ହନୁମାନଙ୍କ ମୂର୍ତ୍ତି ସାମ୍ନାରେ ବିକିନୀ ଶୋ’! ଖୋଲା ଶରୀର ଦେଖାଇଲେ ମହିଳା, ତାତିଲେ ଲୋକେ

ମଧ୍ୟ ପ୍ରଦେଶରେ ଏକ ବଡି ବିଲ୍ଡିଂ ପ୍ରତିଯୋଗିତାର ଆୟୋଜନ ହୋଇଥିଲା, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ବିବାଦ ଉପୁଜିଛି। ଏଭଳି ଆୟୋଜନକୁ ନେଇ କଂଗ୍ରେସ ଓ ବିଜେପି ପରସ୍ପର ବିରୋଧରେ ଅଭିଯୋଗ ଆଣିଛନ୍ତି।

ମଧ୍ୟ ପ୍ରଦେଶର ରତଲାମରେ ଆୟୋଜିତ ଜୁନିଅର ବଡି ବିଲ୍ଡିଂ ପ୍ରତିଯୋଗିତାକୁ ନେଇ ବିବାଦ ଉପୁଜିଛି। ଏହାର କିଛି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ମହିଳା ପ୍ରତିଯୋଗୀମାନେ ବିକିନୀ ପିନ୍ଧିଥିବାର ନଜର ଆସୁଛନ୍ତି ଏବଂ ଷ୍ଟେଜ୍‌ ଉପରେ ପ୍ରଭୁ ହନୁମାନଙ୍କ ମୂର୍ତ୍ତି ରହିଛି।

ଏହି ଘଟଣାକୁ ନେଇ କଂଗ୍ରେସ ଆୟୋଜକ ବିଜେପି ନେତାମାନଙ୍କ ଉପରେ ଅଶ୍ଳୀଳତା ବିସ୍ତାର କରୁଥିବାର ଅଭିଯୋଗ ଆଣିଛି। ଏଥିସହ ବିଜେପି ନେତାମାନଙ୍କୁ କ୍ଷମା ମାଗିବାକୁ କହିଛି। ଅନ୍ୟପଟେ ବିଜେପି କଂଗ୍ରେସ ଉପରେ ମହିଳାଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଛି।

ତେବେ କଂଗ୍ରେସ କହିଛି ଯେ ଆୟୋଜନ ସ୍ଥଳକୁ ସୋମବାର ଗଙ୍ଗାଜଳ ପକାଇ ପବିତ୍ର କରି ହନୁମାନ ଚାଳିଶା ପାଠ କରିବ। ସେପଟେ ବିଜେପି କଂଗ୍ରେସ ନେତାଙ୍କ ପୋଷ୍ଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଏହାକୁ ନାରୀ ଶକ୍ତିର ଅପମାନ ବୋଲି କହିଛି। ଏହି ମାମଲାରେ ବିଜେପି ନେତାମାନେ ଥାନାକୁ ଯାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏଠାରେ ଅଢ଼େଇ ଘଣ୍ଟା ଧରି ନାରାବାଜି ଦେବା ପରେ ପୋଲିସ ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ କରିଥିଲା। ଏହାପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

କହି ରଖୁଛୁ, ଏଠାରେ ଇଣ୍ଡିଆନ ବଡି ବିଲ୍ଡିଂ ଫେଡେରେସନ ବ୍ୟାନରରେ ୨ ଦିନିଆ ପ୍ରତିଯୋଗିତା ଆୟୋଜିତ ହୋଇଥିଲା, ଯାହାକି ରବିବାର ଶେଷ ହୋଇଛି। ତେବେ ମଞ୍ଚ ଉପରେ ପ୍ରଭୁ ହନୁମାନଙ୍କ ମୂର୍ତ୍ତି ଥିବାବେଳେ ତାଙ୍କ ସାମ୍ନାରେ ହିଁ ମହିଳା ପ୍ରତିଯୋଗୀମାନେ ବିକିନୀ ପିନ୍ଧି ଚାଲିଥିଲେ, ଯାହାକୁୁ କଂଗ୍ରେସ ବିରୋଧ କରିଛି।

କଂଗ୍ରେସ ନେତା ମୟାଙ୍କ୍‌ ଜାଟ୍‌ ଓ ରାଜ୍ୟ କଂଗ୍ରେସର ମହାମନ୍ତ୍ରୀ ପାରସ ସକଲେଚା ଏକ ବୟାନ ଜାରି କରି କହିଥିଲେ କି, ବିଜେପି ନେତାମାନେ ପ୍ରଭୁ ବଜରଙ୍ଗବାଲିଙ୍କ ମୂର୍ତ୍ତି ସାମ୍ନାରେ ସନାତନ ଧର୍ମ ଏବଂ ସଂସ୍କୃତିକୁ ପରିହାସ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.