ଶିକ୍ଷକଙ୍କ ବର୍ବରତା : ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ କଇଁଚିରେ ଆକ୍ରମଣ କରିବା ପରେ ମାଡ ମାରି ପ୍ରଥମ ମହଲାରୁ ଫିଙ୍ଗି ଦେଲେ
ନୂଆଦିଲ୍ଲୀ : ଗୁରୁବାର ଦିନ ଦିଲ୍ଲୀରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସ୍କୁଲକୁ ପାଠ ପଢିବାକୁ ଆସୁଥିବା କୁନି କୁନି ପିଲାଙ୍କ ପ୍ରତି ଶିକ୍ଷୟତ୍ରୀଙ୍କ ବର୍ବରତା ଦେଖିବାକୁ ମିଳିଛି । ଦିଲ୍ଲୀ ଏମସିଡି ସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଜଣେ ଶିକ୍ଷୟତ୍ରୀ କଇଁଚିରେ ଆକ୍ରମଣ କରିବାପରେ ତାଙ୍କୁ ସ୍କୁଲ୍ର ପ୍ରଥମ ମହଲାରୁ ତଳକୁ ଠେଲି ଦେଇଛନ୍ତି। ଏହା ପରେ ସେହି ଶିକ୍ଷକଙ୍କୁ MCD ରୁ ନିଲମ୍ବିତ କରାଯାଇଥିଲା । ଦିଲ୍ଲୀ ଏମସିଡି ସ୍କୁଲରୁ ଆସିଥିବା ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।
ଏହି ଘଟଣା ମଡେଲ ବସ୍ତି ନିକଟରେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନର ବିଦ୍ୟାଳୟର। ଯେତେବେଳେ ପୋଲିସ ଅଧିକାରୀମାନେ ଏହି ଘଟଣା ବିଷୟରେ ସୂଚନା ପାଇଲେ, ତୁରନ୍ତ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଥିଲା। ସାକ୍ଷୀଙ୍କ ବିବୃତ୍ତିରେ, ଆଇପିସିର ଧାରା 307 ଅନୁଯାୟୀ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଏବଂ ଛାତ୍ରୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଥିଲା।
A teacher, Geeta Deshwal, of Prathmik Vidyalaya in Model Basti detained for hitting a std 5 girl with a pair of scissors & pushing her off the 1st floor where classroom is located. Girl hospitalised;stable. Case being prepared u/s 307 IPC on eyewitnesses’ statements: Delhi Police
— ANI (@ANI) December 16, 2022
ନାବାଳିକା ଜଣଙ୍କ ମ୍ୟୁନିସିପାଲିଟି କର୍ପୋରେସନ୍ ସ୍କୁଲର ପଞ୍ଚମ ଶ୍ରେଣୀର ଛାତ୍ରୀ। ସ୍କୁଲ ପିଲାମାନଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଶିକ୍ଷକ ଗୀତା ଦେଶୱାଲ ପ୍ରଥମେ ଛାତ୍ରୀଙ୍କୁ ଏକ କଇଁଚିରେ ଆକ୍ରମଣ କରିଥିଲେ ପରେ ତାଙ୍କ କ୍ରୋଧ ଏତେ ବଢି ଯାଇଥିଲା ଯେ ସେ ତାଙ୍କୁ ସ୍କୁଲ୍ କୋଠାର ପ୍ରଥମ ମହଲାରୁ ଠେଲି ଦେଇଥିଲେ। ଛାତ୍ରୀ ଜଣଙ୍କ ଏବେ ହିନ୍ଦୁ ରାଓ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା କୁହାଯାଇଛି। ଡିସିପି (କେନ୍ଦ୍ରୀୟ) ଶ୍ବେତା ଚୌହାନ କହିଛନ୍ତି। ଏହି ଘଟଣା ପରେ ଶିକ୍ଷୟତ୍ରୀ ଗୀତାଙ୍କୁ ଗିରଫ କରାଯାଇଛି । ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ପୋଲିସକୁ କହିଥିଲେ ଯେ ବାଳିକା ବିଦ୍ୟାଳୟରେ ଶିକ୍ଷକମାନେ ଛାତ୍ରଙ୍କୁ ମାଡ ମାରିବା ଘଟଣା ସାଧାରଣ କଥା । ଶିକ୍ଷୟତ୍ରୀ ଜଣକ ପ୍ରଥମେ ଛାତ୍ରୀ ବନ୍ଦନାଙ୍କୁ ମାଡ଼ ମାରିଥିଲେ, ପରେ ତାଙ୍କୁ ବାଲକୋନୀରୁ ତଳକୁ ଧକ୍କା ଦେଇଥିଲେ ।