ଆଜିଠୁ ହରିଆଣାରେ ସବୁ ରାଜ୍ୟର ଗୃହମନ୍ତ୍ରୀଙ୍କ ଚିନ୍ତନ ଶିବିର: ଯୋଗଦେବେ ସବୁ ରାଜ୍ୟର ଗୃହମନ୍ତ୍ରୀ, ପୋଲିସ ଡିଜି

କେନ୍ୟୁଜ୍(ବ୍ୟୁରୋ):  ଆଜି ଗୃହମନ୍ତ୍ରୀ ଓ ପୋଲିସ ଡିଜିଙ୍କ ସମ୍ମିଳନୀ । ହରିଆଣାର ସୂରଜକୁଣ୍ଡରେ ସବୁ ରାଜ୍ୟର ଗୃହମନ୍ତ୍ରୀ ଓ ପୋଲିସ ଡିଜିଙ୍କ ଦୁଇ ଦିନିଆ ଚିନ୍ତନ ଶିବିର ଅନୁଷ୍ଠିତ ହେବ । ଭିଡିଓ କନଫରେନ୍ସିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀକୁ ସମ୍ବୋଧନ କରିବେ । ଏଥିରେ ସବୁ ରାଜ୍ୟର ଗୃହମନ୍ତ୍ରୀ, ପୋଲିସ ଡିଜି, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳର ମହା ନିର୍ଦ୍ଦେଶକ, କେନ୍ଦ୍ରୀୟ ପୋଲିସ ସଂଗଠନର ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗ ଦେବେ ।

ଏହି ଚିନ୍ତନ ଶିବିରରେ ପୋଲିସ ଫୋର୍ସର ଆଧୁନିକୀକରଣ, ସାଇବର କ୍ରାଇମ ମ୍ୟାନେଜମେଣ୍ଟ ଉପରେ ବିଚାରବିମର୍ଶ ହେବ । ସେହିପରି ଅପରାଧ ନ୍ୟାୟିକ ବ୍ୟବସ୍ଥାରେ ସୂଚନାପ୍ରଯୁକ୍ତି ବିଦ୍ୟାର ଅଧିକ ବିନିଯୋଗ, ଭୂସୀମା ପରିଚାଳନା, ଉପକୂଳ ସୁରକ୍ଷା, ମହିଳା ସୁରକ୍ଷା, ବେଆଇନ ନିଶା କାରବାର ରୋକିବା ଆଦି ପ୍ରସଙ୍ଗରେ ଆଲୋଚନା କରାଯିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.