ରାଜ୍ୟର ପ୍ରସିଦ୍ଧ ଶକ୍ତି ପୀଠ ‘ତାରା ତାରିଣୀ’

ତାରା ତାରିଣୀ ରାଜ୍ୟର ପ୍ରସିଦ୍ଧ ଶକ୍ତି ପୀଠ। ଭାରତରେ ଥିବା ଚାରି ଗୋଟି ଆଦିଶକ୍ତି ପୀଠ ମଧ୍ୟରୁ ତାରା ତାରିଣୀ ଗୋଟିଏ । ରୁଷିକୁଲ୍ୟା ନଦୀ କୂଳରେ ଥିବା କୁମାରୀ ପାହାଡ ଉପରେ ମା’ ତାରା ତାରିଣୀ । ପାହାଡ ଉପରୁ ନଦୀର ଦୃଶ୍ୟ ଅତ୍ୟନ୍ତ ମନଲୋଭା ଓ ତଳେ ଥିବା ଗାଁ ଗୁଡିକର ଦୃଶ୍ୟ ଅତ୍ୟନ୍ତ ମୁଗ୍ଧ ହୋଇଥାଏ । ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ନିକଟରେ ମା’ ଙ୍କ ମନ୍ଦିର । ବ୍ରହ୍ମପୁର ଠାରୁ ସଡକ ପଥରେ ବତିଶି କିଲୋମିଟର ଦୂର ହୋଇଥିବା ବେଳେ ଭୂବନେଶ୍ବର ଠାରୁ ଦୂରତା ୧୭୨ କିଲୋ ମିଟର । ପାହାଡ ତଳୁ ମନ୍ଦିର ୭୦୮ ଫୁଟ ହୋଇଥିବା ବେଳେ ରୋପେଓ ର ବ୍ୟବସ୍ଥା ହୋଇଛି ।

tara-tarini-templeତାରା ତାରିଣୀଙ୍କୁ ଦର୍ଶନ କରିବା ପାଇଁ ତଳୁ ୯୯୯ ପାହାଚ ଚଢିବାକୁ ହୋଇଥାଏ କିନ୍ତୁ ଏବେ ଯାନବାହାନ ଯୋଗେ ପାହାଡ ଉପରକୁ ଯିବା ପାଇଁ ବ୍ୟବସ୍ଥା ହୋଇଛି । ମନ୍ଦିର ଉନ୍ନତି ପାଇଁ ସ୍ବତନ୍ତ୍ର ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ମଧ୍ୟ ପଦକ୍ଷେପ ନିଆଯାଇଛି । ମା’ଙ୍କ ଉପରେ ଦକ୍ଷିଣ ଓଡିଶାର ଲକ୍ଷ ଲକ୍ଷ ଭକ୍ତଙ୍କ ବିଶ୍ୱାସ ରହିଛି । ତେଣୁ ପ୍ରତିଦିନ ଲୋକଙ୍କ ଭିଡ ଦେଖିବାକୁ ମିଳିଚ୍ଚ। ଚୈତ୍ର ମାସ,ଆଶ୍ବିନ ମାସରେ ବିଶେଷ ପୂଜାର୍ଚ୍ଚନା ହୋଇଥାଏ । ପ୍ରତି ମଙ୍ଗଳବାରରେ ଭକ୍ତଙ୍କ ଭିଡ ଅଧିକ ହୋଇଥାଏ । ତାରା ତାରିଣୀଙ୍କ ପୀଠକୁ ଆସୁଥିବା ଭକ୍ତ ମାନଙ୍କ ପାଇଁ ରହିବାର ବ୍ୟବସ୍ଥା ମଧ୍ୟ ରହିଛି ।

tara tariniଭାରତରେ ଥିବା ଚାରି ଗୋଟି ଆଦିଶକ୍ତି ପୀଠ ମଧ୍ୟ ରୁ ତାରା ତାରିଣୀ ସ୍ତନ ପୀଠ ହୋଇଥିବା ବେଳେ ପୁରୀ ବିମଳା ପୂଜା ପାଉଛନ୍ତି ପାଦ ପୀଠ ରୂପେ, ଗୌହାଟୀର କାମାକ୍ଷା ମନ୍ଦିର ଯୋନୀ ପୀଠ ରୂପେ ଏବଂ କଲିକତାର ଦକ୍ଷିଣ କାଳୀ ମୁଖ ଭାଗ ରୂପେ ପୂଜା ପାଉଛନ୍ତି । ଆଦିଶକ୍ତି ମା ପାର୍ବତୀଙ୍କୁ କୁହାଯାଏ । ପୁରାଣରେ ବର୍ଣ୍ଣିତ ଅଛି, ଦକ୍ଷ ପ୍ରଜାପତିଙ୍କ ଯଜ୍ଞ ସମୟରେ ମା ଝାସ କୁଣ୍ଡରେ ଦେଇଥିଲେ । ଏହାପରେ ମା’ଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ପଡିଥିଲା ସମଗ୍ର ଭାରତର ବିଭିନ୍ନ କ୍ଷେତ୍ରରେ ତାହା ମଧ୍ୟରୁ ତାରା ତାରିଣୀ ଅନ୍ୟତମ ।

ରିପୋର୍ଟ – ରବିନ୍ଦ୍ର ନାଥ ଡାକୁଆ (କେନ୍ଯୁଜ୍)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.