ମୁମ୍ବାଇ ଇଣ୍ଡିଆନ ପକ୍ଷରୁ ୱାଙ୍ଖେଡେ ମୈଦାନକୁ ଓହ୍ଲାଇଛନ୍ତି ଅର୍ଜୁନ ତେନ୍ଦୁଲକର

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଡେବ୍ୟୁ କରିଛନ୍ତି ଅର୍ଜୁନ ତେନ୍ଦୁଲକର । କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ସେ ପ୍ରଥମ ମ୍ୟାଚ ଖେଲୁଛନ୍ତି ।

ମୈଦାନରେ କ୍ରିକେଟର ଭଗବାନଙ୍କ ପୁଅ। ଆଇପିଏଲରେ ଡେବୁ କଲେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର। ଆଜି ଆଇପିଏଲରେ କୋଲକାତା ବିପକ୍ଷ ମ୍ୟାଚରେ ମୁମ୍ବାଇଲ ପ୍ଲେଇିଂ ଇଲେଭେନରେ ସାମିଲ ହୋଇଛନ୍ତି ଅର୍ଜୁନ। ମୁମ୍ବାଇ ଇଣ୍ଡିଆନର ସଦସ୍ୟ ଥିଲେ ଅର୍ଜୁନ ତେନ୍ଦୁଲକର। ଆଜି ଖେଳାଯାଉଥିବା ମ୍ୟାଚରେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ଯାଦବ ଦଳର ମଙ୍ଗ ସମ୍ଭାଳୁଛନ୍ତି । ୱାଙ୍ଖେଡେରେ ଖେଳାଯାଉଥିବା ମ୍ୟାଚରେ ଅର୍ଜୁନଙ୍କୁ ସୁଯୋଗ ମିଳିଛି । ମୁମ୍ବାଇ ଆଜିର ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ କରୁଛି । ୨୩ ବର୍ଷର ଅର୍ଜୁନ ବାମ ହାତି ମିଡିୟମ ପେସ୍‌ ବୋଲର। ମୁମ୍ବାଇ ଇଣ୍ଡିଆନ ୩୦ ଲକ୍ଷ ବେସ୍‌ ପ୍ରାଇସରେ ଅର୍ଜୁନ ତେନ୍ଦୁଲକରଙ୍କୁ କିଣିଥିଲା।

ତେବେ ନିଜ ଆଇପିଏଲ୍‌ ଡେବ୍ୟୁ ମ୍ୟାଚ୍‌ରେ ପ୍ରଥମେ ବୋଲିଂ କରିଥିଲେ ମଧ୍ୟ କୌଣସି ସଫଳତା ତାଙ୍କୁ ମିଳି ନାହିଁ । ସେ ଦୁଇ ଓଭର ବୋଲିଂ କରି ୧୭ ରନ୍‌ ଦେଇଛନ୍ତି । କୌଣସି ଓ୍ଵିକେଟ୍‌ ପାଇ ନାହାନ୍ତି ।

ଅର୍ଜୁନ ବର୍ତ୍ତମାନ ସୁଦ୍ଧା ୭ଟି ପ୍ରଥମଶ୍ରେଣୀ ମ୍ୟାଚ ଖେଳିଛନ୍ତି । ତାଙ୍କ ବ୍ୟାଟରୁ ୨୨୩ ରନ ବାହାରିଥିବା ବେଳେ ଗୋଟିଏ ଶତକ ମଧ୍ୟ ଏଥିରେ ସାମିଲ ରହିଛି । ସେହିଭଳି ସେ ୧୨ଟି ୱିକେଟ ହାସଲ ମଧ୍ୟ କରିଛନ୍ତି ।

 

Leave A Reply

Your email address will not be published.