ଚତୁର୍ଥ ଏସିଆନ୍‌ ଖୋ ଖୋ ଚାମ୍ପିଅନସିପ୍‌ ଫାଇନାଲରେ ଭାରତୀୟ ମହିଳା ଦଳ ବିଜୟୀ, ହାସଲ କଲା ସ୍ୱର୍ଣ୍ଣପଦକ

ଭାରତୀୟ ମହିଳା ଦଳ ନେପାୠକୁ ୪୯-୧୬ ଗୋଲରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି। ମାର୍ଚ୍ଚ ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ଆସାମର ଗୌହାଟୀ ଠାରେ ଚତୁର୍ଥ ଏସିଆନ୍‌ ଖୋ ଖୋ ଚାମ୍ପିଅନସିପ୍‌ ଅନୁଷ୍ଠିତ ହୋଇଛି।

କେନ୍ୟୁଜ୍(ବ୍ୟୁରୋ): ଚତୁର୍ଥ ଏସିଆନ୍‌ ଖୋ ଖୋ ଚାମ୍ପିଅନସିପ୍‌ର ଫାଇନାଲ ମ୍ୟାଚରେ ଭାରତୀୟ ମହିଳା ଦଳ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛି। ଭାରତୀୟ ମହିଳା ଦଳ ନେପାୠକୁ ୪୯-୧୬ ଗୋଲରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି। ମାର୍ଚ୍ଚ ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ଆସାମର ଗୌହାଟୀ ଠାରେ ଚତୁର୍ଥ ଏସିଆନ୍‌ ଖୋ ଖୋ ଚାମ୍ପିଅନସିପ୍‌ ଅନୁଷ୍ଠିତ ହୋଇଛି। ଭାରତୀୟ ଦଳରେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଭୁବନେଶ୍ୱର କିସ୍‌ ଛାତ୍ରୀ ଅର୍ଚ୍ଚନା ମାଝି ଉନ୍ନତ କ୍ରୀଡ଼ା ପ୍ରଦର୍ଶନ କରି ଦଳକୁ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ଏହା ପୂର୍ବରୁ ଅର୍ଚ୍ଚନ ଓଡ଼ିଶା ଦଳର ଅଧିନାୟିକା ଭାବେ ନେତୃତ୍ୱ ନେଇ ଓଡ଼ିଶାକୁ ଭାରତର ଏକ ନଂ ଖୋ ଖୋ ଦଳ ଭାବେ ସ୍ଥାନିତ କରିଛନ୍ତି। ସ୍ୱର୍ଣ୍ଣପଦକ ବିଜେତା ଦଳ ଏବଂ ବିଶେଷ କରି ଅର୍ଚ୍ଚନା ମାଝିଙ୍କୁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇଛନ୍ତି। ଖୋ ଖୋ ଖେଳକୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରିଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଏହା ସହ କ୍ରୀଡ଼ା ଓ ଯୁବ ବିଭାଗର ମୁଖ୍ୟ ସଚିବ ଭିନିଲ କ୍ରିଷ୍ଣା ଏବଂ ଖୋ ଖୋ ଆସୋସିଏସନର ସଂପାଦକ ପ୍ରଦ୍ୟୁମ୍ନ ମିଶ୍ରଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.