ଜାତୀୟ ସଙ୍ଗୀତ ଗାନ କରୁଥିବା ବେଳେ ପ୍ୟାଣ୍ଟରେ ପରିସ୍ରା କରିଦେଲେ ଏହି ଦେଶର ରାଷ୍ଟ୍ରପତି; ଓଲଟା ୬ ସାମ୍ବାଦିକଙ୍କୁ ପଠାଇ ଦେଲେ ଜେଲ୍
ଜାତୀୟ ସଙ୍ଗୀତ ଗାନ ସମୟରେ ଯଦି କୌଣସି ଦେଶର ରାଷ୍ଟ୍ରପତି ପ୍ୟାଣ୍ଟରେ ପରିସ୍ରା କରି ଦିଅନ୍ତି, ତ କାର୍ଯ୍ୟକ୍ରମରେ କ’ଣ ହେବ, ଲୋକଙ୍କ ପ୍ରତିକ୍ରିୟା କ’ଣ ରହିବ ଏବଂ ସୋସିଆଲ ମିଡିଆରେ କି ପ୍ରକାର ପରିହାସ କରାଯିବ? ଏ ସମସ୍ତ ପ୍ରଶ୍ନର ଉତ୍ତର ନିଶ୍ଚୟ ଆପଣ ଜାଣିବାକୁ ଚାହୁଁଥିବେ। ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି ଦକ୍ଷିଣ ସୁଦାନରୁ, ଯେଉଁଠି ସେଠାକାର ରାଷ୍ଟ୍ରପତି ଜାତୀୟ ସଙ୍ଗୀତ ଗାନ କରୁଥିବା ବେଳେ ଠିଆ ଠିଆ ପ୍ୟାଣ୍ଟରେ ପରିସ୍ରା କରି ଦେଇଛନ୍ତି। ଏହାପରେ ସୋସିଆଲ ମିଡିଆରେ ତାଙ୍କର ଭିଡିଓ ସାରା ବିଶ୍ୱରେ ଭାଇରାଲ ହୋଇଛି। କିନ୍ତୁ ଏହି ଘଟଣାରେ ଓଲଟା ରାଷ୍ଟ୍ରପତିଙ୍କ ସୁରକ୍ଷା ପ୍ରଶାସନ ଅନ୍ୟ ୬ଜଣ ଲୋକଙ୍କୁ ଜେଲ୍ ପଠାଇ ଦେଇଛି।
ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦକ୍ଷିଣ ସୁଦାନର ରାଷ୍ଟ୍ରପତି ସଲଭା କିର ମାୟାର୍ଡିଟ୍ ଜାତୀୟ ସଙ୍ଗୀତ ଗାନ ସମୟରେ ତାଙ୍କ ପ୍ୟାଣ୍ଟରେ ପରିସ୍ରା କରି ଦେଇଥିଲେ। କିନ୍ତୁ ଏହି ଘଟଣାରେ ଅନ୍ୟ ୬ ଜଣଙ୍କୁ ସେ ଜେଲ୍ ପଠାଇ ଦେଇଥିଲେ, ଯାହା ପଛରେ ରହିଥିଲା ଏକ କାରଣ।
ଲୋକଲଜ୍ଜା ଯୋଗୁ ସାମ୍ବାଦିକଙ୍କୁ ପଠାଇଦେଲେ ଜେଲ୍
ବାସ୍ତବରେ, ଦକ୍ଷିଣ ସୁଦାନର ରାଷ୍ଟ୍ରପତି ସଲଭା ଏକ କାର୍ଯ୍ୟକ୍ରମରେ ଭାଗ ନେବାକୁ ଯାଇଥିଲେ। ଭାଇରାଲ୍ ଭିଡିଓରେ ସେ ଜାତୀୟ ସଙ୍ଗୀତ ଗାନ ସମୟରେ ଲାଇନର ସବୁଠୁ ଆଗରେ ଛିଡ଼ା ହୋଇଥିବାର ନଜର ଆସୁଛନ୍ତି। ଜାତୀୟ ସଙ୍ଗୀତର ଧୁନ୍ ବାଜୁଥିବା ବେଳେ ରାଷ୍ଟ୍ରପତି ପ୍ୟାଣ୍ଟରେ ପରିସ୍ରା କରୁଥିବାର ଦେଖାଯାଉଛି। ରାଷ୍ଟ୍ରପତିଙ୍କ ପ୍ୟାଣ୍ଟର ଉପରୁ ତଳ ପର୍ଯ୍ୟନ୍ତ ଓଦା ହୋଇଯାଇଛି।
#Breaking: Reports that the goverment of #Sudan have arrested at least 6 Sudanese journalist who filmed President Salva Kiir Mayardit peeing himself live on nation wide TV. pic.twitter.com/2mqNASTasc
— Sotiri Dimpinoudis (@sotiridi) January 7, 2023
କୁହାଯାଉଛି କି, ଏହି ସମୟରେ କାର୍ଯ୍ୟକ୍ରମ କଭରେଜ୍ ପାଇଁ ସେଠାରେ ବହୁ ସଂଖ୍ୟକ ସାମ୍ବାଦିକ ଉପସ୍ଥିତ ଥିଲେ। ସରକାର ଆଶଙ୍କା କରୁଛନ୍ତି ଯେ ଏହି ସାମ୍ବାଦିକମାନଙ୍କ ମଧ୍ୟରୁ କିଛି ସାମ୍ବାଦିକ ସୋସିଆଲ ମିଡିଆରେ ଭିଡିଓକୁ ଭାଇରାଲ କରି ଦେଇଥିଲେ, ଯାହାଫଳରେ ସାରା ବିଶ୍ୱରେ ତାଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥିଲା। ଏହି ଅପରାଧରେ ପ୍ରଶାସନ ପାଖାପାଖି ୬ ଜଣ ସାମ୍ବାଦିକଙ୍କୁ ଗିରଫ କରି ଜେଲ ପଠାଇ ଦେଇଛି।
କିନ୍ତୁ ସେପଟେ ପ୍ୟାଣ୍ଟରେ ପରିସ୍ରା କରିବା ପରଠାରୁ ରାଷ୍ଟ୍ରପତିଙ୍କ ତରଫରୁ କୌଣସି ଅଫିସିଆଲ ବୟାନ ବା ପ୍ରତିକ୍ରିୟା ସାମ୍ନାକୁ ଆସି ନାହିଁ। ସାମ୍ବାଦିକ ସୁରକ୍ଷା କମିଟି ଘଟଣାକୁ ବିରୋଧ କରି ସରକାରଙ୍କୁ ସମାଲୋଚନା କରିଛି। କମିଟି ଏହାର ସମସ୍ତ ୬ ଜଣ ସହକର୍ମୀଙ୍କୁ ସର୍ତ୍ତମୂଳକ ମୁକ୍ତ କରିବାକୁ ସରକାରଙ୍କୁ ଦାବି କରିଛି।