ରୋମାଞ୍ଚକର ବିଜୟରୁ ଅଭିଯାନ ଆରମ୍ଭ: ତିନି ରନରେ ୱେଷ୍ଟଇଣ୍ଡିଜଠାରୁ ଜିତିଲା ଭାରତ

ଭାରତର ରୋମାଞ୍ଚକର ବିଜୟ । ରୋମାଞ୍ଚକର ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ । ତିନି ରନରେ ଜିତିଲା ଭାରତ । ଶିଖର ଧାଓ୍ଵନ, ଶୁବମନ ଗିଲ, ଶ୍ରେୟସ ଆୟରଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ଭାରତ ୩୦୮ ରନ କରିଥିଲା । ୱେଷ୍ଟଇଣ୍ଡିଜ୍‌ ୩୦୫ ରନ କରିପାରିଥିଲା ।

ଶେଷ ଓଭରରେ ୧୫ ରନର ଆବଶ୍ୟକ ଥିବାବେଳେ ମହମ୍ମଦ ସିରାଜ ୧୧ ରନ ଦେଇ ଦଳକୁ ଜିତାଇଥିଲେ । ସିରାଜ, ଶାର୍ଦ୍ଦୁଲ ଠାକୁର ଓ ଯୁଜବେନ୍ଦ୍ର ଚହଲ ୨ଟି ଲେଖାଏଁ ଓ୍ଵିକେଟ ନେଇଥିଲେ । ଶିଖର ଧାଓ୍ଵନ ୯୭ ରନରେ ଆଉଟ ହୋଇଥିଲେ । ଶୁବମନ ଗିଲ୍‌ ୬୪ ରନ କରିଥିଲେ । ଶ୍ରେୟସ ଆୟର ୫୪ ରନ କରିଥିଲେ । େଓ୍ଵଷ୍ଟଇଣ୍ଡିଜ ଅଧିନାୟକ ନିକୋଲସ ପୂରନ୍‌ ଟସ୍‌ ଜିତି ଫିଲଡିଂ ନିଷ୍ପତ୍ତି ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.