ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପୂର୍ବରୁ ରିଷଭଙ୍କ ଉପରେ ରାଗିଗଲେ କପିଲ ଦେବ

ରିଷଭ ଭୁଲ୍‌ ଯୋଗୁଁ ଆଜି ଟିମ୍‌ ଇଣ୍ଡିଆ କ୍ଷତି ସହୁଛି। ମୁଁ ଚାହୁଁଛି ରିଷଭ ଜଲଦି ସୁସ୍ଥ ହୋଇ ଆସିଲେ ମୁଁ ତାକୁ ଚାପୁଡା ମାରିବି: କପିଲ ଦେବ

କାର୍‌ ଦୁର୍ଘଟଣାରେ ଗୁରୁତର ଆହତ ହେବା ପରେ ରିଷଭ ପନ୍ତ ଏବେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ହେଲେ ରିଷଭଙ୍କୁ ନେଇ ରାଗି ଯାଇଛନ୍ତି କପିଲ ଦେବ । ତେବେ ରିଷଭ ଯେଉଁ ଭୁଲ୍‌ କରିଛନ୍ତି, ତା ପାଇଁ ଟିମ୍‌ କ୍ଷତି ସହୁଛି । ଆଉ ପନ୍ତଙ୍କୁ ଦେଖିବା ପରେ ତାଙ୍କୁ ଚାପୁଡା ମାରିବେ ବୋଲି କପିଲ ଦେବ କହିଛନ୍ତି ।

ଭାରତ- ଅଷ୍ଟ୍ରେଲିଆ ବିପକ୍ଷରେ ଆସନ୍ତାକାଲିରୁ ନାଗପୁରରେ ୪ଟି ମ୍ୟାଚ ବିଶିଷ୍ଟ ସିରିଜ ଖେଳାଯିବ। ଆଉ ଏହାକୁ ନେଇ କପିଲ ଦେବ ଚିନ୍ତିତ ରହିଛନ୍ତି। କପିଲ ଦେବ କହିଛନ୍ତି, ମୁଁ ଚାହୁଁଛି ରିଷଭ ଜଲଦି ସୁସ୍ଥ ହେଉ । ଆଉ ଜଲଦି ସୁସ୍ଥ ହେବା ପରେ ମୁଁ ଯାଇ ତାକୁ ଚାପୁଡା ମରିବି । ନିଜକୁ ଏଭଳି ଦୁର୍ଘଟଣାରେ ପକାଇ ସଂପୂର୍ଣ୍ଣ ଟିମ୍‌କୁ ବିପଦରେ ପକାଇଛି ରିଷଭ ।

ସେ ଆହୁରି ମଧ୍ୟ କହିଛନ୍ତି, ମୋ ଆଶୀର୍ବାଦ ଏବଂ ଭଲପାଇବା ରହିଛି। ରିଷଭ ଜଲଦି ଠିକ୍‌ ହେଉଯାଉ । ଆଉ ଭଲ ହେବା ପରେ ରିଷଭଙ୍କୁ ତାଙ୍କ ମା’ ମଧ୍ୟ ଚାପୁଡା ମାରନ୍ତୁ ।

ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର ଗାଭାସ୍କର ଟ୍ରଫିରେ ଟିମ୍‌ ଇଣ୍ଡିଆକୁ ରିଷଭଙ୍କ ଅଭାବ ରହିଛି । ଆଉ ଏହାକୁ ନେଇ ଟିମ୍‌ ଏବେ ଚିନ୍ତାରେ ।

ରିଷଭ ଦୁର୍ଘଟଣା ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ହସପିଟାଲରୁ ଘରକୁ ଯାଇ ବାହାରେ ବସି ତାଜା ପବନ ନେଉଛନ୍ତି ବୋଲି ରିଷଭ ନିଜେ ପୋଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ, ରିଷଭ ପନ୍ତ ୩୦ ଡିସେମ୍ବରରେ ନିଜ ମା’ଙ୍କୁ ସରପ୍ରାଇଜ ଦେବା ପାଇଁ ଦିଲ୍ଲୀରୁ ରୁଡକୀ ଯାଉଥିଲେ। ଡେରାଡୁନରେ ଏକ ଡିଭାଇଡରରେ ପିଟି ହୋଇଥିଲେ। ତେବେ ବଡ଼ ଅଘଟଣ ପୂର୍ବରୁ ପନ୍ତ କାରର କାଚ ଭାଙ୍ଗି ଏହା ମଧ୍ୟରୁ ଡେଇଁ ପଡ଼ିଥିଲେ। ଫଳରେ ସେ ଏକ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ରିଷଭ କିନ୍ତୁ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ଡାହାଣ ଗୋଡ ଆଣ୍ଠୁର ଲିଗାମେଣ୍ଟ ଭାଙ୍ଗିଯାଇଥିଲା। ଡାହାଣ ହାତ କହୁଣୀ, ପାପୁଲି ଏବଂ ଆଙ୍ଗୁଠିରେ ଆଘାତ ଲାଗିଥିଲା। ପିଠିରେ ଅନେକ ସ୍ଥାନରେ ଗଭୀର ଆଘାତ ଲାଗିଥିଲା। ତେବେ ଉତ୍ତରାଖଣ୍ଡର ମ୍ୟାକ୍ସ ହସ୍ପିଟାଲରେ ପନ୍ତଙ୍କ ପ୍ଲାଷ୍ଟିକ ସର୍ଜରୀ ସଫଳତାର ଶେଷ ହୋଇଥିଲା।।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.