୭୦ ବର୍ଷ ପରେ ଭାରତର ଜଙ୍ଗଲରେ ଦୌଡ଼ିବ ଚିତା: ସେପ୍ଟେମ୍ବର ୧୭ରେ ଚିତା ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):ଭାରତରେ ପୁଣି ଗର୍ଜିବ ଚିତାବାଘ । ୭୦ ବର୍ଷ ପରେ ଭାରତର ଜଙ୍ଗଲରେ ଦୌଡ଼ିବ ଚିତା। ସେପ୍ଟେମ୍ବର ୧୭ ତାରିଖରେ ଚିତା ପ୍ରକଳ୍ପର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚିଡିଆଖାନା ନିର୍ଦ୍ଦେଶକଙ୍କ ସହ ଆୟୋଜିତ ଜାତୀୟ ସମ୍ମଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ । ଭାରତରୁ ବିଲୁପ୍ତ ହୋଇଯାଇଥିବା ଚିତାକୁ ପୁଣି ଥରେ ଦେଶରେ ଉପଲବ୍ଧ କରାଇବା ପାଇଁ ଆରମ୍ଭ ହେବ ଚିତା ପ୍ରକଳ୍ପ । ଆସନ୍ତା ମାସରେ ଦକ୍ଷିଣ ଆଫ୍ରିକାରୁ ପ୍ରଥମ ପର୍ଯ୍ୟାୟରେ ଭାରତକୁ ୧୨ଟି ଚିତା ଆସିବାର ସମ୍ଭାବନା ରହିଛି ।

ମଧ୍ୟପ୍ରଦେଶର କୁନୋ-ପାଲପୁର ଜାତୀୟ ଉଦ୍ୟାନରେ ଚିତାମାନଙ୍କୁ ରଖାଯିବ। ୮ଶହ ବର୍ଗ କିଲୋମିଟର ପର୍ଯ୍ୟନ୍ତ ବ୍ୟାପୀଥିବା କୁନୋ ଜାତୀୟ ଉଦ୍ୟାନରେ ଚିତା ବାଘ ପାଇଁ ଅନୁକୂଳ ବାତାବରଣ ରହିଛି। ୧୯୫୨ରେ ଚିତା ଭାରତରୁ ବିଲୁପ୍ତ ବୋଲି ଘୋଷଣା କରାଯାଇଥିଲା। ଶିକାର ଏବଂ ବାସସ୍ଥଳୀ ନଷ୍ଟ ହେବାରୁ ଭାରତରେ ଚିତା ଲୋପ ପାଇଯାଇଥିଲେ। ଦକ୍ଷିଣ ଆଫ୍ରିକା, ନାମିବିଆ ଏବଂ ବୋଷ୍ଟୱାନାରେ ଅଧିକ ସଂଖ୍ୟକ ଚିତା ଦେଖାଯାଆନ୍ତି। ପ୍ରଥମ ଥର ଲାଗି ବିଶ୍ୱରେ ଗୋଟିଏ ଦେଶରୁ ଆଉ ଗୋଟିଏ ଦେଶକୁ ଚିତା ବାଘ ସ୍ଥାନାନ୍ତର ହେବ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.