ଆମେରିକାର ପାଳନ କରାଯାଏ ଶ୍ରେୟା ଘୋଷାଲ ଡେ’, ଜାଣନ୍ତୁ କାହିଁକି ?

୩୯ ବର୍ଷରେ ପାଦ ଦେଲେ ଶ୍ରେୟା । ହେଲେ ଆଜି ନୁହେଁ ଜୁନ ୨୬ ତାରିଖରେ ଆମେରିକାରେ ପାଳନ କରାଯାଏ ଶ୍ରେୟା ଘୋଷାଲ ଡେ । ଏହି ଦିନ ଶ୍ରେୟାଙ୍କ ନାମରେ ସମର୍ପିତ ରହିଥାଏ ।

ଗାୟିକା ଶ୍ରେୟା ଘୋଷାଲଙ୍କ ସ୍ୱରରେ ସମସ୍ତେ ପାଗଳ । ଶ୍ରେୟାଙ୍କୁ କୌଣସି ପରିଚୟ ଆବଶ୍ୟକତା ନାହିଁ । ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ୧୨ ମାର୍ଚ୍ଚ ୧୯୮୪ରେ ଜନ୍ମଗ୍ରହଣ କରିଥିଲେ ଶ୍ରେୟା । ନିଜର ଯାଦୁଗରୀ ସ୍ୱରରେ ଅନେକ ଆଓ୍ଵାର୍ଡ ନିଜ ନାମରେ କରିସାରିଛନ୍ତି । ଶ୍ରେୟା ଏମିତି କିଛି କୃତ୍ତିତ୍ୱ ଅର୍ଜନ କରିଛନ୍ତି, ଯେଉଁଥିପାଇଁ କେବଳ ଦେଶ ନୁହେଁ ଦେଶ ବାହାରେ ମଧ୍ୟ ତାଙ୍କର ନାମ ରହିଛି। ତାଙ୍କ ଫ୍ୟାନ୍ସ ଲିଷ୍ଟରେ ଆମେରିକାର ଗର୍ଭନର ମଧ୍ୟ ସାମିଲ ରହିଛନ୍ତି ।

ତେବେ ଶ୍ରେୟାଙ୍କର ଆଜି ଜନ୍ମଦିନ ରହିଥିବା ବେଳେ ଆମେରିକାରେ ୨୬ ଜୁନରେ ଶ୍ରେୟା ଘୋଷାଲ ଡେ’ ପାଳନ କରାଯାଏ । ଏହି ଦିନ ଶ୍ରେୟାଙ୍କ ନାମରେ ସମର୍ପିତ ରହିଥାଏ । ୨୦୧୦ରେ ଶ୍ରେୟା ଆମେରିକାର ଓହିୟୋକୁ ଯାଇଥିଲେ । ସେଠିକାର ଗଭର୍ନର ଟେଡ୍‌ ଷ୍ଟ୍ରିକଲ୍ୟାଣ୍ଡ ୨୬ ଜୁନକୁ ଶ୍ରେୟା ଘୋଷାଲ ଡେ’ ପାଳନ କରିବାକୁ ପାଇଁ ଘୋଷଣା କରିଥିଲେ ।

ମାତ୍ର ୬ ବର୍ଷ ବୟସରେ ସଂଗୀତ ଶିକ୍ଷା ନେଇଥିବା ଶ୍ରେୟା ୧୬ ବର୍ଷ ବୟସରେ ମ୍ୟୁଜିକ ରିଆଲିଟି ଶୋ ସା ରେ ଗା ମା ର ବିଜେତା ହୋଇଥିଲେ । ୨୦୦୦ ମସିହାରେ ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମ ‘ଦେବଦାସ’ରେ ୫ଟି ଗୀତ ଗାଇ ଲୋକଙ୍କ ହୃଦୟରେ ରାଜ କରୁଛନ୍ତି ଶ୍ରେୟା । ସେବେ ଠାରୁ ଆଉ ସେପଛକୁ ଫେରି ଯାଉନାହାନ୍ତି ।

ବଲିଉଡରେ ଅନେକ ଗାୟକ, ଗାୟିକା ଥିବା ସତ୍ତ୍ୱେ ଶ୍ରେୟାଙ୍କର ଏକ ସ୍ୱତନ୍ତ୍ରସ୍ଥାନ ରହିଛି । ଶ୍ରେୟା ପ୍ରତି ଗୀତ ପାଇଁ ୨୫ ରୁ ୨୭ ଲକ୍ଷ ଟଙ୍କା ନିଅନ୍ତି ।

 

View this post on Instagram

 

A post shared by shreyaghoshal (@shreyaghoshal)

ଶ୍ରେୟା ତାଙ୍କ ପିଲାଦିନର ବନ୍ଧୁ ଶିଲାଦିତ୍ୟ ମୁଖୋପାଧ୍ୟାୟଙ୍କୁ ୨୦୧୫ ରେ ବିବାହ କରିଥିଲେ। ବିବାହ ପୂର୍ବରୁ ଦୁହେଁ ପ୍ରାୟ ୧୦ ବର୍ଷ ଧରି ପରସ୍ପରକୁ ଡେଟ କରିଥିଲେ, ଯାହା ପରେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ବିବାହର ୫ ବର୍ଷ ପରେ ତାଙ୍କର ଏପ ପୁଅ ଜନ୍ମ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.