ବଢିଚାଲିଛି ତୁର୍କୀ-ସିରିଆ ଭୂମିକମ୍ପ ମୃତକଙ୍କ ସଂଖ୍ୟା, ୨୯ ହଜାରରୁ ଅଧିକ ମଲେଣି
ତୁର୍କୀ ଓ ସିରିଆରେ ଆସିଥିବା ପ୍ରଳୟଙ୍କରୀ ଭୂମିକମ୍ପ ଜନିତ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ନୂଆ ଆକଳନ ଅନୁଯାୟୀ, ମୃତକଙ୍କ ସଖ୍ୟା ୨୯ରୁ ଅଧିକ ଟପିଲାଣି । ୮୫ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି ।
ତୁର୍କୀ ଓ ସିରିଆରେ ଆସିଥିବା ପ୍ରଳୟଙ୍କରୀ ଭୂମିକମ୍ପ ଜନିତ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ପରିସ୍ଥିତି ହାହାକାର ହୋଇପଡିଛି । ନୂଆ ଆକଳନ ଅନୁଯାୟୀ, ମୃତକଙ୍କ ସଖ୍ୟା ୨୯ରୁ ଅଧିକ ଟପିଲାଣି । ଏହା ମଧ୍ୟରେ ୮୫ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ଭୂମିକମ୍ପରେ ଅଧିକ କ୍ଷତି ତୁର୍କୀରେ ହୋଇଛି । ତୁର୍କୀରେ ୨୫ ହଜାର ୬୧୭ ହୋଇଥିବା ବେଳେ ସିରିଆରେ ୫ ହଜାର ୨୭୯କୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି। ପ୍ରଭାବିତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଲଗାତର ଧ୍ୱଂସାବଶେଷ ତଳୁ ମୃତଦେହ ବାହାରି ଚାଲିଛି। ଆଉ ମୃତ୍ୟୁସଂଖ୍ୟା ୫୦ ହଜାର ଟପିପାରେ ବୋଲି ଜାତିସଂଘ କହିଛି ।
ଭାରତ ସମେତ ୬୦ରୁ ଅଧିକ ରାଷ୍ଟ୍ରର ଉଦ୍ଧାରକାରୀ ଦଳ ଲୋକଙ୍କୁ ଉଦ୍ଧାର କରିବା ପାଇଁ ସବୁ ଶକ୍ତି ଲଗାଇ ଦେଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରସ ଆଦନୋମ ଗେବ୍ରେୟେସସ୍ ସିରିଆର ଭୂକମ୍ପ ପ୍ରଭାବିତ ଆଲେପୋ ସହରରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି। ଏହାମଧ୍ୟରେ ଜର୍ମାନୀର ଗୃହମନ୍ତ୍ରୀ ନେନ୍ସୀ ଫେଜର ବଡ ଘୋଷଣା କରିଛନ୍ତି । ତୁର୍କୀ ଏବଂ ସିରିଆ ଭୂକମ୍ପ ପୀଡିତଙ୍କୁ ୩ ମାସର ଭିସା ଦେଇଛନ୍ତି ।
ସେପଟେ ଆଗକୁ ସିରିଆ ସ୍ଥିତି ଅଧିକ ଜଟିଳ ହୋଇଯିବା ଆଶଙ୍କା କରାଯାଉଛି। ସିରିଆର କିଛି ଅଂଶରେ ଏବେ ବି ଅନ୍ତର୍ଜାତୀୟ ସହାୟତା ପହଞ୍ଚିପାରୁନି। ତୁର୍କୀ ସିରିଆକୁ ସହାୟତା ପଠାଇଛି। ଇତି ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରସ ଆଦନମ ତୁର୍କୀ ଏବଂ ସିରିୟା ଗସ୍ତରେ ଯାଇଛନ୍ତି। ଆମେରିକା ତୁର୍କୀ ଏବଂ ସିରିୟାକୁ ୮୫ ନିୟୁତ ଡଲାର ମାନବୀୟ ସହାୟତା ପ୍ରଦାନ କରିବ ବୋଲି ଘୋଷଣା କରିଥିବା ବେଳେ ବିଶ୍ବ ବ୍ୟାଙ୍କ ତୁର୍କୀକୁ ୧.୭୮ ବିଲିଅନ ଡଲାର ସହାୟତା ପ୍ରଦାନ ଘୋଷଣା କରିଛି।