ପୁଣି ବିମାନରେ ଯାତ୍ରୀଙ୍କ ଉପରେ ପରିସ୍ରା, ଆମେରିକାର ଏୟାରଲାଇନରେ ନିଶା ଅବସ୍ଥାରେ ଛାତ୍ର କଲେ ଏମିତି କାଣ୍ଡ

ପୁଣି ବିମାନ ଭିତରେ ଯାତ୍ରୀଙ୍କ ଉପରେ ପରିସ୍ରା । ମଝି ଆକାଶରେ ବିମାନ ଉଡୁଥିବା ବେଳେ ଜଣେ ଯାତ୍ରୀଙ୍କ ଉପରେ ପରିସ୍ରା କରି ଦେଲେ ମଦ୍ୟପ ବ୍ୟକ୍ତି । ନ୍ୟୁୟର୍କରୁ ନୂଆଦିଲ୍ଲୀ ଆସୁଥିବା ଆମେରିକା ଏୟାରଲାଇନ୍ସର Del JFL ବିମାନରେ ଏହି ଘଟଣା ଘଟିଛି ।

ପୁଣି ବିମାନ ଭିତରେ ଯାତ୍ରୀଙ୍କ ଉପରେ ପରିସ୍ରା । ମଝି ଆକାଶରେ ବିମାନ ଉଡୁଥିବା ବେଳେ ଜଣେ ଯାତ୍ରୀଙ୍କ ଉପରେ ପରିସ୍ରା କରି ଦେଲେ ମଦ୍ୟପ ବ୍ୟକ୍ତି । ନ୍ୟୁୟର୍କରୁ ନୂଆଦିଲ୍ଲୀ ଆସୁଥିବା ଆମେରିକା ଏୟାରଲାଇନ୍ସର Del JFL ବିମାନରେ ଏହି ଘଟଣା ଘଟିଛି ।

ବିମାନ ଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ନାଁ ଆର୍ଯ୍ୟ ଭୋରା । ସେ ଆମେରିକାର ଏକ ବିଶ୍ୱବିଦ୍ୟାଳୟର ଛାତ୍ର । ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା କହିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ।

ଗତ ୩ ତାରିଖରେ AA 292 ବିମାନଟି ଆମେରିକାର ନ୍ୟୁୟର୍କରୁ ୯.୧୬ ମିନିଟରେ ଉଡ଼ାଣ ଭରିଥିଲା । ୧୪ ଘଣ୍ଟା ୨୬ ମିନିଟ ଯାତ୍ରା ପରେ ଗତକାଲି ରାତି ୧୦ଟା ୧୨ ମିନିଟରେ ଦିଲ୍ଲୀରେ ପହଞ୍ଚିଥିଲା ବିମାନ । ମଦ ନିଶାରେ ଚୁର ଥିବାରୁ ଶୋଇଥିବା ଅବସ୍ଥାରେ ପରିସ୍ରା କରି ଦେଇଥିବା କହିଛନ୍ତି ଅଭିଯୁକ୍ତ ଆର୍ଯ୍ୟ ଭୋରା ।

ଘଟଣାକୁ ଏୟାରଲାଇନ୍ସ କର୍ତ୍ତୃପକ୍ଷ ଗମ୍ଭୀରତାର ସହ ନେଇଥିଲେ । ଦିଲ୍ଲୀ ଆଇଜିଆଇ ଏୟୋରପୋର୍ଟର ଏଟିଏସ୍କୁ ଜଣାଇଥିଲେ । ତେବେ ବିମାନ ଭିତରେ ଏଭଳି ଖବର ଜାଣିବା ପରେ ସିଆଇଏସଏଫ କର୍ମୀଙ୍କୁ ସତର୍କ କରିଥିଲେ । ଫଳରେ ତାଙ୍କୁ ଗିରଫ କରାଯାଇ ପୋଲିସକୁ ହସ୍ତାନ୍ତର କରାଯାଇଥିଲା ।

ନଭେମ୍ବର ୨୬, ୨୦୨୨ ରେ ଜଣେ ମଦ୍ୟପ ବ୍ୟକ୍ତି ଏୟାର ଇଣ୍ଡିଆର ବିଜନେସ କ୍ଲାସରେ ଜଣେ ମହିଳା ସହ-ଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ। ନଭେମ୍ବର ୨୬ ରେ ଘଟିଥିବା ଘଟଣା ସମ୍ପର୍କରେ ଏୟାର ଇଣ୍ଡିଆ ପୋଲିସ ନିକଟରେ ଅଭିଯୋଗ କରିଛି। ଆମେରିକାରୁ ଦିଲ୍ଲୀକୁ ଆସୁଥିବା ବିମାନରେ ଜଣେ ମଦ୍ୟପ ବ୍ୟକ୍ତି ୭୦ ବର୍ଷ ବୟସ୍କା ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ। ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନର ଜଣେ ଯାତ୍ରୀ ବୃଦ୍ଧାଙ୍କ ଉପରେ ପରିସ୍ରା କରି ଦେଇଥିଲେ । ଘଟଣାର ମାସେ ପରେ ସେତେବେଳେ ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କୁ ଗିରଫ କରାଯାଇଥିଲା । ମାସେ ଜେଲ୍‌ରେ ରହିବା ପରେ ଶଙ୍କର ମିଶ୍ରାଙ୍କୁ ଜାମିନ ମିଳିଥିଲା ।

Leave A Reply

Your email address will not be published.