ରେଲୱେ ଯାତ୍ରୀମାନଙ୍କୁ ଦେଇଥାଏ ମାଗଣା ଖାଦ୍ୟ; ଟ୍ରେନ୍‌ ବିଳମ୍ବ ହେଲେ IRCTCର ଏହି ସୁବିଧାରୁ ଉଠାନ୍ତୁ ଫାଇଦା

ଶୀତ ଋତୁ ଚାଲିଛି। ଦେଶର ଅଧିକାଂଶ ସ୍ଥାନରେ କୁହୁଡ଼ି ସମସ୍ୟା ଲାଗି ରହିଛି। ଏମିତିରେ ଟ୍ରେନ୍‌ଗୁଡ଼ିକ ବିଳମ୍ବ ହେଉଛି, ଯେଉଁ କାରଣରୁ ଯାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ଅନେକ ବାର ଟ୍ରେନ୍‌ ବିଳମ୍ବ ହେତୁ ଲୋକମାନଙ୍କର ଫ୍ଲାଇଟ୍‌ ମଧ୍ୟ ମିସ୍‌ ହୋଇ ଯାଉଛି। ଏଭଳି ସ୍ଥିତିରେ ଭାରତୀୟ ରେଳେଓ୍ଵ ଆପଣଙ୍କୁ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରୁଛି, ଯାହାର ଫାଇଦା ଆପଣଙ୍କୁ ନିଶ୍ଚୟ ଉଠାଇବା ଦରକାର।

ଯେତେବେଳେ ଟ୍ରେନ୍‌ ବିଳମ୍ବ ହୁଏ, ତ ଯାତ୍ରୀମାନଙ୍କୁ ମାଗଣା ଖାଦ୍ୟପେୟ ଏବଂ ଜଳଖିଆର ସୁବିଧା ପ୍ରଦାନ କରାଯାଇଥାଏ। ଆସନ୍ତୁ ଜାଣିବା, ଆପଣ ଏହି ଯୋଜନାର ଫାଇଦା କିପରି ଉଠାଇ ପାରିବେ। ରେଲେଓ୍ଵ ଦ୍ୱାରା ଅନେକ ସୁବିଧା ଯାତ୍ରୀମାନଙ୍କୁ ମାଗଣାରେ ଦିଆଯାଏ। ଏହି ସୁବିଧାଗୁଡ଼ିକର ଲାଭ ନେବା ଆପଣଙ୍କର ହିଁ ଅଧିକାର। କିନ୍ତୁ ଅଧିକାଂଶ ଲୋକଙ୍କୁ ଏହି ସୁବିଧାଗୁଡ଼ିକ ବିଷୟରେ ଜଣା ନ ଥାଏ। ଏଣୁ ଆପଣ ଏ କଥା ନିଶ୍ଚୟ ଜାଣି ରଖିବା ଉଚିତ୍‌।

ରେଲେଓ୍ଵର ନିୟମ ଅନୁସାରେ, ଯଦି କୌଣସି ଟ୍ରେନ୍‌ ଦୁଇ ଘଣ୍ଟା କିମ୍ବା ଏହାଠୁ ଅଧିକ ବିଳମ୍ବ ହୁଏ, ତା’ ହେଲେ ଯାତ୍ରୀମାନଙ୍କୁ ମାଗଣାରେ ଜଳଖିଆ ଓ ଖାଦ୍ୟର ସୁବିଧା ପ୍ରଦାନ କରାଯାଇଥାଏ। ଏହି ସୁବିଧା ବଛା ବଛା ଏକ୍ସପ୍ରେସ୍‌ ଟ୍ରେନ୍‌ରେ ହିଁ ଉପଲବ୍ଧ ରହିଥାଏ। ଏହି ଟ୍ରେନ୍‌ଗୁଡ଼ିକ ମଧ୍ୟରେ ରହିଛି ରାଜଧାନୀ, ଶତାବ୍ଦୀ ଏବଂ ଦୂରନ୍ତୋ ଭଳି ଏକ୍ସପ୍ରେସ୍‌।

ଶୀତଦିନେ କୁହୁଡ଼ି କାରଣରୁ ଅନେକ ବାର ଟ୍ରେନ୍‌ ଘଣ୍ଟା ଘଣ୍ଟା ଧରି ବିଳମ୍ବରେ ଚାଲେ। ଏମିତିରେ ଯଦି ଆପଣଙ୍କ ଟ୍ରେନ୍‌ ମଧ୍ୟ ବିଳମ୍ବ ହୁଏ, ତା’ ହେଲେ ଏହି ସୁବିଧାର ନିଶ୍ଚୟ ଲାଭ ଉଠାନ୍ତୁ। IRCTC ଯାତ୍ରୀମାନଙ୍କୁ ଏହି ସୁବିଧା ପ୍ରଦାନ କରୁଛି। କିନ୍ତୁ ଯଦି ଆପଣଙ୍କ ପାଖକୁ ଖାଦ୍ୟ ପହଞ୍ଚୁନାହିଁ, ତା’ ହେଲେ IRCTCରୁ ଏହି ସୁବିଧା ଦାବି କରି ପାରିବେ।

ଖାଦ୍ୟରେ ମିଳିଥାଏ ଏ ସବୁ ଜିନିଷ

ରେଲେଓ୍ଵ ସକାଳ ଜଳଖିଆରେ ଚା’ କିମ୍ବା କଫି ଏବଂ ବିସ୍କୁଟ ଦେଇଥାଏ। ସନ୍ଧ୍ୟା ଜଳଖିଆରେ ଚା’ କିମ୍ବା କଫି ସହ ଏକ ବଟର ଚିପ୍‌ଲେଟ ଓ ଚାରୋଟି ବ୍ରେଡ୍‌ ଦିଆଯାଇଥାଏ। ଦ୍ୱିପ୍ରହର ଲଞ୍ଚ୍‌ ସମୟରେ ଡାଲି, ରୁଟି ଏବଂ ସବ୍‌ଜୀ ଦିଆଯାଏ। ଅନେକ ବାର ଲଞ୍ଚ୍‌ରେ ପୁରୀ ମଧ୍ୟ ପରସା ଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.