ସନ୍ଧ୍ୟାରେ ଚା ସହିତ କିମ୍ବା ଟିଫିନରେ ଯଦି ଆପଣ ଚଟପଟା ଖାଇବାକୁ ପସନ୍ଦ କରନ୍ତି, ତାହେଲେ ଏହି ରେସିପିକୁ ଟ୍ରାଏ କରିପାରିବେ। ୧୦ ମିନିଟରେ ପ୍ରସ୍ତୁତ ହେଉଥିବା ଏହି ଟେଷ୍ଟି ରେସିପି ଯାହାର ନାଁ ହେଉଛି ଆଳୁ ଚିଲ୍ଲା। ତେବେ ଆଉ ଡେରି କାହିଁକି ଆସନ୍ତୁ ଜାଣିବା ଏହାକୁ କେମିତି ସହଜରେ କରିବେ ପ୍ରସ୍ତୁତ।
ଆବଶ୍ୟକ ସାମଗ୍ରୀ
- ଗୋଟେ ବଡ ଆଳୁ
- ୧ ଛୋଟ ଚାମଚ ଜିରା ପାଉଡର
- ୧ ଛୋଟ ଚାମ ରସୁଣ ପେଷ୍ଟ
- ୧/୪ ଛୋଟ ଚାମଚ ଗୋଲ ମରୀଚ
- ୧ ବଡ ଚାମଚ କର୍ଣ୍ଣଫ୍ଲୋର
- ୧ ବଡ ଚାମଚ ବନସ୍ପତି ତେଲ
- ୧/୨ ମିଡିୟମ୍ ସାଇଜର ପିଆଜ
- ୧ କଞ୍ଚା ଲଙ୍କା
- ୧/୨ ଛୋଟ ଚାମଚ ଧନିଆ ପାଉଡର
- ୧ ବଡ ଚାମଚ ବେସନ
- ଲୁଣ (ସ୍ୱାଦାନୁସାରେ)
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଆଳୁକୁ ଧୋଇ ଦିଅନ୍ତୁ। ଏବେ ଏହାକୁ ଭଲଭାବେ କଦ୍ଦୁକସ୍ କରିନିଅନ୍ତୁ ଏବଂ ଏକ ପାତ୍ରକୁ ବାହାର କରିଦିଅନ୍ତୁ। ଏଥିରେ ୨ କପ୍ ପାଣି ଦିଅନ୍ତୁ ଏଂ କଦ୍ଦୁକସ୍ କରାଯାଇଥିବା ଆଳୁକୁ ୧୫ ମିନିଟ ପର୍ଯ୍ୟନ୍ତ ଭିଜାଇବାକୁ ରଖିଦିଅନ୍ତୁ। ପନ୍ଦର ମିନିଟ୍ ପରେ ଏକ୍ସଟ୍ରା ପାଣିକୁ ବାହାର କରିଦିଅନ୍ତୁ। ଏବେ ଅନ୍ୟ ସମସ୍ତ ସାମଗ୍ରୀ ଭଳି କଟା ପିଆଜ, କଞ୍ଚା ଲଙ୍କା, ରସୁଣ ପେଷ୍ଟ, ଗୋଲ ମରୀଚ ପାଉଡର, ଲୁଣ, ଧନିଆ ପାଉଡର, ଜିରା ପାଉଡୀ, ବେସନ ଏବଂ କର୍ଣ୍ଣଫ୍ଲୋର ପକାନ୍ତୁ।
ଏହି ସବୁ ସାମଗ୍ରୀକୁ ଭଲଭାବେ ମିକ୍ସ କରିଦିଅନ୍ତୁ। ଏକ ନନଷ୍ଟିମ ତାଓ୍ଵାରେ କିଛି ବୁନ୍ଦା ତେଲ ପକାନ୍ତୁ ଏବଂ ପ୍ରସ୍ତୁତ ମିଶ୍ରଣର ଅଧା ଭାଗ ତାଓ୍ଵାରେ ପକାଇ ଚାମଚ ସାହାଯ୍ୟରେ ଗୋଲ କରି ଦିଅନ୍ତୁ। ଯଦି ଗୋଲ ଆଉ ପତଳା ଚିଲ୍ଲା ଖାଇବାକୁ ଚାହୁଁଛନ୍ତି ତାହେଲେ ଏହି ମିଶ୍ରଣକୁ ଭଲଭାବେ ଚାମଚରେ ବୁଲାଇ ଦିଅନ୍ତୁ। ଏବେ ଦୁଇପାଖକୁ ଭଲଭାବେ ଗୋଲଡେନ୍ ବ୍ରାଉନ୍ ହେବା ପର୍ଯ୍ୟନ୍ତ ଆଞ୍ଚରେ ବସାନ୍ତୁ। ଏବେ ଆପଣଙ୍କ ଆଳୁ ଚିଲ୍ଲା ପ୍ରସ୍ତୁତ ହୋଇଯାଇଛି। ଏହାକୁ ଟମାଟୋ କେଚଅପ୍ ନଚେତ ପୋଦିନା ଚଟଣୀ ସହିତ ସର୍ଭ କରନ୍ତୁ।