କେନ୍ଦୁଝର ଝାଡକୁଣ୍ଡି ନିକଟରେ ବାଇକକୁ ଧକ୍କା ଦେଲା ବାଇକ୍: ଜଣେ ମୃତ, ଜଣେ ଗୁରୁତର

ଆନନ୍ଦପୁର(କେନ୍ୟୁଜ୍): ବାଇକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଝାଡକୁଣ୍ଡି ନିକଟରେ । ଘଷିପୁରା ଥାନା ଅନ୍ତର୍ଗତ ଖଡିବିଲ ଗ୍ରାମର ଉଗ୍ରସେନ ଜେନା ତାଙ୍କ ବନ୍ଧୁଙ୍କ ସହ ବାଇକରେ ଯାଉଥିବାବେଳେ ଝାଡକୁଣ୍ଡି ନିକଟରେ ତାଙ୍କୁ ଏକ ଅଜଣା ବାଇକ ଧକ୍କା ଦେଇଥିଲା।

ଯାହାଫଳରେ ଉଗ୍ରସେନ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଉଗ୍ରସେନଙ୍କର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.