WTC ଫାଇନାଲରେ ପହଞ୍ଚିଲା ଭାରତ, ଅଷ୍ଟ୍ରେଲିଆ ସହିତ ଫାଇନାଲ ମ୍ୟାଚ୍ ଖେଳିବ ଭାରତ
ଓ୍ଵାଲର୍ଡ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ପ୍ରବେଶ କରିଛି ଭାରତ । ନ୍ୟୁଜିଲାଣ୍ଡ ଶ୍ରୀଲଙ୍କାକୁ ୨ ଓ୍ଵିକେଟରେ ହରାଇବା ଯୋଗୁଁ ଭାରତ WTC ଫାଇନାଲରେ ପ୍ରବେଶ କରିଛି । ଅଷ୍ଟ୍ରେଲିଆ ସହିତ ଜୁନ୍ ୭ ଫାଇନାଲ ମ୍ୟାଚ୍ ଖେଳିବ ଭାରତ ।
ଓ୍ଵାଲର୍ଡ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ପ୍ରବେଶ କରିଛି ଭାରତ । ଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ । ନ୍ୟୁଜିଲାଣ୍ଡ ଶ୍ରୀଲଙ୍କାକୁ ୨ ଓ୍ଵିକେଟରେ ହରାଇବା ଯୋଗୁଁ ଭାରତ WTC ଫାଇନାଲରେ ପ୍ରବେଶ କରିଛି । ଶ୍ରୀଲଙ୍କାକୁ ଶେଷ ବଲରେ ନ୍ୟୁଜିଲାଣ୍ଡ ହରାଇବା ପରେ ଭାରତ ଫାଇନାଲରେ ପହଞ୍ଚିଯାଇଛି ।
ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ପଏଣ୍ଟ ଟେବୁଲରେ ଅଷ୍ଟ୍ରେଲିଆ ୧୪୮ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ରହିଥିବା ବେଳେ ଭାରତ ୧୨୩ ପଏଣ୍ଟ ରଖି ଦ୍ୱିତୀୟ ସ୍ଥାନରେ ରହିଛି । ତୃତୀୟରେ ଶ୍ରୀଲଙ୍କା ୬୪ ପଏଣ୍ଟ ଏବଂ ଚତୁର୍ଥରେ ନ୍ୟୁଜିଲାଣ୍ଡ ରହିଛି ।
India have qualified for the World Test Championship final!
They’ll take on Australia at The Oval for the #WTC23 mace!
More: https://t.co/75Ojgct97X pic.twitter.com/ghOOL4oVZB
— ICC (@ICC) March 13, 2023
କ୍ରାଇଷ୍ଟଚର୍ଚ୍ଚରେ ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କାକୁ ମାତ୍ ଦେଇଛି ନ୍ୟୁଜିଲାଣ୍ଡ । ଶ୍ରୀଲଙ୍କା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ସ୍ଥାନ ପାଇବା ପାଇଁ ଦୁଇଟି ଟେଷ୍ଟ ମ୍ୟାଚକୁ ୨-୦ରେ ଜିତିବାର ରହିଥିଲା । କିନ୍ତୁ ନ୍ୟୁଜିଲାଣ୍ଡ ମାତ୍ର ୨ଟି ଓ୍ଵିକେଟରେ ହରାଇବା ପରେ ଶ୍ରୀଲଙ୍କାର ସ୍ୱପ୍ନ ଭାଙ୍ଗିଯାଇଛି । ଶ୍ରୀଲଙ୍କା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଦୌଡରୁ ବାଦ୍ ପଡିଛି । ତେବେ ଜୁନ ୭ରେ ଲଣ୍ଡନର ଓଭାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚ୍ ଖେଳାଯିବ ।
ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପ୍ରଥମ ସିଜନର ଫାଇନାଲରେ ମୁହାଁମୁହିଁ ହୋଇଥିଲେ ନ୍ୟୁଜିଲାଣ୍ଡ ଏବଂ ଟିମ ଇଣ୍ଡିଆ । କିନ୍ତୁ ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ପରାସ୍ତ କରି ବିଶ୍ୱ ଟେଷ୍ଟ କ୍ରିକେଟରେ ବିଜେତା ହୋଇଥିଲା ।