ଏବେ ବି ଜ୍ୟାକଲିନ୍‌ଙ୍କୁ ଭଲ ପାଉଛନ୍ତି ସୁକେଶ ଚନ୍ଦ୍ରଶେଖର! କୋର୍ଟରେ ହାଜର ହେବାକୁ ଯିବା ବେଳେ କହିଦେଲେ ମନର କଥା

ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କର ଏକ ଲାଟେଷ୍ଟ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ସୁକେଶ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌ଙ୍କୁ ପ୍ରେମ ଦିବସର ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳିଛି।

୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ ପର୍ଣ୍ଣାଡିଜ୍‌ଙ୍କ ନାମ ଆଗରେ ରହିଛି। ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ମଧ୍ୟ ଜ୍ୟାକଲିନ୍‌ ବହୁତ ଚର୍ଚ୍ଚାରେ ଅଛନ୍ତି। ଇଡିର ପଚରାଉଚରା ବେଳେ ଜ୍ୟାକଲିନ୍‌ ଓ ସୁକେଶଙ୍କ ମଧ୍ୟରେ ଥିବା ନିବିଡ଼ତା ସମ୍ପର୍କରେ ଖୁଲାସା ହୋଇଥିଲା।

ତେବେ ଏହାରି ଭିତରେ ଏବେ ସୁକେଶ ଚନ୍ଦ୍ରଶେଖରଙ୍କର ଲାଟେଷ୍ଟ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଇସାରା ଇସାରାରେ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌ଙ୍କୁ ଓ୍ଵିଶ୍‌ କରୁଥିବା ନଜର ଆସୁଛନ୍ତି। ଫ୍ରି ପ୍ରେସ୍‌ ଜର୍ଣ୍ଣାଲ ନିଜ ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲରେ ଏକ ଲାଟେଷ୍ଟ ଭିଡିଓ ସେୟାର କରିଛି। ଏହି ଭିଡିଓରେ ୨୦୦ କୋଟି ଠକେଇ ମାମଲାର ଦୋଷୀ ସୁକେଶ ଚନ୍ଦ୍ରଶେଖର ମିଡିଆ ପ୍ରଶ୍ନର ଉତ୍ତର ଦେଉଥିବା ଦେଖାଯାଉଛନ୍ତି।

ଏଥିରେ ଏକ ଗଣମାଧ୍ୟମ ସୁକେଶଙ୍କୁ ପ୍ରଶ୍ନ ପଚାରୁଛି କି, କ’ଣ ଆପଣ ଅଭିନେତ୍ରୀଙ୍କ ଅଭିଯୋଗଗୁଡ଼ିକ ଉପରେ କିଛି କହିବାକୁ ଚାହିଁବେ? ତ ଏହା ଉପରେ ସୁକେଶ କହୁଛନ୍ତି, ମୁଁ ଏହା ବିଷୟରେ କିଛି ବି କହିବାକୁ ଚାହୁଁନାହିଁ ଏବଂ ଏହା ପଛରେ କୌଣସି କାରଣ ନାହିଁ। ଏହାପରେ ସୁକେଶଙ୍କୁ ଏହା ବି ପଚରାଯାଉଛି ଯେ କ’ଣ ଆପଣ ଏବେ ବି ଜ୍ୟାକଲିନ୍‌ଙ୍କୁ ଭଲ ପାଉଛନ୍ତି? ତ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସୁକେଶ କହୁଛନ୍ତି, ମୋ ତରଫରୁ ତାଙ୍କୁ ହ୍ୟାପି ଭାଲେଣ୍ଟାଇନ୍ସ ଡେ’। କହି ରଖୁଛୁ, ସୁକେଶଙ୍କର ଏହି ଭିଡିଓ କୋର୍ଟରେ ହାଜର ହେବାକୁ ଯାଉଥିବା ସମୟର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.