ମାଉଥ୍ ବାରବର : ହାତ ନୁହଁ ବରଂ ପାଟିରେ କେଶ କାଟୁଛନ୍ତି ଏହି ବାରିକ

ବେଙ୍ଗାଲୁରୁ (କେନ୍ୟୁଜ୍) : ସାଧାରଣତଃ ବାରିକମାନେ ହାତରେ କଇଁଚି ଓ କ୍ଷୁର ଧରି ଗ୍ରାହକଙ୍କ କେଶ କାଟିଥାନ୍ତି । ସମୟ ବଦଳିବା ସହ ଏବେ କେଶ କଟାର ବିଭିନ୍ନ ମାଧ୍ୟମ ମଧ୍ୟ ବଦଳିଛି । ଏନେଇ ଅନେକ ଅତ୍ୟ।ଧୁନିକ ଉପକାରଣଗୁଡ଼ିକର ବ୍ୟବହାର କରାଯାଉଛି। କିନ୍ତୁ ନିକଟରେ ଦେଖିବାକୁ ମିଳିଥିବା ଜଣେ ବ୍ୟକ୍ତି ହାତ ବ୍ୟତୀତ ପାଟିରେ କେଶ କାଟିବା ସହ କ୍ଷର କରୁଛନ୍ତି। ଶୁଣିବାକୁ ଆଶ୍ଚର‌୍ୟ୍ୟ ଲାଗିଲେ ମଧ୍ୟ ଏହି ଘଟଣା ଦେଖିବାକୁ ମିଳିଛି ବନାରସରେ ।

barber 2

୩୨ ବର୍ଷୀୟ ବାରିକ ଅମ୍ମିଦ୍ ଆନସାରୀ ନିଜ ସାହସ ଓ ଇଚ୍ଛା ଶକ୍ତି ମାଧ୍ୟମରେ ଭାରତୀୟ ମାଉଥ୍ ବାରବର ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ସେ ପ୍ରଥମେ ହାତ ସାହାର‌୍ୟ୍ୟରେ ନିଜର ଏକ ସେଲୁନରେ କେଶ କାଟୁଥିଲେ । କିନ୍ତୁ ପରେ ଏକ ଦୁର୍ଘଟଣାରେ ତାଙ୍କର ହାତ ଦୁଇଟି ଭାଙ୍ଗି ଯାଇଥିଲା । ହାତ ଭଲ ହେବା ପରେ ପୁଣି କେଶ କାଟିବା ଆରମ୍ଭ କରିଥିଲେ। କିନ୍ତୁ ସେ ହାତ ବ୍ୟତୀତ ପାଟି ସାହାର‌୍ୟ୍ୟରେ କେଶ କାଟିବା ସମ୍ଭବ ହୋଇପାରିବ ବୋଲି ଆଶା କରି ପ୍ରୟାସ ଆରମ୍ଭ କଲେ।

barber 3

୨୦୦୧ ମସିହାରେ ସେ ପ୍ରଥମେ ଏହି ପ୍ରୟାସ ଆରମ୍ଭ କଲେ ଏବଂ ପାଟି ମାଧ୍ୟମରେ କଇଂଚି ଧରି କେଶ କାଟିବା ଅଭ୍ୟାସ ଆରମ୍ଭ କଲେ ।ଏପରି ଅଭ୍ୟାସ ସେ ଜାରି ରଖିଲେ । କିଛି ମାସ ପରେ ଏକ ଛୋଟ ପିଲାକୁ ପ୍ରଥମେ ପାଟି ସାହାର‌୍ୟ୍ୟରେ କଇଁଚିରେ କେଶ କାଟିଲେ । ଏହି କାର‌୍ୟ୍ୟରେ ସେ ସଫଳ ହେଲେ । ପରବର୍ତୀ ସମୟରେ ସେ ଜାଣିବାକୁ ପାଇଲେ ପାଟି ଦ୍ୱାରା କେଶ କାଟିବା ପାଇଁ କମ୍ ସମୟ ମଧ୍ୟ ଲାଗୁଛି । କିନ୍ତୁ ଲୋକମାନଙ୍କର ଭୟଥିଲା କାଳେ କୌଣସି ଦୁର୍ଘଟଣା ଘଟିବ । ସେଥିଲାଗି କିଛିଟା ବାଧା ଉପୁଜିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେ ପାଟି ଦ୍ୱାରା କେଶ କାଟିବାରେ ପାରଙ୍ଗମ ହୋଇଗଲେ ।

barber 5

ତେବେ ଏନେଇ ମଧ୍ୟ ଏକ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ସ୍ଥାନୀୟ ବାରିକ ଲକ୍ଷ୍ମଣ ଓ ଅମ୍ମିଦ ଆନସାରୀ ଭାଗ ନେଇଥିଲେ । ଲକ୍ଷ୍ମଣ ହାତରେ କେଶ କାଟିଲା ଏବଂ ଅମ୍ମିଦ ପାଟି ମାଧ୍ୟମରେ କେଶ କାଟିଲା । କିନ୍ତୁ ଅମ୍ମିଦ ଖୁବ ଶୀଘ୍ର ଓ ଅତି ସୁନ୍ଦର ଭାବେ କେଶ କାଟିଲା । ଏଥିରେ ଅମ୍ମିଦର ବିଜୟ ହୋଇଥିଲା । ଏପରି ଘଟଣା ସମସ୍ତଙ୍କୁ ଚକିତ କରିଦେଇଥିଲା । ଯାହା ଆଶ୍ଚର‌୍ୟ୍ୟ ଲାଗୁଥିଲେ ମଧ୍ୟ ଏହା ପ୍ରମାଣିତ କରିପାରିଲେ ଦୁନିଆରେ କୈାଣସି କାର‌୍ୟ୍ୟ ଅସମ୍ଭବ ନୁହେଁ ବୋଲି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.