ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କାରେ ବାଇକ୍ ଆରୋହୀ ମୃତ
ମୃତକଙ୍କ ନାମ ବିଶ୍ୱ ମୋହନ ପଲେଇ। ବୟସ ୩୧ ବର୍ଷ ହେବ ବୋଲି ଜଣାପଡିଛି । ଘର ଟାଙ୍ଗୀ ଥାନା ବ୍ରାହ୍ମଣ୍ଡି ଗ୍ରାମରେ ।
ଟାଙ୍ଗୀ (କେନ୍ୟୁଜ): ଗତ କାଲି ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କାରେ ଯୁବକ ମୃତ । ମୃତକଙ୍କ ନାମ ବିଶ୍ୱ ମୋହନ ପଲେଇ। ବୟସ ୩୧ ବର୍ଷ ହେବ ବୋଲି ଜଣାପଡିଛି । ଘର ଟାଙ୍ଗୀ ଥାନା ବ୍ରାହ୍ମଣ୍ଡି ଗ୍ରାମରେ । ଯୁବକ ଜଣକ ବାଇକ୍ ରେ ନିଜ ଗାଁ ବ୍ରାହ୍ମଣ୍ଡିରୁ କୁହୁଡ଼ି ଅଭିମୁଖେ ଯାଉଥିବା ବେଳେ ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ପେଟ୍ରୋଲ ପମ୍ପ୍ ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।