କୋର୍ଟଙ୍କ ଆଦେଶ: ବ୍ଲକ୍‌ ହେବ କଂଗ୍ରେସ ଓ ‘ଭାରତ ଯୋଡ଼ୋ ଯାତ୍ରା’ର ଟ୍ଵିଟର ହ୍ୟାଣ୍ଡେଲ! ଫିଲ୍ମ ନିର୍ମାତା କରିଥିଲେ ଅଭିଯୋଗ

ବେଙ୍ଗାଲୁରୁ କୋର୍ଟଙ୍କ ତରଫରୁ କଂଗ୍ରେସକୁ ବଡ଼ ଝଟ୍‌କା ମିଳିଛି। କୋର୍ଟ ନିଜ ଆଦେଶରେ କଂଗ୍ରେସ ଏବଂ ଏହାର ‘ଭାରତ ଯୋଡ଼ୋ ଯାତ୍ରା’ର ଟ୍ଵିଟର ହ୍ୟାଣ୍ଡେଲକୁ ବ୍ଲକ୍‌ କରିବାକୁ କହିଛନ୍ତି। ଖବରରୁ ଜଣାପଡ଼ିଛି ଯେ କଂଗ୍ରେସ ବିରୋଧରେ କପିରାଇଟ୍‌ ଆକ୍ଟ ଅଧୀନରେ ଅଭିଯୋଗ ଦାଖଲ ହୋଇଥିଲା।

କେଜିଏଫ୍‌ ନିର୍ମାତା ଅଭିଯୋଗ କରିଥିଲେ କି, କଂଗ୍ରେସ ଭାରତ ଯୋଡ଼ୋ ଯାତ୍ରା ପାଇଁ ଯେଉଁ ମାର୍କେଟିଂ ଭିଡିଓଗୁଡ଼ିକ ପ୍ରସ୍ତୁତ କରିଛି, ସେଥିରେ ତାଙ୍କ ଫିଲ୍ମର ଗୀତ ସବୁ ବ୍ୟବହାର କରାଯାଇଛି।

ଏବେ କୋର୍ଟ ଏହି ମାମଲାରେ ନିଜର ଆଦେଶ ମଧ୍ୟ ଶୁଣାଇ ଦେଇଛନ୍ତି। କୁହାଯାଇଛି ଯେ ଆବେଦନକାରୀଙ୍କ ଦ୍ୱାରା ସିଡୀ ମାଧ୍ୟମରେ ଦର୍ଶାଯାଇଥିଲା କି, କିଛି ମାମୁଲି ପରିବର୍ତ୍ତନ ସହିତ ସେମାନଙ୍କ ଓରିଜିନାଲ୍‌ ଭର୍ସନକୁ ବ୍ୟବହାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.