ପୁରୁଣା ପ୍ରେମକୁ ଭୁଲିବାକୁ ଚାହୁଁଛନ୍ତି କି ? ସାହାଯ୍ୟ କରିବ ମାତ୍ର ତିନି ଟୋପା ମହୁ, ଜାଣନ୍ତୁ କିପରି କରିବେ ବ୍ୟବହାର

ପ୍ରେମ ଶାଶ୍ୱତ । ପ୍ରେମ ଚିରନ୍ତନ । ପ୍ରେମର ସଂଜ୍ଞା ଅବର୍ଣ୍ଣନୀୟ । ଯକ୍ଷ, ରକ୍ଷ ଓ କିନ୍ନର ସମସ୍ତେ ଏଥିରେ କବଳିତ । ସ୍ୱୟଂ ଭଗବାନ ବି ପ୍ରେମ କବଳରୁ ରକ୍ଷା ପାଇପାରି ନାହାନ୍ତି । କିନ୍ତୁ ଏହି ପ୍ରେମ ପାଇଁ ମଧ୍ୟ ମଣିଷକୁ ବେଳେ ବେଳେ ଆତ୍ମହତ୍ୟାର ବାଟ ବାଛିବାକୁ ପଡିଥାଏ, ଅବିଶ୍ବସନୀୟ ହେଲେ ବି ଏହା ସତ । ପ୍ରେମରୁ ପ୍ରତାରଣା, ପ୍ରତାରଣାରୁ ଅବସାଦ ଏବଂ ଏଥିରୁ ସୃଷ୍ଟ ଜୀବନ ପ୍ରତି ବୀତସ୍ପୃହତା ମନୁଷ୍ୟକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବତାଇବୁ ଯାହା ଆପଣଙ୍କୁ ଏଭଳି ଆତ୍ମହତ୍ୟାରୁ ରକ୍ଷା କରିବ । ଏକତରଫା ପ୍ରେମରେ ଏହା ବେଶ ଫଳଦାୟୀ ଏବଂ ବହୁ ପରୀକ୍ଷିତ ମଧ୍ୟ।

ଏସବୁ ଚିନ୍ତା ରୁ ମୁକ୍ତି ପାଇଁ ଆମେ ଆପଣଙ୍କ ମାନଙ୍କ ପାଇଁ ନେଇ ଆସିଛୁ ଏକ ସୂତ୍ର ତାହା ପୁଣି ବିନା ଖର୍ଚ୍ଚରେ । ଏହା ପୁଣି କୌଣସି ଗୁଣି ଟୁଣି, ତନ୍ତ୍ର ମନ୍ତ୍ର ଅଥବା ଚେରମୂଳି ଦ୍ୱାରା ନୁହେଁ କେବଳ ସାମାନ୍ୟ ତିନି ଟୋପା ମହୁରେ । ଆମେ କହିଥିବା ପ୍ରଣାଳୀ ଅନୁସାରେ ସେବନ କଲେ ଆପଣ ସମସ୍ତ କବଳିତ ପ୍ରେମରୁ ନିଶ୍ଚିତ ମୁକ୍ତି ପାଇ ପାରିବେ ।

ସେବନ ପ୍ରଣାଳୀ 

ଯେ କୌଣସି ସପ୍ତାହର ସୋମବାର ଓ ଶନିବାର ରାତିରେ ଶୋଇଲା ପୂର୍ବରୁ ପ୍ରଥମେ ମହାଦେବଙ୍କୁ ପ୍ରଣାମ କରି ଯେଉଁ ପୁଅ, ଝିଅ ବା ସ୍ତ୍ରୀ ଲୋକକୁ ଭୁଲିବାକୁ ଚାହୁଁଛନ୍ତି ତା ନାମରେ ବାମହାତ ପାପୁଲି ରେ ଥର ଥର କରି ତିନି ଥର ମହୁ ପକାଇ ତା ନାମ ଉଚ୍ଚାରଣ କରି ତିନି ଥର ସେବନ କରନ୍ତୁ । ଦେଖନ୍ତୁ ଖାଇବାର ୧୫ଦିନ ମଧ୍ୟରେ ନିଶ୍ଚିତ ସେ ଲୋକକୁ ଆପଣ ଭୁଲି ଯିବେ । ଯଦି ଆପଣ ଏହି ପ୍ରେମ ସମ୍ପର୍କ ଦ୍ୱାରା ଅତି ମାତ୍ରାରେ କବଳିତ, ତେବେ ୭ ଦିନ ସେବନ କରନ୍ତୁ । ଦେଖିବେ ଆପଣଙ୍କୁ ଶତପ୍ରତିଶତ ଫଳ ମିଳିବ ।

ଯଦି ଏକତରଫା ପ୍ରେମରେ ଆପଣ କଷ୍ଟ ପାଉଛନ୍ତି କିମ୍ବା ପ୍ରେମିକ ଅଥବା ସ୍ୱାମୀ କିମ୍ବା ପତ୍ନୀ ଓ ପ୍ରେମିକା ପ୍ରତାରଣା କରି ଆପଣଙ୍କୁ ମାନସିକ ଭାବେ କଷ୍ଟ ଦେଇ ପଳାଇ ଯାଇଛନ୍ତି । ଅଥବା ନିଜର କେହି ଅତି ନିବିଡ଼ ସମ୍ପର୍କ ଥିବା ବ୍ୟକ୍ତିର ପରଲୋକ ପରେ ବି ଆପଣ ତାଙ୍କୁ ଭୁଲି ପାରୁ ନାହାନ୍ତି । ତେବେ ଏଇ ଅତି ସହଜ ମହୁ ପଦ୍ଧତି ଆପଣାନ୍ତୁ ।

ଆହୁରି ପଢନ୍ତୁ: ଗରମ ପାଣି କିମ୍ବା କ୍ଷୀରରେ ମହୁ ମିଶାଇ ପିଉଛନ୍ତି କି? ଏହା ହାନିକାରକ, ଜାଣନ୍ତୁ କାହିଁକି

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.