ମହାରାଷ୍ଟ୍ର କ୍ୟାବିନେଟ୍‌ରେ ବିଭାଗ ବଣ୍ଟନ; ଡେପୁଟି ସିଏମ୍‌ ଦେବେନ୍ଦ୍ର ଫଡଣଭିସ୍‌ଙ୍କୁ ମିଳିଲା ଗୃହ ଓ ବିତ୍ତ ମନ୍ତ୍ରାଳୟର ଦାୟିତ୍ୱ

ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳ ବିସ୍ତାରର କିଛି ଦିନ ପରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସହର ବିକାଶ ମନ୍ତ୍ରଳୟ ନିଜ ପାଖରେ ରଖିଛନ୍ତି। ଡେପୁଟି ସିଏମ୍‌ ଦେବେନ୍ଦ୍ର ଫଡଣଭିସ୍‌ଙ୍କୁ ମିଳିଛି ଗୃହ, ବିତ୍ତ, ଜଳ ସମ୍ପଦ, ଆବାସ ଏବଂ ବିଜୁଳି ବିଭାଗର ଦାୟିତ୍ୱ।

ସିଏମ୍‌ ସିନ୍ଦେ ରାଜ୍ୟରେ ଶିବସେନା-ବିଜେପି ସରକାରର ପ୍ରଥମ କ୍ୟାବିନେଟ୍‌ ବିସ୍ତାରର ୫ମ ଦିନରେ ବିଭାଗଗୁଡ଼ିକୁ ଆବଣ୍ଟିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ସାର୍ବଜନିକ ନିର୍ମାଣ ଏବଂ ପରିବହନ ବିଭାଗକୁ ମଧ୍ୟ ନିଜ ପାଖରେ ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.