ଉଚ୍ଚସ୍ତରୀୟ ବୈଠକରେ କୋଭିଡ୍‌ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମାସ୍କ ପିନ୍ଧିବାକୁ କଲେ ଅପିଲ

ନୂଆଦିଲ୍ଲୀ : ଚୀନ ଓ ଅନ୍ୟ କେତେକ ଦେଶରେ କରୋନା ସଂକ୍ରମଣର ଭୟାବହ ସ୍ଥିତି ଦେଖିବା ପରେ ଉଚ୍ଚସ୍ତରୀୟ ବୈଠକରେ କୋଭିଡ୍‌ ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜନଗହଳିପୂର୍ଣ୍ଣ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ଟେଷ୍ଟିଂ ଓ ଜିନୋମ ସିକ୍ୱେନ୍‌ସିଂ ବଢ଼ାଇବାକୁ କହିଛନ୍ତି।

ସଂକ୍ରମିତ ହେବା ଆଶଙ୍କା ଥିବା ବ୍ୟକ୍ତି ଏବଂ ବୟସ୍କ ବ୍ୟକ୍ତିଙ୍କୁ ପ୍ରିକସନ ଡୋଜ୍‌ ନେବାକୁ ପ୍ରୋତ୍ସାହିତ କରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ। ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ପ୍ରମୁଖ ସାମିଲ ଥିଲେ । ଦେଶରେ କଣ ସ୍ଥିତି ରହିଛି ସେ ନେଇ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.