ରାତିରେ ଶୋଇବା ପୂର୍ବରୁ ଫଳ ଖାଇବା ଦ୍ୱାରା ହୋଇଥାଏ ଏହି ଗମ୍ଭୀର ସମସ୍ୟା, ଜାଣି ନିଅନ୍ତୁ ଓ ସତର୍କ ରୁହନ୍ତୁ

ଫଳ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ, ମିନେରାଲସ ଓ ପୌଷ୍ଟିକ ତତ୍ତ୍ୱ ରହିଥାଏ। ଯାହା ଶରୀରକୁ ସୁସ୍ଥ ତଥା ନିରୋଗ ରଖେ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଫଳକୁ ଠିକ ସମୟରେ ଖାଇବା ଦ୍ୱାରା ଲାଭ ମିଳୁଥିବା ବେଳେ ଅବେଳରେ ଖାଇଲେ ଏହା ନକରାତ୍ମକ ପ୍ରଭାବ ପକାଇଥାଏ। ଖାସ୍ କରି କେତେକ ନିର୍ଦ୍ଦିଷ୍ଟ ଫଳକୁ ରାତିରେ ଖାଇବା ଅନୁଚିତ। ଏହା ଦେହ ଖରାପ କରିପାରେ।

ଆମେ ସବୁ ଖାଇବା ପରେ ଖାସ କରି ରାତିରେ ମିଠା ଖାଇବାକୁ ପସନ୍ଦ କରିଥାନ୍ତି। କିଛି ଲୋକ ଆଇସକ୍ରୀମ ଖାଇଥାନ୍ତି ତ ଆଉ କେହି ଫଳ ଖାଇଥାନ୍ତି। ଅନ୍ୟପଟେ ଡାଇଟୀସିୟନ କହନ୍ତି ରାତିରେ ଖାସ କରି ଶୋଇବା ପୂର୍ବରୁ ଫଳ ଖାଇବା ଉଚିତ ନୁହେଁ କାରଣ ଆପଣଙ୍କ ଶରୀର ସେହି ସମୟରେ ଆରାମ କରିବା ସ୍ଥିତିରେ ଥାଏ।

ଯଦି ଆପଣ ସେହି ସମୟରେ କିଛି ଏମିତି ଜିନିଷ ଖାଇଥାନ୍ତି ଯାହା ସୁଗାରକୁ ବଢ଼ାଇଥାଏ ତେବେ ଆପଣଙ୍କ ଶରୀର ଶକ୍ତିରେ ଭରିଯାଇଥାଏ। ଏହି ସ୍ଥିତିରେ ଆପଣଙ୍କ ନିଦ ନ ଆସିବା ଏବଂ କାମ ନ କରିବା ଭଳି ଇଚ୍ଛା ହୁଏ।

ଏହା ଆପଣଙ୍କ ଶରୀର ପାଇଁ ଉତ୍ତମ ନୁହେଁ। ଖାସକରି କୁହାଯାଏ ଯେ ଯଦି ଆପଣଙ୍କ ରାତିର ଖାଦ୍ୟ ଏବଂ ମିଠା ମଧ୍ୟରେ କିଛି ବ୍ୟବଧାନ ରହିଥାଏ ଏବଂ ଏହାସହିତ ଶୋଇବାରେ ଡେରୀ ହୋଇଥାଏ ତେବେ ତାହା ଆପଣଙ୍କ ଶରୀର ପାଇଁ ଲାଭକାରୀ ହୋଇଥାଏ।

ଯଦି ଆପଣ ଫାଇବର ଯୁକ୍ତ ଫଳ ଖାଉଛନ୍ତି ତେବେ ଆପଣ ନିଜର ଓଜନର ଧ୍ୟାନ ରଖିପାରିବେ ଏବଂ ଏହାସହିତ ନିଜ ସ୍ବାସ୍ଥ୍ୟର ମଧ୍ୟ ଯତ୍ନ ନେଇପାରିବେ।

ଏକ୍ସପର୍ଟଙ୍କ କହିବାନୁସାରେ ରାତିରେ ଭିଟାମିନ ସି ଯୁକ୍ତ ଖଟା ଫଳ ଖାଇବା ଅନୁଚିତ। ଲେମ୍ବୁ, କମଳା, ଆତାପି ଆଦି ଖଟା ଫଳ ଖାଇବା ଦ୍ୱାରା ଏସିଡିଟି ହୋଇଥାଏ। ରାତିରେ ଖାଇବା ପୂର୍ବରୁ ଖଟା ଫଳ ଖାଇଲେ ଏହି ସମସ୍ୟା ବଢିଯାଏ। ଫଳରେ ଗ୍ୟାସ, ଅମ୍ଳ, ଏସିଡିଟି ଓ ପେଟ ସମ୍ବନ୍ଧୀୟ ରୋଗ ଦେଖାଯାଏ। ଏଣୁ ରାତିରେ ଆଦୌ ଖଟା ଫଳ ସେବନ କରନ୍ତୁ ନାହିଁ।

ରାତିରେ ଖାଦ୍ୟ ଖାଇବା ପରେ ଖଟ୍ଟା ଫଳର ସେବନ କରିବା ଶରୀର ପାଇଁ କ୍ଷତିକାରକ ହୋଇପାରେ। କିଛି ଏକ୍ସପର୍ଟଙ୍କ ମୁତାବକ ଫଳକୁ ରାତିରେ ଖାଇବା ଦ୍ବାରା ହାର୍ଟ ଆଟାକ୍, କିଡନୀ ଫେଲୟର, ହ୍ରୁଦୟ ରୋଗ, ଡାଇବେଟୀଜ୍ ଏବଂ ଆଣ୍ଠୁଗଣ୍ଠି ଜନିତ ସମସ୍ୟାରୁ ରକ୍ଷା ପାଇପାରିବେ।

ଏହି କଥା ଉପରେ ଧ୍ୟାନ ଦିଅନ୍ତୁ ଯେ ରାତିରେ ଖାଉଥିବା ସବୁ ଫଳ ଭଲ ହୋଇନଥାଏ। କାରଣ ସମସ୍ତଙ୍କ ସ୍ବାସ୍ଥ୍ୟ ଅଲଗା ହୋଇଥାଏ ଏବଂ ଏହାସହିତ ଶରୀରର ଆବଶ୍ୟକତା ମଧ୍ୟ ଅଲଗା ହୋଇଥାଏ। ଯଦି ଆପଣ ଶରୀରର ଆବଶ୍ୟକତା ଠାରୁ ଅଧିକ କ୍ୟାଲୋରୀ କିମ୍ବା କୌଣସି ବି ନ୍ୟୁଟ୍ରିଏଣ୍ଟ ନିଅନ୍ତି ତେବେ ନିଜ ପାଇଁ ଏହା କ୍ଷତିକାରକ ପ୍ରମାଣିତ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.