‘ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ’…., ହେଲେ ରେସଲରଙ୍କ ଆଗରେ ବ୍ରିଜଭୁଷଣ ରଖିଲେ ଏହି ସର୍ତ୍ତ

ଭାରତୀୟ ରେସଲର ମହାସଂଘର ଅଧ୍ୟକ୍ଷ ବ୍ରିଜ୍‌ ଭୁଷଣ ଶରଣ ସିଂହ ତାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ସେ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତ । ହେଲେ ଏଥିପାଇଁ ସେ କିଛି ସର୍ତ୍ତ ରଖିଛନ୍ତି । ବ୍ରିଜ ଭୁଷଣ କହିଛନ୍ତି, ରେସଲରମାନେ କଂଗ୍ରେସ ଓ ବିରୋଧୀ ଦଳଙ୍କ ହାତରେ କାଠପୁତୁଳା ବନିଯାଇଛନ୍ତି । ମୋର ଇସ୍ତଫା ତାଙ୍କ ଉଦ୍ଦେଶ୍ୟ ନୁହେଁ । ରାଜନୀତି କରିବା ତାଙ୍କର ଉଦ୍ଦେଶ୍ୟ ।

ନୂଆଦିଲ୍ଲୀ : ଭାରତୀୟ ରେସଲର ମହାସଂଘର ଅଧ୍ୟକ୍ଷ ବ୍ରିଜ୍‌ ଭୁଷଣ ଶରଣ ସିଂହ ତାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ସେ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତ । ହେଲେ ଏଥିପାଇଁ ସେ କିଛି ସର୍ତ୍ତ ରଖିଛନ୍ତି । ବ୍ରିଜ ଭୁଷଣ କହିଛନ୍ତି, ରେସଲରମାନେ କଂଗ୍ରେସ ଓ ବିରୋଧୀ ଦଳଙ୍କ ହାତରେ କାଠପୁତୁଳା ବନିଯାଇଛନ୍ତି । ମୋର ଇସ୍ତଫା ତାଙ୍କ ଉଦ୍ଦେଶ୍ୟ ନୁହେଁ । ରାଜନୀତି କରିବା ତାଙ୍କର ଉଦ୍ଦେଶ୍ୟ ।

ମୁଁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ, ଯଦି ଏଥିରେ ପ୍ରଦର୍ଶନ ଶେଷ ହୋଇଯାଏ । ମୋତେ ଏଫଆଇଆର କପି ମିଳିନାହିଁ,ମୋ ବିରୋଧରେ ଯୌନ ଉତ୍ପୀଡନ ମାମଲା ଓ ଏଫଆଇଆର୍‌ କଥା ମିଛ । ମୁଁ କୌଣସି ଏଫଆଇଆର୍‌ ପାଇନାହିଁ । ଯଦି ରେସଲର ମାନେ ମୋ ଇସ୍ତଫାରେ ଘରକୁ ଚାଲି ଯାଆନ୍ତି ଓ ଶାନ୍ତିରେ ଶୋଇ ପାରିବେ । ତେବେ ମୋର ଇସ୍ତଫା ଦେବାରେ କିଛି ଅସୁବିଧା ନାହିଁ । ବ୍ରଜଭୁଷଣଙ୍କ ବିରୋଧରେ ଆନ୍ଦୋଳନ ଆଜି ୮ମ ଦିନରେ ପହଞ୍ଚିଛି ।

ଦିଲ୍ଲୀ ଯନ୍ତର ମନ୍ତର ଠାରେ ବ୍ରିଜ ଭୁଷଣଙ୍କ ବିରୋଧରେ ରେସଲରମାନେ ଆନ୍ଦୋଳନ ଜାରି ରଖିଛନ୍ତି । ସାଂସଦ ବ୍ରିଜଭୁଷଣ କହିଛନ୍ତି, ଇସ୍ତଫା ଦେବା ବଡ଼ କଥାନୁହେଁ । ପ୍ରଥମରୁ କହିଛି ଦେଶର କିଛି ଉଦ୍ୟୋଗପତିଙ୍କର ମୋ ଉପରେ ରାଗ ରହିଛି ଓ ଏଥିରେ କଂଗ୍ରେସର ହାତ ରହିଛି । ଏଥିରେ କାହାର ହାତ ରହିଛି,ତାହା ଆଜି ମଧ୍ୟ ଦେଖାଯାଇଛି ବୋଲି ବ୍ରିଜଭୁଷଣ କହିଥିଲେ ।

Leave A Reply

Your email address will not be published.