Apple iPhone 14 Plus ର ଆଜି ପ୍ରଥମ ସେଲ୍‌, ଆସନ୍ତୁ ଜାଣିବା ଏହାର ଦାମ୍

କେନ୍ୟୁଜ୍‌ ବ୍ୟୁରୋ: Apple ତାର ନୂଆ ଆଇଫୋନ iPhone 14 Plus ର ପ୍ରଥମ ସେଲ୍‌ ର ଘୋଷଣା କରିଛି। ଫୋନର ବିକ୍ରି ୭ ଅକ୍ଟୋବର ଅର୍ଥାତ୍‌ ଆଜିଠାରୁ ଆରମ୍ଭ ହୋଇଯାଇଛି। ଆଇଫୋନକୁ ଅନଲାଇନ ଏପଲ ଷ୍ଟୋରରେ କିଣା ଯାଇପାରିବ।

ସୂଚନା ଯୋଗ୍ୟ ଯେ ଆଇଫୋନ କମ୍ପାନି iPhone 14 ମାଧ୍ୟମରେ iPhone 14, iPhone 14 Plus, iPhone 14 Pro ଏବଂ iPhone 14 Pro Max ଲଞ୍ଚ କରିଛି । ଏହି ଫୋନ ଗୁଡ଼ିକର ସେଲ୍‌ ପୂର୍ବରୁ ଆରମ୍ଭ ହେଇଯାଇଛି। ଏବେ iPhone 14 Plus ର ବିକ୍ରି ଆରମ୍ଭ କରିଛି କମ୍ପାନୀ ।

iPhone 14 Plus ର ଦାମ୍‌ ଏବଂ ଅଫର:

iPhone 14 Plus କୁ ବ୍ଲ୍ୟୁ,ପର୍ପଲ୍‌, ମିଡ୍‌ନାଇଟ୍‌ ବ୍ଲାକ୍‌,ଷ୍ଟାର ଲାଇଟ୍‌ ଏବଂ ରେଡ୍ କଲରରେ କିଣିପାରିବେ। ଅଇଫୋନ ୩ଟି ଷ୍ଟୋରେଜ୍‌ ଭେରିଏଣ୍ଟରେ ମିଳୁଛି 128GB ଭେରିଏଣ୍ଟର ମୂଲ୍ୟ ୮୯,୯୦୦ ଟଙ୍କା, ୨୫୬ଜିବିର ମୂଲ୍ୟ ୯୯,୯୦୦ ଟଙ୍କା ଏବଂ ୫୧୨ଜିବି ଭ୍ଯାରିଏଣ୍ଟର ମୂଲ୍ୟ ୧,୧୯,୯୦୦ ଟଙ୍କା ରହିଛି।

Apple iPhone 14 Plus ର କ୍ରୟ ଉପରେ HDFC ବ୍ୟାଙ୍କର କ୍ରେଡିଟ୍‌ ଉପରେ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ତୁରନ୍ତ କ୍ଯାସବ୍ୟାକ୍‌ ମିଳିବ। ତା ସାଥିରେ ୬ ମାସ ପର୍ଯ୍ୟନ୍ତ ନୋ-କଷ୍ଟ ଇଏମ୍‌ଆଇ ଅପ୍ସନ ବି ମିଳିବ। ଗ୍ରାହକ ଯଦି ବାଜାଜ ଫାଇନାନ୍ସ ମାଧ୍ୟମରେ ଆଇଫୋନ14 Plus କିଣୁଛନ୍ତି ତେବେ ମାସିକ ୩,୭୪୬ ପ୍ରାରମ୍ଭିକ କିସ୍ତିରେ ଫୋନ କିଣି ପାରିବେ। ତା ସାଥିରେ ଜିରୋ ଡାଉନ ପେମେଣ୍ଟ ଏବଂ ୨୪ ମାସ ପର୍ଯ୍ୟନ୍ତ ନୋ କଷ୍ଟ ଇଏମ୍‌ଆଇର ସୁବିଧା ମଧ୍ୟ ଅଛି। କେବଳ ଏତିକି ନୁହେଁ Apple iPhone 14 ର କ୍ରୟରେ ୩,୦୦୦ ଟଙ୍କାର ଏକ୍ସଚେଞ୍ଜ ବୋନସ୍‌ ମଧ୍ୟ ମିଳିବ।

Apple iPhone 14 Plus ର ଫିଚରସ୍‌:

Apple iPhone 14 Plus ରେ ୬.୭ ଇଞ୍ଚର ସୁପର ରେଟିନା XDR ମିଳୁଛି, ଯିଏ କି (1284×2778 ପିକ୍ସେଲ) ରିଜୋଲ୍ୟୁସନ୍‌ ଏବଂ ୪୫୮ppi ସହିତ ଆସୁଛି। ଡିସ୍‌ପ୍ଲେ ସହିତ ୧,୨୦୦ ନିଟ୍‌ସର ପିକ୍‌ ବ୍ରାଇଟ୍‌ନେସ୍‌ ଏବଂ ଅଲେଓ୍ଵଜ୍‌ ଅନ ଡିସ୍‌ପ୍ଲେର ସପୋର୍ଟ ମଧ୍ୟ ଦିଆଯାଉଛି। iPhone 14 Plus ରେ ଏ୧୫ ବାୟୋନିକ ପ୍ରସେସର ଦିଆଯାଇଛି ଯିଏ କି ୫ କୋର ଜିପିୟୁ ସହିତ ଆସୁଛି। ଆଇଫୋନ ୧୪ ପ୍ଲସ୍‌ରେ ୧୨ ମେଗା ପିକ୍ସେଲର ରିଅର କ୍ୟାମେରା ସେଟ୍‌ ଅପ ଏବଂ ୧୨ ମେଗା ପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆ ଯାଇଛି। ଆଇଫୋନ୍‌ ସହିତ ଇ-ସିମ୍‌ ଏବଂ ସାଟେଲାଇଟ୍‌ କନେକ୍ଟିଭିଟିର ସପୋର୍ଟ ମଧ୍ୟ ଦିଆ ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.