‘କୌଣସି ସୀମା ଭିତରେ ଆବଦ୍ଧ ନୁହେଁ ସାମ୍ବାଦିକତା ବୃତ୍ତି’ : ପ୍ରଗତିବାଦୀର ସୁବର୍ଣ୍ଣ ଜୟନ୍ତୀ ଓ ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ବଳଙ୍କ ୯୦ତମ ଜୟନ୍ତୀରେ ବକ୍ତାଙ୍କ ମତ

ଭୁବନେଶ୍ୱର (କେନ୍ୟୁଜ୍‌) : ସାମ୍ବାଦିକତା କେବଳ ଏକ ବୃତ୍ତି ଭିତରେ ସୀମିତ ନୁହେଁ, ଏହାର ପରିଧି ଅନେକ ଊର୍ଦ୍ଧ୍ୱରେ । ସମାଜର ଅବହେଳିତ ଓ ଉପେକ୍ଷିତ ଲୋକଙ୍କୁ ନ୍ୟାୟ ଓ ଅଧିକାର ଦିଗରେ କାମ କରିବା ଏହି ବୃତ୍ତିର ସବୁଠୁ ବଡ ଆହ୍ୱାନ ରହିଥାଏ । ଦୈନିକ ଖବର କାଗଜ ‘ପ୍ରଗତିବାଦୀ’ର ସୁବର୍ଣ୍ଣ ଜୟନ୍ତୀ ତଥା ପ୍ରଗତିବାଦୀର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ବଳଙ୍କ ୯୦ତମ ଜୟନ୍ତୀ ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବକ୍ତାମାନେ ଏଭଳି ମତ ରଖିଛନ୍ତି ।
ଭୁବନେଶ୍ୱର ମଞ୍ଚେଶ୍ୱର ସ୍ଥିତ ପ୍ରଗତିବାଦୀ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନ୍ୟମାନଙ୍କ ଭିତରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର, ସାଂସଦ ଡ. ଅଚ୍ୟୁତ ସାମନ୍ତ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରଗତିବାଦୀ ଖବରକାଗଜର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ସ୍ବର୍ଗତ ପ୍ରଦ୍ୟୁମ୍ନ ବଳଙ୍କ ଆଦର୍ଶକୁ ପ୍ରଶଂସା କରିବା ସହିତ ତାଙ୍କର ବ୍ୟକ୍ତିତ୍ବ ଅନେକଙ୍କୁ ପ୍ରେରିତ କରିବ ବୋଲି କହିଥିଲୋ
ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଥିବା ବ୍ୟକ୍ତିତ୍ୱଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ । ଶରତ ଚନ୍ଦ୍ର ନାୟକଙ୍କୁ ପ୍ରଦ୍ୟୁମ୍ନ ବଳ ସେଵା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହା ସହ ରାଜ୍ୟସ୍ତରୀୟ ଭାଷଣ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.