତରରେ ରିଲିଜ ହେବ ବୋଲି ଡିଜନୀ କହିଛି। ଡିଜନୀ ପ୍ଲସ ଛଡା ହୁଲ୍ଲ ରେ ମଧ୍ୟ ଏହାକୁ ଷ୍ଟ୍ରିମିଂ କରାଯିବ। ବିଟିଏସ୍‌ ମ୍ୟାନେଜମେଣ୍ଟ କମ୍ପାନୀ ଏଚଓ୍ଵାଇବିଇ ସହିତ ବୁଝାମଣା ହୋଇଛି। କୋଭିଡ –୧୯ ଚାଲିବାର ୨ ବର୍ଷ ପରେ ଫ୍ୟାନ୍ସଙ୍କୁ ଏବେ ବିଟିଏସର ଗ୍ରୁପ ପରଫରମାନ୍ସ ପୁଣିଥରେ ଦେଖିବାକୁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.