JioBookକୁ ଟକ୍କର ଦେବାକୁ ଆସିଲା ୧୫ହଜାରର ଦମଦାର୍‌ ଲାପଟପ୍‌, ଲଞ୍ଚିଙ୍ଗ ପୂର୍ବରୁ ବୁକିଂ ହେଲାଣି ଆରମ୍ଭ

ସାର୍କ ଟ୍ୟାଙ୍କ ଇଣ୍ଡିଆରେ ଚର୍ଚ୍ଚାରେ ଆସିଥିବା ପ୍ରାଇମ୍‌ ବୁକ୍‌ ଲାପଟପକୁ ପ୍ରସ୍ତୁତ କରିଥିବା ଆଇଆଇଟି ଷ୍ଟୁଡେଣ୍ଟସ ଯେମିତି ଏବେ ମାର୍କେଟରେ ଖୁବ୍‌ ଡିମାଣ୍ଡରେ ଅଛି । ଷ୍ଟୁଡେଣ୍ଟସ ମିଶି ଯେଉଁ ଲାପଟପ୍‌ ପ୍ରସ୍ତୁତ କରିଛନ୍ତି ତାହା ଜିଓ ବୁକ୍‌ ଲାପଟପକୁ ସିଧା ଟକ୍କର ଦେବ କାହିଁକିନା ଜିଓ ବୁକକୁ ମାର୍କେଟରେ ଠିକଠାକ୍‌ ରେସପନ୍ସ ମିଳୁଛି, କିନ୍ତୁ ଏମିତିରେ ଯଦି ପ୍ରାଇମ ବୁକ୍‌ ସଫଳ ହୁଏ ତାହେଲେ ଏହା ଜିଓ ବୁକ୍‌ ପାଇଁ ବିପଦ ସାଜିପାରେ। ଖାସ୍‌ କଥା ହେଉଛି ପ୍ରାଇମ ବୁକକୁ ବି ଜିଓ ବୁକ୍‌ ବଜେଟ୍‌ ରେଞ୍ଜରେ ମାର୍କେଟରେ ଲଞ୍ଚ୍‌ କରାଯାଉଛି, ଯାହାକୁ ଜିଓ ବୁକ୍‌ କରିଛି। କେବଳ ଏତିକି ନୁହେଁ ଏଥିରେ କିଛି ଦମଦାର ଫିଚର୍ସ ମଧ୍ୟ ଅଫର କରାଯାଉଛି, ଯାହା ବୋଧହୁଏ ଜିଓ ବୁକରେ ଆପଣ ପାଇବେନି।

କଣ ରହିଛି ଖାସିୟତ୍‌

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପ୍ରାଇମ୍‌ ବୁକ୍‌ ଦେଖିବାରେ ଏକ ବହୁତ ବଢ଼ିଆ ଲାପଟପ, ଯାହାର ଓଜନ ବହୁତ ହାଲକା ଏବଂ ସାର୍କ ଟ୍ୟାଙ୍କ ଇଣ୍ଡିଆ ପକ୍ଷରୁ ଏହାକୁ ଫଣ୍ଡିଙ୍ଗ ବି ମିଳିସାରିଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଲାପଟରେ ବହୁତ ଖାସ୍‌ ଫିଚର୍ସ ରହିଛି କିନ୍ତୁ ଏଥିରେ ସର୍ବପ୍ରଥମେ ଆପଣଙ୍କୁ ୪ଜି ସିମ୍‌ କନକ୍ଟିଭିଟୀ ମିଳିବ, ଯାହାକୁ ଆପଣ ୨୪ ଘଣ୍ଟା ଇଣ୍ଟରନେଟରେ ବ୍ୟବହାର କରିପାରିବେ। କେବଳ ଏତିକି ନୁହେଁ ଏହି ଲାପଟପରେ ମିଡିୟାଟେକ ପ୍ରୋସେସର ମଧ୍ୟ ଦିଆଯିବ, ଯାହା ଏକ ବହୁତ ଭଲ ପରଫରମାନ୍ସ ଅଫର କରିବ। ଲାପଟପକୁ ଆହୁରି ବି ଅଧିକ ଖାସ୍‌ ବନାଇବ ଏଥିରେ ଦିଆଯାଇଥିବ ପ୍ରାଇମ୍‌ ଓଏଏସ୍‌। ଏହି ଲାପଟପରେ ୟୁଜର୍ସଙ୍କୁ ଏକ ଆଣ୍ଡ୍ରଏଡ ଆଧାରିତ ଇଣ୍ଟରଫେସ୍‌ ମିଳିବ, ଯାହା ଆପଣଙ୍କୁ ସ୍ମାର୍ଟଫୋନକୁ ମନେ ପକାଇଦେବ।

ଏହି ଲାପଟପରେ ଆପଣଙ୍କୁ ମ୍ୟାପିଙ୍ଗ ସୁବିଧା ମଧ୍ୟ ଦିଆଯିବ। ଏହାର ଖାସିୟତ୍‌ ହୁଏତ ଅନ୍ୟ କେଉଁ ଲାପଟପରେ ଏହିି ରେଞ୍ଜରେ ଆପଣଙ୍କୁ କେଉଁଠି ବି ମିଳିବନି। ଏଥିରେ ଆପଣଙ୍କୁ ଟଚପ୍ୟାଡ ମ୍ୟାପିଙ୍ଗ ମଧ୍ୟ ଅଫର କରାଯିବ ଯାହାକୁ ଆପଣ ଟଚପ୍ୟାଡରେ ହିଁ କିଛି ସ୍ପେସିଫିକ କଣ୍ଟ୍ରୋଲ ହାସିଲ ପରିପାରିବେ। ଯେମିତିକି ଆମେ ଆପଣଙ୍କୁ କହିଛୁ ଯେ ଏଥିରେ ଆପଣଙ୍କୁ ବହୁତ ଫିଚର୍ସ ମିଳିବ କିନ୍ତୁ ଏହାର ଦାମ୍‌ ମାତ୍ର ୧୫୦୦୦ ଟଙ୍କା। ଏହି ରେଞ୍ଜରେ କମ୍ପାନୀ ଏହାକୁ ଫ୍ରି ବୁକ କରିବାର ବି ଆପ୍ସନ ଆରମ୍ଭ କରିଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.