ଷ୍ଟେଜରେ ଗୀତ ଗାଉଥିବା ବେଳେ ରାପରଙ୍କ ଦେହାନ୍ତ,ରାପ୍‌ ଜରିଆରେ ଦର୍ଶକଙ୍କ ମନୋରଞ୍ଜନ କରୁଥିବା ବେଳେ ଆଖିବୁଜିଲେ

ଜୋହନ୍ସବର୍ଗରେ ଏକ କନସର୍ଟ ସମୟରେ ଦକ୍ଷିଣ ଆଫ୍ରିକାର ରାପର କୋଷ୍ଟା ଟିଚ୍‌ ଙ୍କ ମୃତ୍ୟୁ ଘଟିଛି । କୋଷ୍ଟା ଟିଚ୍‌ଙ୍କ ବୟସ ମାତ୍ର ୨୭ ବର୍ଷ । ନିଜ ରାପ୍‌ ଜରିଆରେ ଦର୍ଶକଙ୍କ ମନୋରଞ୍ଜନ କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି ।

କେନ୍ୟୁଜ୍(ବ୍ୟୁରୋ): ଷ୍ଟେଜରେ ଗୀତ ଗାଉଥିବା ବେଳେ ରାପରଙ୍କ ଦେହାନ୍ତ । ସାମ୍ନାକୁ ଆସିଲା ମୃତ୍ୟୁର ଭିଡିଓ । ଲୋକପ୍ରିୟ ରାପର କୋଷ୍ଟା ଟିଚ୍‌ଙ୍କ ମୃତ୍ୟୁ । ଜୋହନ୍ସବର୍ଗରେ ଏକ କନସର୍ଟ ସମୟରେ ଦକ୍ଷିଣ ଆଫ୍ରିକାର ରାପର କୋଷ୍ଟା ଟିଚ୍‌ ଙ୍କ ମୃତ୍ୟୁ ଘଟିଛି । କୋଷ୍ଟା ଟିଚ୍‌ଙ୍କ ବୟସ ମାତ୍ର ୨୭ ବର୍ଷ । ନିଜ ରାପ୍‌ ଜରିଆରେ ଦର୍ଶକଙ୍କ ମନୋରଞ୍ଜନ କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି ।

ଭିଡ଼ିଓରେ ଦେଖାଯାଉଛି ଯେ, ସେ ପ୍ରଥମେ ତଳେ ପଡି ଯାଉଛନ୍ତି ଓ ନିଜେ ଉଠୁଛନ୍ତି । କିଛି ସମୟ ପରେ ପୁଣି ପଡ଼ି ବେହୋସ ହୋଇଯାଉଛନ୍ତି । ଆଉ ଉଠିନାହାନ୍ତି । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ମୃତ୍ୟୁର କାରଣ କ’ଣ ଜଣାପଡ଼ିନାହିଁ । ଦକ୍ଷିଣ ଆଫ୍ରିକାରେ ସେ ବେଶ ଲୋକପ୍ରିୟ ଥିଲେ । ତାଙ୍କର ମୃତ୍ୟୁ ଦକ୍ଷିଣ ଆଫ୍ରିକା ମ୍ୟୁଜିକ ଇଣ୍ଡଷ୍ଟ୍ରୀ ପାଇଁ ଏକ ବଡ଼ କ୍ଷତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.