ଅନ୍ୟ ଜାତିରେ ପ୍ରେମ କରିବାରୁ ଅନର କିଲିଂ, ବାପା ଗୁଳି କଲା ମା’ ସୁଟକେସରେ ପୂରାଇ ଫିଙ୍ଗିଲା

ନୂଆଦିଲ୍ଲୀ : କେତେ ନୃଶଂସ ଏ ଜନ୍ମ କଲା ବାପା ମା, ଯିଏକି ନିଜ ହାତରେ ୨୨ ବର୍ଷର ଝିଅକୁ କଲେ ହତ୍ୟା । ଏପରି ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ମଥୁରା ଷ୍ଟେସନରୁ ଆସିଛି । ତେବେ ଏ ଘଟଣାଟି ହେଉଛି ମଥୁରାର ଆୟୁଷୀ ଚୌଧୁରୀ ହତ୍ୟା ମାମଲାର । ପୋଲିସର ସୂଚନାନୁସାରେ, ତାଙ୍କ ପିତା ତାଙ୍କୁ ଗୁଳି କରିଥିଲେ। ଏହି ଘଟଣାରେ ମା ମଧ୍ୟ ସାମିଲ ଥିଲେ । ଦିଲ୍ଲୀର ବଦରପୁର ଘରେ ଏହି ହତ୍ୟାକାଣ୍ଡ ଘଟିଥିଲା। ପରେ ଶବକୁ ଏକ ନାଲି ସୁଟକେସରେ ପ୍ୟାକ୍ କରାଯାଇ ୧୫୦ କିଲୋମିଟର ଦୂରରେ ଥିବା ମଥୁରା ଜିଲ୍ଲାର ରାୟା ଅଞ୍ଚଳର ଯମୁନା ଏକ୍ସପ୍ରେସୱେରେ ପକାଇ ଦିଆଯାଇଥିଲା। ୧୮ ନଭେମ୍ବରରେ ଆୟୁଷୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ପୋଲିସ କହିଛି ଯେ ଦୀର୍ଘ ଦିନର ତଦନ୍ତ ପରେ ସୁଟ୍‌କେସ୍‌ରୁ ଯୁବତୀଙ୍କ ମୃତଦେହ ଉତ୍ତରପ୍ରଦେଶର ମଥୁରା ଷ୍ଟେସନ ନିକଟରୁ ଉଦ୍ଧାର ହେବାପରେ ତାଜୁବ ହୋଇଯାଇଥିଲା । ତଦନ୍ତ ବେଳେ ମୃତଦେହଟି ଦିଲ୍ଲୀର ଆୟୁଷୀ ଚୌଧୁରୀଙ୍କର ବୋଲି ଜଣାପଡିଥିଲା । ସନ୍ଦେହରେ ପୋଲିସ ଆୟୁଷୀଙ୍କ ବାପା ଓ ମା’ ଙ୍କୁ ପଚରାଉଚରା କରିବା ପରେ ସତ ସାମ୍ନାକୁ ଆସିଛି । ଅଭିଯୁକ୍ତ ବାପା ନିତେଶ ଏବଂ ମା’ କୁ ମଥୁରା ଥାନା ପୋଲିସ ଗିରଫ କରିଛି ।

ପୋଲିସ ପଚରାଉଚରା ବେଳେ ଜଣାପଡିଛି ଯେ ଦୁଇଟି କାରଣରୁ ଆୟୁଷଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଗୋଟିଏ କାରଣ ହେଲା ଆୟୁଷୀ ଅନ୍ୟ ଜାତିର ପୁଅକୁ ନିଜ ପରିବାରକୁ ନ ଜଣାଇ ବିବାହ କରିଥିଲେ। ଦ୍ୱିତୀୟ କାରଣଟି ହେଲା ଝିଅ ଅନେକ ଦିନ ଧରି ଘରୁ ବାହାରକୁ ଚଳିଯାଉଥିଲା | ଏହି ଦୁଇଟି କାରଣକୁ ନେଇ ବାପା ଏପରି ଏକ ଜଘନ୍ୟ ଅପରାଧ ଘଟାଇବା ପାଇଁ ପଛାଇ ନଥିଲା। ଝିଅକୁ ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଗୁଳିକରି ହତ୍ୟା କରିଥିଲା ନିତେଶ ଏବଂ ମୃତଦେହକୁ ଲୁଚାଇବାରେ ସହଯୋଗ କରିଥିଲା ମା’ । ଏହି ମାମଲାରେ ଆୟୁଷୀଙ୍କ ବାପା ଏବଂ ତାଙ୍କ ମାଙ୍କୁ ମଧ୍ୟ ପୋଲିସ ଗିରଫ କରିଛି।

ସୂଚନା ଥାଉକି, ଆୟୁଷୀଙ୍କ ମୃତଦେହ ମଥୁରା ରେଳ ଷ୍ଟେସନ ନିକଟରୁ ଏକ ସୁଟ୍‌କେସ୍‌ ମଧ୍ୟରୁ ଜବତ କରାଯାଇଥିଲା । ସିସିଟିଭି ଫୁଟେଜ୍‌ ଆଧାରରେ ପୋଲିସ ଆରମ୍ଭ କରିଥିଲା ତଦନ୍ତ । ଏପରିକି ସାମାଜିକ ଗଣମାଧ୍ୟମର ସହଯୋଗ ନେବା ସହିତ ଦିଲ୍ଲୀର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇ ଚିହ୍ନଟ ପାଇଁ କହିଥିଲା । ରବିବାର ସକାଳେ ପୋଲିସ ଏକ ଫୋନ କଲ୍‌ ପାଇଥିଲା । ଆୟୁଷୀଙ୍କ ମା’ ଏବଂ ଭାଇ ଫୋନ କରିବା ସହ ଫଟୋ ଦେଖି ମୃତଦେହକୁ ଚିହ୍ନଟ କରିଥିଲେ । ଆୟୁସୀଙ୍କ ବାପା-ମା’ ଏବଂ ଭାଇକୁ ପୋଲିସ ଜେରା କରିବା ପରେ ସତ ମାନିଥିଲା ବାପା ନିତେଶ । ହତ୍ୟା ପରେ ଏକ ଲାଲ୍‌ ରଙ୍ଗର ସୁଟକେସ୍‌ରେ ପୂରାଇ ମଥୁରାର ଏକ ପରିତ୍ୟକ୍ତ ସ୍ଥାନରେ ଫିଙ୍ଗିଦେଇ ଚାଲିଯାଇଥିଲେ । ବର୍ତ୍ତମାନ ଯେତେବେଳେ ତଦନ୍ତ ଚାଲିଛି, ଆୟୁଷୀଙ୍କ ମାଙ୍କୁ ମଧ୍ୟ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଅଭିଯୋଗ କ’ଣ, ଏହି ଅପରାଧରେ ତାଙ୍କର ଭୂମିକା କ’ଣ ଥିଲା, ଏପର୍ଯ୍ୟନ୍ତ ପୋଲିସ ଏ ସମ୍ପର୍କରେ କୌଣସି ସୂଚନା ଦେଇ ନାହିଁ।

ଅନୁସନ୍ଧାନ ବିଷୟରେ କହିବାକୁ ଗଲେ, ୟୁପି ପୋଲିସର ସିସିଟିଭି ଟିମ୍ ପ୍ରାୟ ୨୦ ହଜାର ମୋବାଇଲ୍ ଫୋନ୍ ଅନୁସନ୍ଧାନ କରି ଝିଅଟିକୁ ଚିହ୍ନଟ କରିଥିଲା। ଏହି ମୋବାଇଲଗୁଡିକର ଅବସ୍ଥାନ ଉପରେ ମଧ୍ୟ ସିସିଟିଭି ଟିମ୍ ଅନୁସନ୍ଧାନ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.