ଭାରତରେ ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟ୍ ବ୍ଲକ୍, ଆଇନଗତ ଆବଶ୍ୟକତା ଦୃଷ୍ଟିରୁ ଏଭଳି ପଦକ୍ଷେପ ନେଇଛି କମ୍ପାନୀ

ଟ୍ଵିଟରର ବଡ ପଦକ୍ଷେପ । ପାକିସ୍ତାନ ସରକାରଙ୍କ ଅଫିସିଆଲ ଟ୍ଵିଟର ଆକାଉଣ୍ଟକୁ ଭାରତରେ ବ୍ଲକ୍‌ କରିଛି କମ୍ପାନୀ । ଏହାକୁ ଖୋଲିବା ପରେ ଟ୍ଵିଟର ତରଫରୁ ଏକ ନୋଟିସ ଦେଖିବାକୁ ମିଳିଛି।

ଭାରତରେ ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟ୍ ବ୍ଲକ୍ । ଆଇନଗତ ଆବଶ୍ୟକତା ଦୃଷ୍ଟିରୁ ଭାରତରେ ପାକିସ୍ତାନ ସରକାରଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟକୁ ବ୍ଲକ୍ କରିଦିଆଯାଇଥିବା ଟ୍ଵିଟର ବିଜ୍ଞପ୍ତି ପ୍ରକାଶ କରିଛି । ଆଇନଗତ ଆବଶ୍ୟକତାକୁ ଚାହିଁ ପାକିସ୍ତାନ ସରକାରଙ୍କ ସମସ୍ତ ଆକାଉଣ୍ଟ୍ ବ୍ଲକ୍ କରିବାକୁ କମ୍ପାନିର ଗାଇଡଲାଇନ ଟ୍ଵିଟରକୁ ବାଧ୍ୟ କରିଛି । କୌଣସି ବ୍ୟକ୍ତି ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟ ଆକ୍ସେସ କରିବାକୁ ଉଦ୍ୟମ କଲେ ଆଇନଗତ ଆବଶ୍ୟକତା ଦୃଷ୍ଟିରୁ ଭାରତରେ @GovtofPakistan ର ଆକାଉଣ୍ଟକୁ ବ୍ଲକ୍ କରାଯାଇଥିବା ଦେଖାଯାଉଛି ।

ସେପଟେ ଟ୍ୱିଟର ଆକାଉଣ୍ଟ ବ୍ଲକ ହେବା ସଂକ୍ରାନ୍ତରେ ଭାରତ ଏବଂ ପାକିସ୍ତାନର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।


ଗତ ୬ ମାସରେ ଭାରତରେ ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ୩ଥର ବ୍ଲକ୍ କରାଗଲାଣି । ପ୍ରଥମେ ପାକିସ୍ତାନ ସରକାରଙ୍କ ଟ୍ଵିଟର କୁ ୨୦୨୨ ଅକ୍ଟୋବରରେ ବ୍ଲକ୍ କରାଯାଇଥିଲା । ଜୁଲାଇ ମାସରେ ମଧ୍ୟ ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟ୍ କିଛି ସମୟ ପାଇଁ ବ୍ଲକ୍ ହୋଇଥିଲା, କିନ୍ତୁ ପରେ ତୁରନ୍ତ ସଚଳ କରି ଦିଆଯାଇଥିଲା ।

ଗତବର୍ଷ ଜୁନ୍ ମାସରେ ଟ୍ୱିଟର ଇଣ୍ଡିଆ ମିଳିତ ଜାତିସଂଘ, ତୁର୍କୀ, ଇରାନ୍ ଓ ଇଜିପ୍ଟରେ ଥିବା ପାକିସ୍ତାନ ଦୂତାବାସର ସରକାରୀ ଟ୍ୱିଟର ଆକାଉଣ୍ଟ ବ୍ଲକ କରାଯାଇଥିଲା। ଏଥିସହ ଭାରତ ପାକିସ୍ତାନରେ ଚାଲୁଥିବା ଅନେକ ୟୁଟ୍ୟୁବ ଚ୍ୟାନେଲ ଓ ଫେସବୁକ୍ ଆକାଉଣ୍ଟ ଉପରେ ବି ମିଥ୍ୟା ତଥ୍ୟ ପ୍ରସାରଣ ପାଇଁ ପ୍ରତିବନ୍ଧକ ଲଗାଇଥିଲା। ଆମେରିକା ଓ କାନଡା ଭଳି ଦେଶରେ ପାକିସ୍ତାନ ସରକାରଙ୍କ ଅଫିସିଆଲ୍ ଟ୍ଵିଟର ଆକାଉଣ୍ଟ୍ ଚାଲୁ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.