ପ୍ରତି ସାଢ଼େ ୪ ମିନିଟ୍‌ରେ ଜଣେ ଭାରତୀୟ କରୁଛନ୍ତି ଆତ୍ମହତ୍ୟା, ମହିଳାଙ୍କ ତୁଳନାରେ ପୁରୁଷଙ୍କ ସଂଖ୍ୟା ଅଧିକ

କେନ୍ୟୁଜ୍‌ ବ୍ୟୁରୋ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ ସାରା ପୃଥିବୀରେ ପ୍ରତି ବର୍ଷ ୭ ଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି । ଲୋକମାନେ ଦୁର୍ଘଟଣା ଏବଂ ରୋଗ ଅପେକ୍ଷା ଅଧିକ ଆତ୍ମହତ୍ୟା କରୁଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଆତ୍ମହତ୍ୟା କରିବାରେ ମିହିଳାଙ୍କ ଅପେକ୍ଷା ପୁରୁଷର ସଂଖ୍ୟା ସବୁଠାରୁ ଅଧିକ ।

କିଛି ଦିନ ପୂର୍ବରୁ ଚୌମା ରେଲେଓ୍ଵ ଷ୍ଟେସନ ପାଖରେ ଦୁଇଟି ଶବ ମିଳିଥିଲା । ପରିଚୟ ଜଣା ପଡ଼ିବା ପରେ ଗୋଟଏ ଶବ ୩୫ ବର୍ଷର ମହେନ୍ଦ୍ର ସିଂ ଏବଂ ଅନ୍ୟ ଗୋଟିଏ ତାଙ୍କର ୨ ବର୍ଷର ପୁଅର ଥିଲା । ତାଙ୍କର ୨ ବର୍ଷର ପୁଅ ସହିତ ସେ ଟ୍ରେନ ଆଗକୁ ଡେଇଁ ପଡ଼ିଥିଲେ । ସୂଚନା ଅନୁସାରେ ସେ ଆତ୍ମହତ୍ୟା କରିବାର ୬ ଦିନ ପୂର୍ବରୁ ତାଙ୍କ ପତ୍ନୀ ଅନ୍ୟ ଜଣଙ୍କ ସହିତ ଫେରାର ହୋଇଯିବା ପରେ ସେ ଏତେ ବିଚଳିତ ହୋଇ ଯାଇଥିଲେ ଯେ ତାଙ୍କର ୨ ବର୍ଷର ପୁଅକୁ ନେଇ ଟ୍ରେନ ଆଗକୁ ଡେଇଁ ପଡ଼ିଲେ । ଏହାର ଦୁଇ ଦିନ ପରେ ମହାରାଷ୍ଟ୍ରର ଧୁଲେ ଜିଲ୍ଲାରେ ପୋଲିସ ଟେନିଂ ସେଣ୍ଟରରେ ଇନ୍‌ସ୍ପେକ୍ଟର ପ୍ରବୀଣ ବିଶ୍ୱନାଥ କଦମ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ସେ ଏକ ସୋସାଇଡ୍‌ ନୋଟ୍‌ରେ ଲେଖିଥିଲେ, ମୋର ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି । ଏହି ଦିନରେ ଅନ୍ୟ ଏକ ଆତ୍ମହତ୍ୟା ଘଟଣା ମଧ୍ୟ ଘଟିଥିଲା । ଜୟପୁରରେ ଶାସ୍ତ୍ରୀ ନଗରରେ ଜଣେ ବ୍ୟବସାୟୀ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ । ଗୁଳିର ଫୁଟିବାର ଶବ୍ଦ ଶୁଣି ପରିବାର ଲୋକେ ଘରର କବାଟ ଭାଙ୍ଗି ତାଙ୍କୁ ହସ୍ପିଟାଲ ନେଇଥଲା ବେଳେ ତାଙ୍କୁ ବଞ୍ଚାଇ ପାରିନଥିଲେ । ସେ କୌଣସି ସୁଇସାଇଡ୍‌ ନୋଟ୍‌ ଛାଡ଼ି ନଥିବାରୁ ଆତ୍ମହତ୍ୟାର କାରଣ ଜଣା ପଡ଼ିନି । ପରିବାର ଲୋକ କହିଥିଲେ ମନମୋହନ କିଛି ଦିନ ହେଲା ବିବ୍ରତ ରହୁଥିଲେ ଏବଂ କାହା ସହିତ କିଛି କଥା ହେଉ ନଥିଲେ ।

ଏହି ୩ଟି ଘଟଣାରେ କେବଳ ପୁରୁଷ ହିଁ ଆତ୍ମହତ୍ୟା କରିଛନ୍ତି । ଆଜି ହେଉଛି ଆନ୍ତର୍ଜାତୀୟ ପୁରୁଷ ଦିବସ । ପ୍ରତି ବର୍ଷ ନଭେମ୍ବର ୧୯କୁ ଏହି ଦିବସ ରୂପେ ପାଳନ କରାଯାଇଥାଏ । ଭାରତରେ ଏହାକୁ ୨୦୦୭ରୁ ପାଳନ କରା ଯାଉଛି । ଏହି ଦିବସର ଲକ୍ଷ୍ୟ ହେଉଛି ପୁରୁଷଙ୍କର ଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରି ଲୋକ ଲୋଚନକୁ ଆଣିବା ଏବଂ ଏହା ପାଇଁ ଉଚିତ ପଦକ୍ଷେପ ନେବା । ପୁରୁଷଙ୍କ କ୍ଷେତ୍ରରେ ହେଉଥିବା ଆତ୍ମହତ୍ୟା ପରି ଗୁରୁତ୍ୱପୂର୍ଣ୍ଣ ସମସ୍ୟାକୁ ନେଇ ମଧ୍ୟ ଉଚିତ ପଦକ୍ଷେପ ନିଆଯାଇଥାଏ । କାରଣ ତଥ୍ୟ ଅନୁସାରେ ଆତ୍ମହତ୍ୟାରେ ପୁରୁଷର ସଂଖ୍ୟା ଆଗରେ ଥାଏ । WHO ର ତଥ୍ୟ ଅନୁସାରେ ପୃଥିବୀରେ ପ୍ରତି ବର୍ଷ ୭ ଲକ୍ଷ ଆତ୍ମହତ୍ୟାରେ ଲୋକ ଜୀବନ ହାରୁଛନ୍ତି । ଯେତିକି ଲୋକ ମ୍ୟାଲେରିଆ, ସ୍ତନ କର୍କଟ, ଏଡ୍‌ସରେ ମରୁ ନାହାଁନ୍ତି ତା ଠାରୁ ଅଧିକ ଲୋକ ଆତ୍ମହତ୍ୟା କରୁଛନ୍ତି । ଏଥିରେ ୧୫ରୁ ୨୯ ବର୍ଷର ଯୁବକ ଅଧିକ ଆତ୍ମହତ୍ୟା କରୁଛନ୍ତି । କେବଳ ଏତିକି ନୁହେଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ରିପୋର୍ଟ ଅନୁସାରେ ପୃଥିବୀରେ ପ୍ରତି ଏକ ଲକ୍ଷରେ ପୁରୁଷ ଆତ୍ମହତ୍ୟା ୧୨.୬ ପ୍ରତିଶତ ଏବଂ ମହିଳାମାନଙ୍କ କ୍ଷେତ୍ରରେ ପ୍ରତି ଏକ ଲକ୍ଷରେ ୫.୪ ପ୍ରତିଶତ ଘଟୁଛି । ଏହି ପରିସଂଖ୍ୟାନରୁ ସ୍ପଷ୍ଟ ଜଣା ପଡ଼ୁଛି କି ମହିଳାଙ୍କ ତୁଳନାରେ ପୁରୁଷ ଆତ୍ମହତ୍ୟା ଅଧିକ ହେଉଛି ।

ଭାରତରେ ମଧ୍ୟ ସମାନ ପରିସ୍ଥିତି:

ଭାରତରେ ମଧ୍ୟ ମହିଳାଙ୍କ ଅପେକ୍ଷା ପୁରୁଷ ଅଧିକ ସଂଖ୍ୟାରେ ଆତ୍ମହତ୍ୟା କରୁଛନ୍ତି । ନେଶ୍‌ନାଲ କ୍ରାଇମ୍‌ ରେକର୍ଡସ ବ୍ୟୁରୋ(NCRB)ର ରିପୋର୍ଟ ଅନୁସାରେ ଦେଶରେ ୨୦୨୧ ମସିହାରେ ୧,୬୪,୦୩୩ ଲୋକ ଆତ୍ମହତ୍ୟାରେ ପ୍ରାଣ ହରାଇଛନ୍ତି । ଏଥିରେ ୧,୧୮,୯୭୯ ଜଣ ପୁରୁଷ ଅର୍ଥାତ୍‌ ୭୩ ପ୍ରତିଶତ ପୁରୁଷ ଆତ୍ମହତ୍ୟା କରିଛନ୍ତି । ଏଥିରେ ମହିଳାମାନଙ୍କ ସଂଖ୍ୟାଥିଲା ୪୫,୦୨୬ ଜଣ ଏବଂ ପ୍ରତି ସାଢ଼େ ୪ ମିନିଟ୍‌ରେ ଜଣେ ପୁରୁଷ ଆତ୍ମହତ୍ୟା କରୁଛନ୍ତି ।ଯଦି ୨୧ ବର୍ଷର ଯୁବକଙ୍କର ସଂଖ୍ୟାକୁ ନେବା ତେବେ ପ୍ରତି ୧୦ ଜଣରେ ୬ରୁ ୭ ଜଣ ଲୋକ ଆତ୍ମହତ୍ୟା କରୁଛନ୍ତି । ୨୦୦୧ ରୁ ୨୦୨୧ ଭିତରେ ମହିଳାମାନଙ୍କ ଆତ୍ମହତ୍ୟା ସଂଖ୍ୟା ୪୦ ହଜାରରୁ ୪୮ ହଜାର ରେ ସୀମିତ ରହିଛି କିନ୍ତୁ ପୁରୁଷଙ୍କ ସଂଖ୍ୟା ୬୬ ହଜାରରୁ ବଢ଼ି ୧ ଲକ୍ଷରେ ପହଞ୍ଚିଲାଣି । ଏନ୍‌ସିଆର୍‌ବିର ରିପୋର୍ଟ ଅନୁସାରେ ୩୦ରୁ ୪୫ ବର୍ଷ ବୟସ୍କ ଲୋକ ଅଧିକ ଆତ୍ମହତ୍ୟା କରୁଛନ୍ତି । ଅନ୍ୟପଟେ ୧୮ରୁ ୩୦ ଏବଂ ୪୫ରୁ ୬୦ ବର୍ଷ ବୟସ୍କ ଲୋକ ଆତ୍ମହତ୍ୟା ଘଟଣା ଅଧିକ ନଜରକୁ ଆସୁଛି ।ପୂର୍ବ ବର୍ଷ ୩୦ରୁ ୪୫ ବର୍ଷ ବୟସ୍କ ଲୋକଙ୍କର ଆତ୍ମହତ୍ୟା ସଂଖ୍ୟାଥିଲା ୫୨,୦୫୪ । ଏଥିରେ ୭୮ ପ୍ରତିଶତ ପୁରୁଷ ଥିଲେ । ସେହିପରି ୧୮ରୁ ୩୦ ବର୍ଷ ବୟସ୍କଙ୍କ ସଂଖ୍ୟାଥିଲା ୫୬,୫୪୩ ,ଯେଉଁଥିରେ ୬୭ ପ୍ରତିଶତ ପୁରୁଷ ଥିଲେ । ଅନ୍ୟପକ୍ଷରେ ୪୫ରୁ ୬୦ ବର୍ଷ ବୟସ୍କ ଲୋକଙ୍କ ସଂଖ୍ୟାଥିଲା ୩୦,୧୬୩ ଏବଂ ଏଥିରେ ୮୧ ପ୍ରତିଶତ ପୁରୁଷ ଥିଲେ । ରିପୋର୍ଟରେ ଏହି କଥା ମଧ୍ୟ ଦର୍ଶାଉଛି ଯେ ଆତ୍ମହତ୍ୟା କରିଥିବା ଲୋକଙ୍କ ଭିତରେ ଅଧିକାଂଶ ବିବାହିତ । ୨୦୨୧ରେ ୧,୦୯,୭୪୯ ଲୋକ ଆତ୍ମହତ୍ୟା କରିଥିଲେ ଯେଉଁଥିରେ ୭୪ ପ୍ରତିଶତ ପୁରୁଷ ଥିଲେ ।

ଆତ୍ମ ହତ୍ୟାରେ ପୁରୁଷଙ୍କ ସଂଖ୍ୟା ଅଧିକ କାହିଁକି :

ପୁରୁଷ ଅନେକ କାରଣ ପାଇଁ ଆତ୍ମହତ୍ୟା କରିଥାଏ,ଡିପ୍ରେସନ,ଅତ୍ୟଧିକ ମାନସିକ ଚିନ୍ତା କିଛି ମେଡିକାଲ କାରଣ ବି ଥାଏ ।ମଣିଷ ଯେତେ ବେଳେ ଏକ ବଡ଼ ସମସ୍ୟା ଭିତରେ ଫସି ରହିଥାଏ ଯଦି ସେ ତାର ରାସ୍ତା ବାହାର କରି ନ ପାରେ ତେବେ ସେ ଆତ୍ମହତ୍ୟା କରିଥାଏ । ନେଶ୍‌ନାଲ କ୍ରାଇମ୍‌ ରେକର୍ଡସ ବ୍ୟୁରୋର ରିପୋର୍ଟ ଅନୁସାରେ ପାରିବାରିବ ସମସ୍ୟା ଏବଂ ଏଡ୍‌ସ,କେନ୍ସର ପରି ରୋଗର ପୀଡ଼ାକୁ ସହି ନପାରି ଆତ୍ମହତ୍ୟା କରିଥାଆନ୍ତି । ୨୦୨୧ରେ ୩୩ ପ୍ରତିଶତ ପାରିବାରିକ ସମସ୍ୟା ପାଇଁ,୧୯ ପ୍ରତିଶତ ରୋଗ ପାଇଁ ଆତ୍ମହତ୍ୟା କରିଛନ୍ତି । ଏଥିରେ କୁହାଯାଇଛି କି ପୁରୁଷମାନଙ୍କ ମଧ୍ୟରୁ ୫୭ ପ୍ରତିଶତ ଲୋକ ଆର୍ଥିକ ସମସ୍ୟା ପାଇଁ ଆତ୍ମହତ୍ୟା କରିଥାଆନ୍ତି ।୨୦୧୧ରେ ହୋଇଥିବା ପରିସଂଖ୍ୟାନରେ କୁହାଯାଇଛି ପୁରୁଷ କାହିଁକି ଆତ୍ମହତ୍ୟା କରୁଛନ୍ତି ? ଆମ ସମାଜ ପୁରୁଷମାନଙ୍କୁ ଅଧିକ ଶକ୍ତିଶାଳୀ ବୋଲି ଭାବୁଛି । ଏହି ମାନସିକତା ପାଇଁ ପୁରୁଷ ତାର ସମସ୍ୟା ବିଷୟରେ କାହାକୁ କହିପାରୁ ନାହିଁ । ଯେତେବେଳେ ସେ ସମସ୍ୟାରୁ ବାହାରି ପାରେ ନାହିଁ ସେ ଡିପ୍ରେସନକୁ ଚାଲିଯାଏ ଏବଂ ଆତ୍ମହତ୍ୟା ପରି ରାସ୍ତାକୁ ବାଛି ନିଏ ।

ଆତ୍ମହତ୍ୟା ଉଦ୍ୟମ କରିବା ଏକ ଦଣ୍ଡନୀୟ ଅପରାଧ :

ଭାରତୀୟ ସମ୍ବିଧାନରେ ଆତ୍ମହତ୍ୟାକୁ ନେଇ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି । ଧାରା ୩୦୯ରେ ଅଭିଯୁକ୍ତଙ୍କୁ ଏକ ବର୍ଷ ଜେଲ୍‌ କିମ୍ବା ଜରିମାନା ଦେବାକୁ ପଡ଼େ । ଭାରତରେ ଆତ୍ମହତ୍ୟା ଉଦ୍ୟମର ସଂଖ୍ୟା ମଧ୍ୟ କମ ନାହିଁ । ୨୦୨୧ ମସିହାରେ ୧,୮୬୩ ମାମଲା ରୁଜୁ ହୋଇଥିବା ବେଳେ ହୋଇଥିବା ବେଳେ,୨୦୨୦ରେ ୧,୬୮୫ ଏବଂ ୨୦୧୯ରେ ୧୬୩୮ ମାମଲା ସାମ୍ନାକୁ ଆସିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.