ଟ୍ରେନ୍ରେ ଯାତ୍ରା ବେଳେ ଦମ୍ପତି ପାର୍ କରିଦେଲେ ସବୁ ସୀମା; ଯାତ୍ରୀଙ୍କ ସାମ୍ନାରେ ରଖିଲେ ଶାରୀରିକ ସମ୍ବନ୍ଧ!
ଟ୍ରେନ୍ରେ କପଲ୍ ରଖିଲେ ଶାରୀରିକ ସମ୍ବନ୍ଧ। ଯାତ୍ରୀମାନଙ୍କ ସାମ୍ନାରେ କଲେ ଲଜ୍ଜାଜନକ ହରକତ, ଯାହାଫଳରେ ସେଠି ଉପସ୍ଥିତ ଥିବା ଲୋକେ ନିଜକୁ ଅସହଜ ମନେ କରିଥିଲେ। ଘଟଣା ଘଟିଛି ଅଷ୍ଟ୍ରେଲିଆରେ।
ଅଷ୍ଟ୍ରେଲିଆରେ ଭାଲେଣ୍ଟାଇନ୍ସ ଡେ’ରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ କପଲ୍ ଟ୍ରେନ୍ରେ ହିଁ ସବୁ ସୀମା ପାର୍ କରିଦେଇଛନ୍ତି। ମାମଲା ସିଡ୍ନୀର। ଏଠାରେ କପଲ୍ ଟ୍ରେନ୍ରେ ଯାତ୍ରା ସମୟରେ ଲୋକଙ୍କ ସାମ୍ନାରେ ହିଁ ଶାରୀରିକ ସମ୍ବନ୍ଧ ରଖିବାକୁ ଲାଗିଥିଲେ, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଘଟଣା ଟି୯ ଉତ୍ତର ଲାଇନ୍ର, ଯାହା ସିଡ୍ନୀର ନର୍ମନହର୍ଷ୍ଟ ଓ ଗୋର୍ଡନ ମଧ୍ୟରେ ଚାଲିଥାଏ।
ରିପୋର୍ଟ ମୁତାବକ, ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି କି, ସେ ଟ୍ରେନ୍ରୁ ଘରକୁ ଯାଉଥିଲେ। ଏହି ସମୟରେ କପଲ୍ ଲଜ୍ଜାଜନକ କାମ କରିବାକୁ ଲାଗିଥିଲେ, ଯାହାକୁ ନେଇ ସେଠାରେ ଉପସ୍ଥିତ ଲୋକେ ନିଜକୁ ଅସହଜ ଅନୁଭବ କରିଥିଲେ। ଟ୍ରେନର ଜଣେ ଯାତ୍ରୀ କହିଛନ୍ତି, ‘ମୋତେ ବହୁତ ଅସହଜ ଅନୁଭବ ହୋଇଥିଲା। ତେଣୁ ମୁଁ ସେହି ବଗିରୁ ଦୂରକୁ ଚାଲି ଯାଇଥିଲି। ଏହାପରେ କାମୁକ ଶବ୍ଦ ଶୁଭା ଯାଇଥିଲା’।
ଏହି ଘଟଣାର ଏକ ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଲାଉଡ୍ସ୍ପିକରରେ କପଲ୍ଙ୍କୁ ଲଜ୍ଜାଜନକ କାମ ବନ୍ଦ କରିବାକୁ ଏବଂ କପଡ଼ା ପିନ୍ଧିବାକୁ କୁହାଯାଉଛି। ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ଯେ କପଲ୍ ସବୁ ବନ୍ଧବାଡ଼ ଡେଇଁ ଯାଇଥିଲେ, ଯାହାଫଳରେ ସୁରକ୍ଷା କର୍ମୀଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା ଏବଂ ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ଚେତାବନୀ ଦିଆଯାଇଥିଲା। ସୁରକ୍ଷାକର୍ମୀ କପଲ୍ଙ୍କୁ କହିଥିଲେ, ‘ଆମେ ଜାଣିଛୁ ଆଜି ଭାଲେଣ୍ଟାନ୍ସ ଡେ’। କିନ୍ତୁ ନିଜ ଆଖପାଖରେ ଉପସ୍ଥିତ ଯାତ୍ରୀମାନଙ୍କର ଇଜ୍ଜତ କରନ୍ତୁ। ଆପଣମାନଙ୍କ ବ୍ୟବହାର ଅତ୍ୟନ୍ତ ଅଶୋଭନୀୟ’।
କହି ରଖୁଛୁ, କପଲ୍ଙ୍କ ଏଭଳି ଲଜ୍ଜାଜନକ ହରକତ ସିଡ୍ନୀ ଟ୍ରେନ୍ରେ ପ୍ରଥମ ଥର ନୁହେଁ, ଗତବର୍ଷ ମଧ୍ୟ ଜଣେ ବ୍ୟକ୍ତି ଟ୍ରେନ୍ରେ ହସ୍ତମୈଥୁନ କରୁଥିବାର ଦେଖାଯାଇଥିଲା, ଯାହାର ଭିଡିଓ ବି ଖୁବ୍ ଭାଇରାଲ ହୋଇଥିଲା। ଏହି ଘଟଣାରେ ପୋଲିସ ୨୦ ବର୍ଷୀୟ ଯୁବକଙ୍କୁ ଗିରଫ କରିଥିଲା। ତାଙ୍କୁ ୬ ମାସ ଜେଲ୍ ଦଣ୍ଡ ଏବଂ ୧୧୦୦ ଡଲାର ଜରିମାନା ଭରଣା କରିବାକୁ ପଡ଼ିଥିଲା।
Couple caught getting naked and performing sex acts on crowded Valentine’s day train 😳 pic.twitter.com/T0rgylWqJy
— Daily Loud (@DailyLoud) February 17, 2023