ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସେସ ପ୍ରିଲିମିନାରୀ ପରୀକ୍ଷା ଫଳ, ପ୍ରିଲିମିନାରୀ ପରୀକ୍ଷାରେ ୫୨୯୬ ଜଣ କୃତକାର୍ଯ୍ୟ

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶା ସିଭିଲ ସର୍ଭିସେସ-ଓସିଏସ ପ୍ରିଲିମନାରୀ ପରୀକ୍ଷା ଫଳ ପ୍ରକାଶିତ । ଓପିଏସସି ପକ୍ଷରୁ ପରିଚାଳିତ ଓସିଏସ ପ୍ରିଲିମନାରୀ ପରୀକ୍ଷାରେ ୫୨୯୬ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।

ସେଥିମଧ୍ୟରେ ଅଛନ୍ତି ୧୭୪୯ ମହିଳା ପରୀକ୍ଷାର୍ଥୀ । କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ତାଲିକା ଓପିଏସସି ୱେବସାଇଟରେ ଉପଲବ୍ଧ । ଅକ୍ଟୋବର ୧୬ରେ ହୋଇଥିଲା ପ୍ରିଲିମନାରୀ ପରୀକ୍ଷା । ଆସନ୍ତା ୨୦୨୩ ଫେବ୍ରୁଆରୀ ମାସରେ ମୁଖ୍ୟ ପରୀକ୍ଷା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.