ହୋଲି ବାହାନାରେ ଜାପାନୀ ଯୁବତୀଙ୍କୁ ଅସଦାଚରଣ କରିଥିବା ମାମଲା: ମୁହଁ ଖୋଲିଲେ ଯୁବତୀ, କହିଲେ ଗୋଟେ ଘଟଣା ପାଇଁ ଭାରତକୁ ଘୃଣା କରିହେବ ନାହିଁ

ଦିଲ୍ଲୀର ପାହାଡଗଞ୍ଜରେ ହୋଲି ବାହାନାରେ ଜାପାନୀ ମହିଳାଙ୍କୁ ଅସଦାଚରଣ ମାମଲାରେ ମୁହଁ ଖୋଲିଲେ ଯୁବତୀ । ଟ୍ଵିଟ୍‌ କରି କହିଲେ, ହୋଲି ଦିନ ଯୁବତୀମାନେ ଘରୁ ବାହାରିବା ବିପଦପୂର୍ଣ୍ଣ। କିନ୍ତୁ ଗୋଟେ ଘଟଣା ପାଇଁ ଭାରତ ଭଳି ଦେଶକୁ ଘୃଣା କରିହେବ ନାହିଁ ।

ଦିଲ୍ଲୀର ପାହାଡଗଞ୍ଜରେ ହୋଲି ବାହାନାରେ ଜାପାନୀ ମହିଳାଙ୍କୁ ଅସଦାଚରଣ ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିଲା । ସୋସିଆଲ ମିଡିଆରେ ଭିଡିଓ ଭାଇରଲ ହେବା ପରେ ଲୋକେ ଅଭଦ୍ରତା କରିଥିବା ଲୋକଙ୍କୁ ଗିରଫ ପାଇଁ ଦାବି କରିଥିଲେ । ଦିଲ୍ଲୀ ମହିଳା କମିଶନ ସ୍ୱାତୀ ମାଲିଓ୍ଵାଲ ଏହି ମାମଲାରେ ଦିଲ୍ଲୀ ପୋଲିସକୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଥିଲେ । ଘଟଣା ପରେ ଜାପାନୀ ମହିଳା ଜଣକ ବାଂଲାଦେଶ ଚାଲିଯାଇଥିଲେ । ଏବେ ସେଠାରୁ ମହିଳା ଜଣକ ମାମଲାକୁ ନେଇ ଟ୍ଵିଟ୍‌ କରିଛନ୍ତି ।

ମହିଳା ଜଣକ କହିଛନ୍ତି, ହୋଲି ଦିନ ମହିଳାମାନେ ଘରୁ ବାହାରକୁ ଯିବା ଅତ୍ୟନ୍ତ ବିପଦପୂର୍ଣ୍ଣ । ହୋଲି ଦିନ ମୋ ସହିତ ଅନ୍ୟ ୩୫ ଜଣ ସାଙ୍ଗ ଏକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । କିନ୍ତୁ ଏଥର ହୋଲି ଖେଳିବାର ଅନୁଭବ ବିଲ୍‌କୁଲ ଖରାପ ଥିଲା । ମୁଁ ଭାରତ ବିଷୟରେ ସବୁକିଛି ପସନ୍ଦ କରେ । ମୁଁ ଅନେକ ଥର ସେଠାକୁ ଯାଇସାରିଛି। ଭାରତ ଏକ ଆକର୍ଷଣ ଦେଶ । ହେଲେ ଏଭଳି ଘଟଣା ନିଶ୍ଚିତ ଭାବେ ନିନ୍ଦନୀୟ। ହେଲେ ଏଭଳି ଏକ ଘଟଣା ଯୋଗୁଁ ଭାରତକୁ ଘୃଣା କରିପାରିବି ନାହିଁ ।

ଜାପାନୀ ଭାଷାରେ ପୋଷ୍ଟ୍ କରିଥିବା କେତେଗୁଡ଼ିଏ ଟ୍ଵିଟ୍‌ କରି ଯୁବତୀ ଜଣକ କହିଛନ୍ତି, ହୋଲି ଦିନର ଭିଡିଓଟି ସେ ପୋଷ୍ଟ କରିଥିଲେ, କିନ୍ତୁ ତାହା ଭାଇରଲ୍ ହୋଇଯିବାରୁ ଭୟଭୀତ ହୋଇ ଡିଲିଟ୍ କରି ଦେଇଥିଲେ।

ସୂଚନାଯୋଗ୍ୟ, ହୋଲି ଦିନ ଦିଲ୍ଲୀର ପାହାଡଗଂଜରେ ରହୁଥିବା ଜଣେ ଜାପାନୀ ମହିଳାଙ୍କ ଉପରେ ହୋଲି ଖେଳ ସମୟରେ ରଙ୍ଗ ମାରିବା ବାହାନାରେ ଏହି ଏମାନେ ଜାପାନୀ ମହିଳା ସହିତ ଅସଦାଚରଣ କରିଥିଲେ। ସେ ସମୟର ଦୃଶ୍ୟ ଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରଲ୍ ହେବା ପରେ ସେମାନଙ୍କୁ ଧରାଯାଇଛି। ଧରାପଡ଼ିଥିବା ୩ ଯୁବକ ଦୋଷ ସ୍ବୀକାର କରିଛନ୍ତି ବୋଲି ପୋଲିସ କହିଛି । ମହିଳା ଜଣକ ହେଉଛନ୍ତି ଜଣେ ଜାପାନୀ ପର୍ଯ୍ୟଟକ। ସେ ଜାତୀୟ ରାଜଧାନୀର ପହାଡ଼ଗଞ୍ଜରେ ଥିବା ଏକ ହୋଟେଲ୍‌ରେ ରହୁଥିଲେ। ଏବେ ସେ ବାଂଲାଦେଶ ଚାଲିଯାଇଛନ୍ତି। ପହାଡ଼ଗଞ୍ଜ ଥାନାରେ ଏ ସଂକ୍ରାନ୍ତରେ କୌଣସି ମୌଖିକ ବା ଲିଖିତ ଅଭିଯୋଗ ହୋଇନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.