Below header

ସେବନ କରନ୍ତୁ ଏହି ଆଣ୍ଟି ଇନଫ୍ଲାମେଟୋରୀ ଖାଦ୍ୟ, ଆର୍ଥରାଇଟ୍ସ ସହିତ ଦୂର କରିବ ଅନେକ କ୍ରୋନିକ ରୋଗ

ମଣିଷ ଏପରି ଖାଦ୍ୟ ଖାଇବା ଉଚିତ୍ ଯାହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ଯେଉଁଥିରେ ଆଣ୍ଟି ଇନଫ୍ଲାମେଟୋରୀ ଖାଦ୍ୟ ରହିବା ଉଚିତ୍। ଆମର ସ୍ୱାସ୍ଥ୍ୟର ସନ୍ତୁଳନ ଆମର ନିୟମିତ ଖାଦ୍ୟ ପେୟ ଉପାରେ ନିର୍ଭର କରେ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ଆମର ଆର୍ଥରାଇଟ୍ସ ସମ୍ବନ୍ଧୀୟ ରୋଗ ଦେଖାଦିଏ। ଏଣୁ ଏହି ସବୁ ରୋଗରୁ ରକ୍ଷା ପାଇବା ପାଇଁ ହେଲେ ଡାକ୍ତର ଆମମାନଙ୍କୁ ଖାଦ୍ୟର ଶୁଦ୍ଧତା ଉପରେ ଉପଦେଶ ଦିଅନ୍ତି।

ଡାକ୍ତର କୁହନ୍ତି ଏହି ଆର୍ଥରାଇଟ୍ସ ଭଳି ସମସ୍ୟାରୁ ରକ୍ଷା ପାଇବା ପାଇଁ ହେଲେ ଆଣ୍ଟି-ଇନଫ୍ଲାମେଟୋରୀ ଖାଦ୍ୟର ପୋଷଣ ନିହାତି ଦରକାର। ଏହି ଖାଦ୍ୟ ପୋଷଣ କରିବା ଦ୍ୱାରା ଆମ ଶରୀରରେ ବଢ଼ୁଥିବା ଏହି ରୋଗ ସମ୍ବନ୍ଧୀୟ ଶକ୍ତିକୁ ହ୍ରାସ କରିବାରେ ସହାୟକ ହୁଏ। ସବୁ ବୟସର ଲୋକଙ୍କୁ ପ୍ରୋଟିନ ଏବଂ ଭିଟାମିନ ଯୁକ୍ତ ଖାଦ୍ୟ ସହିତ ଅଣ୍ଟି-ଇନଫ୍ଲାମେଟୋରୀ ଖାଦ୍ୟ ନିତାନ୍ତ ଆବଶ୍ୟକ। କିଛି ଅଧ୍ୟୟନରୁ ଜଣାପଡ଼ିଛି ଯେ ଏମିତି କିଛି ଖାଦ୍ୟ ଅଛି ଯିଏ କି କ୍ରୋନିକ ସମ୍ବନ୍ଧୀୟ ରୋଗରୁ ମୁକ୍ତି କରେ।

ବ୍ରୋକୋଲୀରେ ରହିଛି ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ:

ପରିବାମାନଙ୍କ ମଧ୍ୟରେ ବ୍ରୋକୋଲୀ ହେଉଛି ଭଲ ପୁଷ୍ଟିକର ଖାଦ୍ୟ । ଏହାକୁ ସେବନ କଲେ ହାର୍ଟ ଆଟାକ ସହିତ କ୍ୟାନ୍ସର ବିପଦ କମ୍‌ ହେଇଥାଏ। ଏଥିରେ ଥିବା ଆଣ୍ଟି –ଅକ୍ସିଡାଣ୍ଟ ଏବଂ ଇନ୍‌ଫ୍ଲାମେଟୋରୀ ଗୁଣ ଅନେକ ରୋଗ ସମସ୍ୟାରୁ ବଞ୍ଚାଇଥାଏ। ଅଧ୍ୟୟନରୁ ଜଣାଯାଇଛି ଯେ ଏଥିରେ ସଲ୍‌ଫୋରାଫେନ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ପ୍ରଚୁର ପରିମାଣରେ ଥିବାରୁ ସାଇଟୋକାଇନ୍ସ ନ୍ୟୁକ୍ଳିଅର ଫେକ୍ଟର କପ୍ପା-ବିର ସ୍ତରକୁ ପ୍ରଭାବିତ କରି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।

ଆଭୋକାଡୋ:
ଏଥିରେ ପୋଟାସିୟମ, ମ୍ୟାଗ୍ନେସିୟମ, ଫାଇବର ପ୍ରଚୁର ପରିମାଣରେ ରହିଛି। ଏଥି ପାଇଁ ହାର୍ଟ ସମ୍ବନ୍ଧୀୟ ରୋଗ ପାଇଁ ଏହା ଅତ୍ୟନ୍ତ ଅପଯୋଗୀ। ଏଥିରେ କରୋଟେନୋଏଡ୍ସ ଏବଂ ଟକୋଫେରଲ୍ସ ଗୁଣ ଅଛି ଯାହା କ୍ୟାନ୍ସରର ବିପଦକୁ ହ୍ରାସ କରିଥାଏ । ଆଭୋକାଡୋରେ ଯେଉଁ ସବୁ ଉପାଦେୟ ଗୁଣ ଅଛି ତାହା ଖାସ୍‌ ମରି ଚର୍ମ କୋଷର ଗଠନ ପାଇଁ ଲାଭଦାୟକ ହୋଇଥାଏ। ଏହି ପରି ୧୨ ସପ୍ତାହରେ ୫୧ ପିଲାଙ୍କ ଉପରେ ହୋଇଥିବା ଗଭେଷଣାରୁ ଜଣା ଯାଇଛି ଯେ ଆଭୋକାଡୋରେ ରୋଗ ହ୍ରାସ କରିବାରେ ଗୁଣ ପ୍ରଚୁର ପରିମାଣରେ ଅଛି।

ମଶ୍‌ରୁମ ବା ଛତୁ :
ମଶ୍‌ରୁମ ମଧ୍ୟ ଏକ ବହୁତ ଉପକରୀ ଖାଦ୍ୟ,ଏଥିରେ ଆଣ୍ଟି- ଇନ୍‌ଫ୍ଲିମେଟୋରୀ ଗୁଣ ରହିଛି। ମଶ୍ରୁମରେ କ୍ୟାଲୋରୀ ବହୁତ କମ୍‌ ଥାଏ କିନ୍ତୁ ଏଥିରେ ସେଲେନିୟମ କପର ଏବଂ ଅନ୍ୟ ଭିଟାମିନ୍‌ ପ୍ରଚୁର ପରିମାଣରେ ଥାଏ। ଏଥିରେ ଫିନୋଲ ଏବଂ ଅନ୍ୟ ଏଣ୍ଟି ଅକ୍ସିଡାଣ୍ଟ ରହିଥାଏ ଯାହା ଆଣ୍ଟି- ଇନ୍‌ଫ୍ଲାମେଟୋରୀ ଗୁଣ ସହିତ ସାହାଯ୍ୟକାରୀ ହୋଇଥାଏ। ମଶରୁମ ଖାଇବାର ଅଭ୍ୟାସ ଆମ ଶରୀର ପାଇଁ କ୍ରୋନିକ ଜନିତ ରୋଗ ସମସ୍ୟାର ପ୍ରଭାବ କମ୍‌ କରିଥାଏ ।
ଗ୍ରୀନ୍‌ ଟି’ ଉପକାରିତା :

ଗ୍ରୀନ୍‌ ଟି’ ହେଉଛି ଏକ ଉପାଦେୟ ପାନୀୟ ପଦାର୍ଥ, ଏହାର ସେବନରେ ଅନେକ ଲାଭ ମିଳିଥାଏ। ଏହାକୁ ପିଇବା ଦ୍ୱାରା ହାର୍ଟ ରୋଗ, କ୍ୟାନ୍ସର, ଏଲ୍ଜାଇମର ରୋଗ, ମୋଟାପଣ ଏମିତି ଅନେକ କ୍ରୋନିକ ରୋଗର ପ୍ରଭାବ କମ୍‌ କରିଥାଏ। ଏଥିରେ ସାଧାରରତଃ (EGCG) ନାମକ ପଦାର୍ଥ ଥାଏ ଯାହା ଆଣ୍ଟି ଅକ୍ସିଡାଣ୍ଟ ଏବଂ ଇନ୍‌ଫ୍ଲାମେଟୋରୀ ମାର୍କରସକୁ ହ୍ରାସ କରିଥାଏ। ତେଣୁ ଆପଣ ଏହି ସବୁ ଖାଦ୍ୟକୁ ନିଜ ଡେଏଟରେ ମିଶାଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.