ଆଜି ଆକାଶରେ ଦିଶିବ ବିରଳ ଦୃଶ୍ୟ, ଗୋଟିଏ ଧାଡ଼ିରେ ଦୃଶ୍ୟମାନ ହେବେ ପାଞ୍ଚଟି ଗ୍ରହ

ଆଜି ଆକାଶରେ ଦିଶିବ ବିରଳ ଦୃଶ୍ୟ । ଗୋଟିଏ ଧାଡ଼ିରେ ଦୃଶ୍ୟମାନ ହେବେ ପାଞ୍ଚ ପାଞ୍ଚଟି ଗ୍ରହ । ବୃହସ୍ପତି, ବୁଧ, ଶୁକ୍ର, ୟୁରାନସ ଓ ମଙ୍ଗଳ ଗ୍ରହକୁ ଗୋଟିଏ ଧାଡ଼ିରେ ଦେଖିବାକୁ ମିଳିବ । ଗ୍ରହମାନେ ଏପରି ଗୋଟିଏ ଧାଡ଼ିରେ ଦେଖାଗଲେ ତାକୁ ପ୍ଲାନେଟୋରୀ ଆଲାୟନମେଣ୍ଟ କୁହାଯାଏ ।

କେନ୍ୟୁଜ୍‌(ବ୍ୟୁରୋ): ଆଜି ଆକାଶରେ ଦିଶିବ ବିରଳ ଦୃଶ୍ୟ । ଗୋଟିଏ ଧାଡ଼ିରେ ଦୃଶ୍ୟମାନ ହେବେ ପାଞ୍ଚ ପାଞ୍ଚଟି ଗ୍ରହ । ବୃହସ୍ପତି, ବୁଧ, ଶୁକ୍ର, ୟୁରାନସ ଓ ମଙ୍ଗଳ ଗ୍ରହକୁ ଗୋଟିଏ ଧାଡ଼ିରେ ଦେଖିବାକୁ ମିଳିବ । ଚନ୍ଦ୍ରସହ ଏହିସବୁ ଗ୍ରହ ଧାଡ଼ିରେ ରହିବେ । ଏହା ଖୁବ ବିରଳ ଭାବେ ଘଟିଥାଏ । ଗ୍ରହମାନେ ଏପରି ଗୋଟିଏ ଧାଡ଼ିରେ ଦେଖାଗଲେ ତାକୁ ପ୍ଲାନେଟୋରୀ ଆଲାୟନମେଣ୍ଟ କୁହାଯାଏ । ଏହାକୁ ମହାକାଶ ବିଜ୍ଞାନୀ ଅପଟିକାଲ ଉଲୁଜନ୍‌ ବୋଲି କହିଥାନ୍ତି । ପ୍ରକୃତରେ ଏମାନେ ଏକ ସରଳ ରେଖାରେ ଅବସ୍ଥାନ କରନ୍ତି ନାହିଁ । ଗ୍ରହମାନେ ସୂର୍ଯ୍ୟର ନିକଟତର ହେଲେ ଏପରି ଦୃଶ୍ୟ ମହାକାଶରେ ଦେଖିବାକୁ ମିଳିଥାଏ ।

ବିଶ୍ୱର ଯେକୌଣସି ସ୍ଥାନରୁ ଏହି ମହାକାଶୀୟ ଦୃଶ୍ୟକୁ ଦେଖିହେବ । ଆକାଶ କିନ୍ତୁ ମେଘୁଆ ହୋଇ ନଥିବା ଆବଶ୍ୟକ । ପଶ୍ଚିମ ଆକାଶରେ ଏହାକୁ ଆପଣ ଦେଖି ପାରିବେ । ସୂର୍ଯ୍ୟାସ୍ତ ପରେ ରାତି ପ୍ରାୟ ୭ଟା ୩୦ ପରେ ମହାକାଶରେ ଏହି ବିରଳ ଦୃଶ୍ୟକୁ ଦେଖିପାରିବେ । ବୃହସ୍ପତି, ଶୁକ୍ର ଓ ମଙ୍ଗଳ ଆକାଶରେ ଉଜ୍ୱଳ ଦେଖା ଯାଆନ୍ତି । ଏହାକୁ ଆପଣ ଖାଲି ଆଖିରେ ଦେଖି ପାରିବେ । ବୁଧ ଓ ୟୁରାନସକୁ ବାଇନାକୁଳରର ଆବଶ୍ୟକତା ପଡ଼ିବ । ସମସ୍ତ ୮ଟି ଗ୍ରହ ଗୋଟିଏ ଧାଡ଼ିରେ ଦୃଶ୍ୟମାନ ହେବାପାଇଁ ୧୩.୪ ଟ୍ରିଲିୟନ ବର୍ଷ ନେଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.