ନୂଆଦିଲ୍ଲୀ: ଲୋକସଭା ପରେ ରାଜ୍ୟସଭା । ମୌସୁମୀ ଅଧିବେସନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ହଙ୍ଗାମା ପାଇଁ ୧୯ଜଣ ରାଜ୍ୟସଭା ସାଂସଦଙ୍କୁ ନିଲମ୍ବନ କରାଯାଇଛି । ଦରଦାମ ବୃଦ୍ଧି, ଜିଏସଟି ଓ ତଦନ୍ତ ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନ ନେଇ ବିରୋଧୀ ଗୃହର ମଧ୍ୟ ଭାଗକୁ ଆସି ସ୍ଲୋଗାନ ଦେବା ସହ ହୋହାଲ୍ଲା କରୁଥିଲେ । ଫଳରେ ସାଂସଦଙ୍କୁ ସପ୍ତାହେ ପାଇଁ ସଂସଦରୁ ନିଲମ୍ବନ କରିଦିଆଯାଇଛି ।
ଗତକାଲି ୪ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା । ନିଲମ୍ବିତ ସାଂସଦଙ୍କ ମଧ୍ୟରେ ଅଛନ୍ତି ତୃଣମୂଳ କଂଗ୍ରେସର ୭ ଓ ଡିଏମକେର ୬ , ଟିଆରଏସର ୩, ସିପିଏମର ୨ ଓ ସିପିଆଇର ଜଣେ । ସଂସଦର ପ୍ରଶ୍ନୋତ୍ତର କାର୍ଯ୍ୟରେ ବାଧା ସୃଷ୍ଟିି କରିଥିବାରୁ ଧାରା ୨୫୬ ଅନୁସରେ ସେମାନଙ୍କୁ ନିଲମ୍ବନ କରାଯାଇଛି । ଗୃହ କାର୍ଯ୍ୟ ଚାଲିଥିବା ବେଳେ ଲଗାତର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ବିରୋଧୀ । ଏଥିପାଇଁ ସଂସଦର ମୌସୁମୀ ଅଧିବେଶନ ଠିକ୍ ଭାବେ ଚାଲି ପାରୁନଥିବା ସରକାରଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ସେପଟେ ସରକାର ଏହି ପ୍ରସଙ୍ଗରେ ଆଲୋଚନାରୁ ଦୂରେଇ ରହିବାକୁ ଷଡଯନ୍ତ୍ର କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି ।