କେନ୍ୟୁଜ୍(ବ୍ୟୁରୋ): ଜଳିଗଲା MIG-21 ଲଢ଼ୁଆ ବିମାନ । ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ । MIG-21 ଫାଇଟର ଏୟାରକ୍ରାଫ୍ଟ ଦୁର୍ଘଟଣା ପରେ ଜଳି ଯାଇଛି । ରାଜସ୍ତାନ ବାରମେର ନିକଟରେ ଦୁର୍ଘଟଣା ଘଟିଛି। ରାତି ପ୍ରାୟ ୯ଟା ବେଳେ ବାରମେର ଜିଲ୍ଲାର ଭିମ୍ଡା ଗାଁ ନିକଟରେ ଖସି ପଡ଼ିଥିଲା ଲଢ଼ୁଆ ବିମାନ ।
ତଳେ ପଡ଼ି ଖଣ୍ଡଖଣ୍ଡ ହୋଇ ଜଳି ଯାଇଥିଲା। ପ୍ରାୟ ଅଧ କିଲୋମିଟର ପରିଧି ମଧ୍ୟରେ ବିମାନର ଖଣ୍ଡବିଖଣ୍ଡିତ ଅଂଶ ପଡ଼ିଥିଲା। ଦୁଇ ପାଲଟଙ୍କ ମୃତ୍ୟୁ ଘଟିଥିବା ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଦୁର୍ଘଟଣା ପରେ ପ୍ରତିରକ୍ଷା ମନ୍ତ୍ରୀ ଏୟାର ଚିଫ୍ ମାର୍ଶାଲ ଭିଆର ଚୌଧାରୀଙ୍କ ସହ କଥା ହୋଇଛନ୍ତି।