ପ୍ରାକ୍ଟିସ୍‌ ପରେ ଦିଆଯାଇଛି ଥଣ୍ଡା ସାଣ୍ଡଓ୍ଵିଚ୍‌, ଅସନ୍ତୋଷ ପ୍ରକାଶ କଲା ଟିମ୍‌ ଇଣ୍ଡିଆ

ଟି-୨୦ ବିଶ୍ୱକପ ୨୦୨୨ ରେ ଦ୍ୱିତୀୟ ମ୍ୟାଚ୍ ଖେଳିବା ପାଇଁ ସିଡନୀରେ ପହଞ୍ଚିଛି ଟିମ୍ ଇଣ୍ଡିଆ । ଯେଉଁଠି ନେଦରଲାଣ୍ଡ୍‌ସ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଅଭ୍ୟାସ ଜାରି ରଖିଛି ଇଣ୍ଡିଆ ଟିମ୍। ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ସିଡନୀରେ ଭାରତୀୟ ଖେଳାଳିଙ୍କୁ ଦିଆଯାଉଛି ଖରାପ ଖାଦ୍ୟ । ଆଇସିସି ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଖାଦ୍ୟ ଦେଖି ଭାରତୀୟ ଦଳର ପ୍ରମୁଖ ଖେଳାଳି ବିରକ୍ତି ଭାବ ଜାହିର କରିଛନ୍ତି । ଏନେଇ ଖେଳାଳିମାନେ ଅଭିଯୋଗ କରିଛନ୍ତି ଯେ କେବଳ ସ୍ୟାଣ୍ଡୱିଚ୍ ଖାଇବାକୁ ଦିଆଯାଇଥିଲା । ତାହା ପୁଣି ଥଣ୍ଡା ଥିଲା ଓ ଖାଇବା ଯୋଗ୍ୟ ନଥିଲା ବୋଲି ଖେଳାଳିମାନେ ଅଭିଯୋଗ କରିଛନ୍ତି ।

ଏଥିପାଇଁ ଅନେକ ଖେଳାଳି ଅଭ୍ୟାସ ଶିବିରରୁ ସିଧା ହୋଟେଲ ଯାଇ ଖାଇଥିବା ଜଣାପଡ଼ିଛି । ଆଉ କେତେ ଜଣ ଫଳ ଖାଇ ରହିଥିଲେ। ତେବେ ଆଜି ଅଭ୍ୟାସ କରିବେ ନାହିଁ ବୋଲି ମନା କରିଛନ୍ତି । କାରଣ ଖେଳାଳିମାନେ ରହୁଥିବା ହୋଟେଲଠାରୁ ୪୨ କିଲୋମିଟର ଦୂର ବ୍ଲାକ ଟାଉନରେ ଅଭ୍ୟାସ କରିବା ପାଇଁ କୁହାଯାଇଛି । ଏତେ ଦୂର ଯାଇ ଅଭ୍ୟାସ କରିବେ ନାହିଁ ବୋଲି ଆଇସିସିକୁ ଜଣାଇଛନ୍ତି ।

ଆସନ୍ତାକାଲି ଭାରତ ସିଡନୀ ନେଦରଲାଣ୍ଡକୁ ଭେଟିବ । ଏହାପୂର୍ବରୁ ଆଜି ନେଟ୍ ପ୍ରାକ୍ଟିସ୍ କରିଥାନ୍ତେ ଭାରତୀୟ ଖେଳାଳି । ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ଜବରଦସ୍ତ ଆରମ୍ଭ କରିଛି ।ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ପରାସ୍ତ କରିବା ପରେ ଟିମ୍ ଇଣ୍ଡିଆ ବର୍ତ୍ତମାନ ନେଦରଲ୍ୟାଣ୍ଡ ବିପକ୍ଷରେ ଏକ ବଡ଼ ବିଜୟକୁ ଅପେକ୍ଷା କରିଛନ୍ତି। ଭାରତ ଏବଂ ନେଦରଲ୍ୟାଣ୍ଡ ପ୍ରଥମ ଥର ପାଇଁ ଟି-୨୦ ଇଣ୍ଟରନ୍ୟାସନାଲରେ ମୁହାଁମୁହିଁ ହେବେ। ତେବେ ୨୩ ତାରିଖରେ ଖେଳାଯାଇଥିବା ମ୍ୟାଚରେ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪ ୱିକେଟରେ ହରାଇଛି ଭାରତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.