ସାତଟି ପ୍ରିପେଡ୍‌ ପ୍ଲାନରେ ମିଳିବ ଓଟିଟି ସବକ୍ରିପସନ, ଏୟାରଟେଲ ଆଣିଲା ଏଭଳି ଅଫର

କେନ୍ୟୁଜ୍‌(ବ୍ୟୁରୋ): ଏୟାରଟେଲର ସାତଟି ପ୍ରିପେଡ୍‌ ପ୍ଲାନରେ ମିଳିବ ଓଟିଟି ସବକ୍ରିପସନ । ଏହାପୂର୍ବରୁ ଏୟାରଟେଲ କେବଳ ଚାରୋଟି ପ୍ରିପେଡ୍‌ ପ୍ଲାନରେ Disney Plus Hotstar ର ଫ୍ରି ସବକ୍ରିପସନ ପ୍ରଦାନ କରୁଥିଲା । ଏବେ କିନ୍ତୁ ଏହା ୭କୁ ବୃଦ୍ଧି ପାଇଛି । ପୂର୍ବରୁ ଏୟାରଟେଲ ୩୯୯, ୮୩୯, ୪୯୯ ଓ ୩୩୫୯ ରିଚାର୍ଜ ପ୍ଲାନରେ ଏହି ସୁବିଧା ଉପଲବ୍ଧ କରାଉଥିଲା । ଏବେ ୭୧୯, ୭୭୯ ଓ ୯୯୯ରେ Disney Plus Hotstar ର ଫ୍ରି ସବକ୍ରିପସନ ମିଳିବ । ଏବେ ଆସନ୍ତୁ ଅଧିକ କିଛି ଜାଣିବା ଏୟାରଟେଲର ଏହି ପ୍ରିପେଡ୍‌ ପ୍ଲାନ ବାବଦରେ ।

ଏୟାରଟେଲର ୩୯୯ ପ୍ଲାନର ଭାଲିଡିଟି ୨୮ଦିନ ପର୍ଯ୍ୟନ୍ତ ରହିଛି । ଏହାସହ Disney Plus Hotstar Mobile ର ୩ ମାସପାଇଁ ଫ୍ରି ସବକ୍ରିପସନ ମିଳିବ । ଲୋକାଲ, ଏସଟିଡି ଓ ରୋମିଙ୍ଗ ନେଟଓ୍ଵାର୍କକୁ ଅନଲିମିଟେଡ ଫ୍ରି ସବକ୍ରିପସନ ମିଳିବ । ଏହି ପ୍ଲାନରେ ଦିନକୁ ଆପଣ ୧୦୦ଟି ଏସଏମଏସ ପଠାଇ ପାରିବେ । ଏଥିରେ ଆପଣଙ୍କୁ ଦୈନିକ 2.5GB ଡାଟା ମିଳିବ । ଏହାସହ ଆହୁରି ଅନେକ ବେନିଫିଟର ଫାଇଦା ଉଠାଇ ପାରିବେ ଆପଣ ।

ସେହିପରି ୪୯୯ ପ୍ଲାନର ଭାଲିଡିଟି ମଧ୍ୟ ୨୮ଦିନ ରହିବ । ଏଥିରେ ଆପଣଙ୍କୁ କିନ୍ତୁ ଦୈନିକ 3GB ଡାଟା ମିଳିବ । ଏଥିରେ ମଧ୍ୟ Disney Plus Hotstar Mobile ର ୩ ମାସପାଇଁ ଫ୍ରି ସବକ୍ରିପସନ ମିଳିବ । ଅନ୍ୟସବୁ ସୁବିଧା କିନ୍ତୁ ୩୯୯ ପ୍ଲାନ ସହ ସମାନ ରହିବ ।

ସେହିପରି ୭୧୯ ପ୍ଲାନର ଭାଲିଡିଟି ୮୪ ଦିନ ରହିବ । ଏଥିରେ ବି ଆପଣଙ୍କୁ ୩ ମାସ ପାଇଁ Disney Plus Hotstar Mobile ର ସବକ୍ରିପସନ ମିଳିବ । ଏଥିରେ କିନ୍ତୁ ଆପଣଙ୍କୁ ଦୈନିକ 1.5GB ର ଡାଟା ମିଳିବ । ଏହାସହ ଅନଲିମିଟେଡ କଲିଂ ଓ ଦୈନିକ ୧୦୦ ଏସଏମଏସ ସୁବିଧା ପାଇ ପାରିବେ ।

୭୯୯ ପ୍ଲାନର ଭାଲିଡିଟି ୯୦ ଦିନ ରହିବ । ଏହାସହ ୩ ମାସ ପାଇଁ Disney Plus Hotst ର ସବକ୍ରିପସନ ମିଳିବ । ଏହା େଓ୍ଵବ ଓ ମୋବାଇଲ ଉଭୟରେ ଚାଲିବ । ଏଥିରେ ଦୈନିକ ଆପଣଙ୍କୁ1.5GB ର ଡାଟା ମିଳିବ । ଏହାସହ ୧୦୦ ଏସଏମଏସ ଓ ଅନଲିମିଟେଡ କଲିଂର ଫଇଦା ଉଠାଇ ପାରିବେ ।

ସେହିପରି ୮୩୯ ପ୍ଲାନର ଭାଲିଡିଟି ୮୪ ଦିନ ରହିବ । ଏଥିରେ ମଧ୍ୟ ୩ ମାସ ପାଇଁ Disney Plus Hotstar ର ସବକ୍ରିପସନ ମିଳିବ । ଏଥିରେ କିନ୍ତୁ ଦୈନିକ 2GB ଡାଟା ମିଳିବ । ଏହାସହ ଅନ୍ୟ ସୁବିଧା ସବୁ ୭୯୯ ପ୍ଲାନ ସହ ସମାନ ରହିବ ।

ସେହିପରି ୯୯୯ ପ୍ଲାନର ଭାଲିଡିଟି ୮୪ ଦିନ ରହିବ । ଏଥିରେ ଆପଣଙ୍କୁ ଦୈନିକ 2.5GB ର ଡାଟା ମିଳିବ । ଏଥିରେ ୩ ମାସ ପାଇଁ Disney Plus Hotstar ସବକ୍ରିପସନ ସହ ୮୪ ଦିନପାଇଁ ଆମାଜନ ପ୍ରାଇମ ମେମ୍ବରସିପ ମିଳିବ । ଏହାସହ ଏହି ପ୍ଲାନରେ ଡେଲି ଡାଟା ରୋଲଓଭରର ସୁବିଧା ମିଳିବ । ଅର୍ଥାତ ବଳକା ଡାଟାର ଫାଇଦା ଆପଣ ଉଠାଇ ପାରିବେ ।

ସେହିପରି ୩୩୫୯ ପ୍ଲନର ଭାଲିଡିଟି ୩୫୬ ଦିନ ରହିବ । ଡାଟା ରୋଲ ଓଭର ସହ ଦୈନିକ 2.5GB ଡାଟା ମିଳିବ । ଏହାସହ ବର୍ଷେ ପର୍ଯ୍ୟନ୍ତ Disney Plus Hotstar Mobile ଓ Amazon Prime Video Mobile Edition ର ସବକ୍ରିପସନ ମିଳିବ । ଏହାସହ ଅନ୍ୟପ୍ଲାନ ଭଳି ଅନଲିମିଟେଡ କଲିଂ ର ସୁବିଧା ପାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.