ବିବାହ ସମସ୍ତଙ୍କ ଜୀବନରେ ହେଉଛି ସବୁଠାରୁ ବିଶେଷ ମୁହୂର୍ତ୍ତ। ତେଣୁ ନିଜ ବିବାହକୁ ଖାସ କରିବା ପାଇଁ ସମସ୍ତେ ଆପଣାନ୍ତି ଭିନ୍ନ ଭିନ୍ନ ଉପାୟ। ଏହିଦିନ ସମସ୍ତେ ସେମାନଙ୍କ ପ୍ରିୟ ଲୋକଙ୍କୁ ନିମନ୍ତ୍ରଣ କରନ୍ତି। କେହି କେହି ସ୍ୱତନ୍ତ୍ର ଅତିଥିଙ୍କୁ ମଧ୍ୟ ଏହିଦିନ ଡାକିଥାନ୍ତି। ଆପଣ କେବେ ବିବାହ ପାଇଁ ସେନା କର୍ମଚାରୀଙ୍କୁ ନିମନ୍ତ୍ରଣ କରିଛ କି? ହୁଏତ ଡାକିଥିବେ, ଯଦି ସେମାନେ ତୁମ ସମ୍ପର୍କୀୟ ହୋଇଥିବେ ଓ ଭାରତୀୟ ସେନାରେ କାମ କରୁଥିବେ। ଆପଣ ଶୁଣିଛନ୍ତି କି କେହି ଜଣେ ବ୍ୟକ୍ତି ସମଗ୍ର ଭାରତୀୟ ସେନାକୁ ବିବାହ କାର୍ଡ ପଠାଇବାର। ବୋଧହୁଏ ନୁହେଁ…।
କିନ୍ତୁ କେରଳର ଜଣେ ଦମ୍ପତି ତାହା କରିଥିଲେ। ସେ ତାଙ୍କ ବିବାହ ପାଇଁ ଭାରତୀୟ ସେନା ମାନଙ୍କୁ ନିମନ୍ତ୍ରଣ କରିଥିଲେ। ସୋସିଆଲ ମିଡିଆରେ ବିବାହ ନିମନ୍ତ୍ରଣର ଏକ ଫଟୋ ଭାଇରାଲ ହେଉଛି।
View this post on Instagram
ନଭେମ୍ବର ୧୦, ୨୦୨୨ ରେ ବିବାହ କରିଥିବା ରାହୁଲ ଏବଂ କାର୍ତ୍ତିକା ସେମାନଙ୍କ ବିବାହ ନିମନ୍ତ୍ରଣ ପତ୍ର ସହିତ ଏକ ହସ୍ତଲିଖନ ନୋଟ୍ ଭାରତୀୟ ସେନାକୁ ପଠାଇଥିଲେ। ସେଥିରେ ସେ ଲେଖିଛନ୍ତି, ‘ଆମେ (ରାହୁଲ ଏବଂ କାର୍ତ୍ତିକା) ୧୦ ନଭେମ୍ବରରେ ବିବାହ କରୁଛୁ। ଆମ ଦେଶ ପ୍ରତି ଆପଣାମାନଙ୍କ ପ୍ରେମ, ନିଷ୍ଠା ଏବଂ ପ୍ରକୃତ ଦେଶପ୍ରେମ ପାଇଁ ଆମେ ପ୍ରକୃତରେ କୃତଜ୍ଞ। ଆମକୁ ସୁରକ୍ଷିତ ରଖିବା ପାଇଁ ଆମେ ଆପଣ ନିକଟରେ କୃତଜ୍ଞ । ଆପଣଙ୍କ ହେତୁ, ଆମେ ଶାନ୍ତିରେ ଶୋଇଥାଉ। ଆମ ପ୍ରିୟଜନଙ୍କ ସହିତ ଆମକୁ ଖୁସିର ଦିନ ଦେଇଥିବାରୁ ଧନ୍ୟବାଦ। ଆପଣଙ୍କ ହେତୁ, ଆମେ ଖୁସିରେ ବିବାହ କରୁଛୁ। ଆମର ବିଶେଷ ଦିନରେ ଆପଣଙ୍କୁ ନିମନ୍ତ୍ରଣ କରି ଆମେ ବହୁତ ଖୁସି। ଆମେ ଆପଣମାନଙ୍କ ଉପସ୍ଥିତି ଏବଂ ଆଶୀର୍ବାଦ କାମନା କରୁଛୁ। ଆମକୁ ସୁରକ୍ଷା ଦେଇଥିବାରୁ ଧନ୍ୟବାଦ।”
ଭାରତୀୟ ସେନା ବିବାହ ନିମନ୍ତ୍ରଣକୁ ପାଇ ଇନଷ୍ଟାଗ୍ରାମରେ ପୋଷ୍ଟ କରି ‘ଶୁଭେଚ୍ଛା’ ଲେଖିଛନ୍ତି। ବିବାହ ନିମନ୍ତ୍ରଣ ପାଇଁ ରାହୁଲ ଏବଂ କାର୍ତ୍ତିକାଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଦମ୍ପତିଙ୍କୁ ସୁଖୀ ଏବଂ ଆନନ୍ଦମୟ ଦାମ୍ପତ୍ୟ ଜୀବନ କାମନା କରୁଛନ୍ତି। ଏହି ପୋଷ୍ଟ ଇନଷ୍ଟାଗ୍ରାମରେ ଭାଇରାଲ ହୋଇଛି। ଲୋକମାନେ ଏହା ଉପରେ କ୍ରମାଗତ ଭାବରେ ମନ୍ତବ୍ୟ ଦେଉଛନ୍ତି, ଜଣେ ଉପଭୋକ୍ତା କହିଛନ୍ତି ଯେ ଆମର ପ୍ରକୃତ ହିରୋମାନଙ୍କ ପାଇଁ ଆମ ହୃଦୟରେ ଥିବା ପ୍ରେମକୁ ପ୍ରକାଶ କରିବା ସର୍ବୋତ୍ତମ । ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, “ଏହି ଦୁଇଜଣ ମହତ୍ କାର୍ଯ୍ୟ କରିଛନ୍ତି। ଜଣେ ତୃତୀୟ ଉପଭୋକ୍ତା କହିଛନ୍ତି, ଏହା ହେଉଛି ସର୍ବୋତ୍ତମ ବିବାହ ନିମନ୍ତ୍ରଣ। ଆମର ପ୍ରକୃତ ହିରୋମାନଙ୍କ ପାଇଁ ଜୟ ହିନ୍ଦ।