ତେଲ ଦରରେ ନିଆଁ : ହୁ ହୁ ହୋଇ ବଢୁଛି ପେଟ୍ରୋଲ ଓ ଡିଜେଲ ଦର !

ଭୁବନେଶ୍ବର : ଲଗାତାର ୫ ଦିନ ହେଲା ତେଲ ଦର ବଢିଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୭୪ ଟଙ୍କା ୯୮ ପଇସା ଓ ଡିଜଲ ୭୨ ଟଙ୍କା ୭୭ ପଇସା ରହିଛି । ଗତ ଚାରି ତାରିଖରେ ପେଟୋଲ ୭୪ ଟଙ୍କା ୩୮ ଓ ଡିଜେଲ ୭୨ ଟଙ୍କା ୨୨ ପଇସା ଥିଲା । ସେପଟେ ମୁମ୍ବାଇରେ ପେଟ୍ରୋଲ ୮୩ ଟଙ୍କା ୭୫ ପଇସା ଓ ଡିଜେଲ ଦର ୭୯ ଟଙ୍କା ୨୫ ପଇସା ଛୁଇଁଛି । ପୂର୍ବରୁ ମେ ୨୦ ତାରିଖରେ ପେଟ୍ରୋଲ ୭୫ ଟଙ୍କା ଟପିଥିଲା । ସେହିପରି ସେହିମାସ ୨୯ ତାରିଖରେ ସର୍ବାଧିକ ୭୭ ଟଙ୍କା ୨୩ ପଇସା ଛୁଇଁଥିଲା । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ସହ ଟଙ୍କାର ବିନିମୟ ମୂଲ୍ୟ ଦୁର୍ବଳ ଯୋଗୁ ଦର ବଢିଥିବା ତେଲ କମ୍ପାନୀ ଯୁକ୍ତି ବାଢିଛନ୍ତି । ବାରମ୍ବାର ତେଲ ଦର ବୃଦ୍ଧି ଯୋଗୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.