ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରତିବର୍ଷ ବିଶ୍ୱରେ ମୃତ୍ୟୁ ସଂଖ୍ୟା ବଢ଼ିବ ଅଢ଼େଇ ଲକ୍ଷ, ପ୍ରଭାବିତ ହେବେ ଶିଶୁ ଓ ମହିଳା

ନୂଆଦିଲ୍ଲୀ :  ଏଇ ନଭେମ୍ବର ମାସରେ ଆମେରିକାର ଫ୍ଲୋରିଡାରେ ବାତ୍ୟା ବିପର୍ଯ୍ୟୟ ସୃଷ୍ଟି କରିଛି । ଓଡ଼ିଶାକୁ ଆସୁ ଆସୁ ବଡ଼ ବାତ୍ୟା ବାଂଲାସେଶକୁ ମୁହାଁଇ ଗଲା ।  ଏମିତି ଅନେକ ବିରଳ ଘଟଣା ଘଟୁଛି । ଯେଉଁ ସମୟରେ ଆକାଶରେ ବାଦଲ ଦେଖଶ ଯାଏନି ସେହି ସମୟରେ ଝଡ଼ବାତ୍ୟା ହେଉଛି । ଯାହା ଜଳବାୟୁ ଓ ପରିବେଶରେ ବ୍ୟାପକ ପରିବର୍ତ୍ତନ ଘଟୁଥିବାର ସୂଚନା ଦେଉଛି । ହେଲେ ଏଇ ଜଳବାୟୁ ପରିବର୍ତ୍ତନ ପାଇଁ ଦାୟୀ ହେଉଛି ନିଜେ ମଣିଷ। ଆଗାମୀ ବିପଦ ବିଷୟରେ ଜାଣିଥିଲେ ମଧ୍ୟ ତଥାପି ସଚେତନ ହେଉନି ମଣିଷ ସମାଜ । ଆଉ ଫଳସ୍ୱରୂପ ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟ ମାଡ଼ି ଆସୁଛି ପୃଥିବୀ ଉପରକୁ । କିନ୍ତୁ ଆପଣ ଜାଣନ୍ତି କି ଦର୍ଶକ ବନ୍ଧୁ ଏହି ଜଳବାୟୁ ପରିବର୍ତ୍ତନ ହିଁ ହେଉଛି ଅନେକ ନୂଆ ରୋଗର କାରଣ। ଖାସ କରି ଡେଙ୍ଗୁ ପରି ରୋଗ ଏହି ଜଳବାୟୁ ପରିବର୍ତ୍ତନ ପାଇଁ ହେଉଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHO କହିଛି ।

ପରିବେଶ ସନ୍ତୁଳନ ବିଗିଡ଼ି ଯାଇଛି ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁ କେବଳ ଭାରତ ନୁହେଁ ସାରା ବିଶ୍ୱରେ ଏହାର ପ୍ରଭାବ ପଡିବ ବୋଲି WHO ଚେତାଇ ଦେଇଛି। ବିନା ମୌସୁମୀରେ ବର୍ଷା, ଦୁର୍ଭିକ୍ଷ, ଅତ୍ୟଧିକ ଗରମ ଆଦି ସମସ୍ୟା ବୃଦ୍ଧି ପାଇବ। ଯାହାକି ଏବେ ମଧ୍ୟ ଆମେ ଅନୁଭବ କରୁଛେ । ଏହା କେବଳ ମଣିଷ ନୁହେଁ ପୂରା ପ୍ରଣୀ ଜଗତ ଉପରେ ମଧ୍ୟ ଅଧିକ ମାତ୍ରାରେ ପ୍ରଭାବ ପକାଇବ। ଗତ ଦୁଇ ଦଶନ୍ଧି ଧରି ଜଳବାୟୁରେ ହେଉଥିବା ପରିବର୍ତ୍ତନ ଯୋଗୁ ମ୍ୟାଲେରିଆ, ଡେଙ୍ଗୁ ଜ୍ଵର ଓ ଡାଇରିଆ ଭଳି ରୋଗ ବଢ଼ିବାରେ ଲାଗିଛି। ଏହାଛଡ଼ା ଅଂଶୁଘାତ ସମସ୍ୟା ବି ବୃଦ୍ଧି ପାଉଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୨୦୨୩ ରିପୋର୍ଟ ଅନୁଯାୟୀ ଆଗାମୀ ୫ କିମ୍ୱା ୭ ବର୍ଷ ପରେ ବିଶ୍ୱରେ ମୃତ୍ୟୁ ସଂଖ୍ୟା ପ୍ରତିବର୍ଷ ପ୍ରାୟ ଅଢ଼େଇ ଲକ୍ଷ ବଢ଼ିଯିବ। ଏଥିପାଇଁ ଏହି ସବୁ ରୋଗ ହିଁ ଏହାର କାରଣ ବୋଲି ଡବ୍ଲ୍ୟୁଏଚଓ କହିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ସବୁଠୁ ଅଧିକ ପ୍ରଭାବିତ ହେବେ ଶିଶୁମାନେ । ଏବେ ଏଥିପାଇଁ ୫୦ କୋଟି ଶିଶୁ ପ୍ରଭାବିତ ହେଉଛନ୍ତି। ଆଗକୁ ଶିଶୁଙ୍କ ବିକାଶ ଅଧିକ ପ୍ରଭାବିତ ହେବ। ପୁଣି ଗର୍ଭବତୀ ମହିଳା ମଧ୍ୟ ଏଥିରୁ ବାଦ୍‌ ପଡ଼ିବେନି । ସବୁଠୁ ଚିନ୍ତାଜନକ ବିଷୟ ହେଉଛି ମ୍ୟାଲେରିଆ-ଡେଙ୍ଗୁ ସହ ଗର୍ଭପାତ ମଧ୍ୟ ବଢ଼ିବ।

ଭୋପାଳ ଏମ୍ସର ଡାଇରେକ୍ଟର ଡା. ଅଜୟ ସିଂହ କହିଛନ୍ତି, ଡେଙ୍ଗୁ ଭଳି ରୋଗ ପୁଣି ବଢ଼ିବ ଆଉ ମାରାତ୍ମକ ହେବ । ଭାଇରାଲ ଫିଭର ଓ ମହିଳାଙ୍କ ଗର୍ଭ ନଷ୍ଟ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ଏହାଛଡ଼ା ଆଗାମୀ ୧୫ ରୁ ୧୭ ବର୍ଷ ମଧ୍ୟରେ ଭାରତରେ ଉତ୍ତାପ ୩ ଡିଗ୍ରୀ ସେଲସିୟସ ବଢ଼ିଯିବ ବୋଲି UNDP ରିପୋର୍ଟରୁ ଜଣାଯାଇଛି ।

ଏହା ଛଡ଼ା କୁପୋଷଣରେ ପ୍ରାୟ ପ୍ରତି ବର୍ଷ ଅଢ଼େଇ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିବ। ଜଳବାୟୁ ପରିବର୍ତ୍ତନ ଯୋଗୁ କୁପୋଷଣ, ମ୍ୟାଲେରିଆ,ଡାଇରିଆ ଓ ଅତିରିକ୍ତ ଗରମ ଯୋଗୁ ପ୍ରତିବର୍ଷ ଅଢ଼େଇ ଲକ୍ଷ ଲୋକ ମୃତ୍ୟୁ ମୁଖରେ ପଡିବେ। ଭାରତରେ ଆଗାମୀ ବର୍ଷରେ ମ୍ୟାଲେରିଆ ମାମଲା ମଧ୍ୟ ବଢ଼ିବାରେ ଲାଗିବ। ଡାଇରିଆ ପ୍ରଭାବ ୮ ପ୍ରତିଶତ ବଢ଼ିବ ବୋଲି ରିପୋର୍ଟରେ କୁହାଯାଇଛି।

ସବୁଠୁ ଅଧିକ ପ୍ରଭାବ ପଡିବ ଶିଶୁଙ୍କ ବିକାଶରେ। ଏଥିପାଇଁ ପ୍ରାୟ ୫୦ କୋଟି ଶିଶୁ ପ୍ରଭାବିତ ହେଉଛନ୍ତି। ଶିଶୁମାନଙ୍କୁ ଗରମ ପବନର ଅଧିକ ସାମନା କରିବାକୁ ପଡ଼ିବ । ଯାହାକି ସେମାନଙ୍କ ସ୍ୱାସ୍ଥ୍ୟ ଓ ବିକାଶ ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ମହିଳାଙ୍କ ଗର୍ଭ ଧାରଣ ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡ଼ିବ । ଗର୍ଭପାତ ଭଳି ମାମଲା ବଢ଼ିବାର ଆଶଙ୍କା ସୃଷ୍ଟି ହେବ ବୋଲି ଜାତିସଂଘ ରାଷ୍ଟ୍ର ବିକାଶ କାର୍ଯ୍ୟକ୍ରମର ଏକ ରିପୋର୍ଟରେ ପ୍ରକାଶ ପାଇଛି । ଖାଲି ସେତିକି ନୁହେଁ ଜଳବାୟୁ ପରିବର୍ତ୍ତନ ଯୋଗୁ ଲିଂଗଗତ ହିଂସା ମଧ୍ୟ ବଢ଼ିବ। ଆହୁରି ମଧ୍ୟ ବାଲ୍ୟ ବିବାହ ମାମଲା ଏବଂ ତା ସହିତ ଶିଶୁମୃତ୍ୟୁ ସଂଖ୍ୟା ବଢ଼ିବ ବୋଲି ଏହି ରିପୋର୍ଟରେ ଚେତାବନୀ ଦିଆଯାଇଛି ।

ଏକ ରିପୋର୍ଟ ଅନୁଯାୟୀ, ଜଳବାୟୁ ପରିବର୍ତ୍ତନ ବାୟୁ, ଜଳ, ଖାଦ୍ୟ ଏବଂ ଜୀବିକା ଉପରେ ଗଭୀର ପ୍ରଭାବ ପକାଇବ। ୨୦୩୦ରୁ ୨୦୫୦ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏସବୁ ବିପର୍ଯ୍ୟୟ ଦେଖାଦେବ । ସେହିଭଳି ଜଳବାୟୁର ପ୍ରଭାବ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡ଼ିବ । ତେବେ ଯଦି ମଣିଷ ଏବେ ଠାରୁ ସଜାଗ ନରହେ ତାହା ହେଲେ ଏଭଳି ବିପଦକୁ ଏଡ଼ାଇବା କଷ୍ଟକର ହୋଇପଡ଼ିବ । ତେଣୁ ପରିବେଶ ସନ୍ତୁଳନ ରଖିବା ହେଉଛି ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇଛି ମଣିଷ ପାଇଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.